ପ୍ରଥମେ ହେବ ସାତପାହାଚ ଦ୍ୱାର

ପୁରୀ ଅଫିସ,୨୮ା୧୦: ଶ୍ରୀମନ୍ଦିରର ୮ଟି ଦ୍ୱାର ହେବ ରୁପା ଛାଉଣି। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଓ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭ ଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଜଣେ ଭକ୍ତ ବହନ କରିବେ। ଏହି ୮ଟି କବାଟ ପାଇଁ ପ୍ରାୟ ଅଢେଇ ଟନ୍‌ ରୁପା ଲାଗିବ। ମଙ୍ଗଳବାର ଏଥିପାଇଁ ଗଠିତ ଏକ କମିଟିର ପ୍ରଥମ ବୈଠକ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୁପା ଛାଉଣି କାମ ସମ୍ପର୍କରେ ଆମୂଳଚୂଳ ଆଲୋଚନା କରାଯାଇଛି। ବମ୍ବେରୁ ଆସିଥିବା ଡିଜାଇନର ଏବଂ କାରିଗର କବାଟର ଏକାଧିକ ଡିଜାଇନ ଦେଖାଇଥିଲେ। ୮ଟି ଯାକ କବାଟର ଡିଜାଇନ ମନୋନିତ ହୋଇଛି। କେବଳ ରୁପା କାରୁକାର୍ଯ୍ୟ ଡିଜାଇନକୁ ଛାଡି ଆଉ ପ୍ରାୟ ସମସ୍ତ କାମ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ରୁପା ଡିଜାଇନ ଚୂଡ଼ାନ୍ତ କରାଯିବ। ତେବେ କବାଟ ତିଆରି, ରୁପା ରହିବା ପାଇଁ ଷ୍ଟ୍ରଙ୍ଗ୍‌ରୁମ, କାରିଗରଙ୍କ ରହଣି, କାମ ଅନୁଧ୍ୟାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରମ୍ପରା ରକ୍ଷା ତଥା ଉତ୍କଳୀୟ କଳା, କାରିଗରିର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କାମ କରାଯିବ। ପ୍ରଥମେ ସାତପାହାଚ ଦ୍ୱାର କବାଟ ରୁପା ଛାଉଣି କରାଯିବ। ଯଦି ଏଥିରେ କୌଣସି ପ୍ରକାର ତ୍ରୁଟିବିଚ୍ୟୁତି ନଜରକୁ ଆସେ ତେବେ ପରବର୍ତ୍ତୀ ୭ଟି ଯାକ କବାଟରେ ଏହାକୁ ସଂଶୋଧନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ, ବମ୍ବେରୁ ଆସିଥିବା ଡିଜାଇନର ଓ କାରିଗର ଉପସ୍ଥିତ ଥିଲେ। କବାଟର ଡିଜାଇନ ଚୂଡ଼ାନ୍ତ ପରେ ପ୍ରଥମେ ସାତପାହାଚ ଦ୍ୱାର ରୁପା ଛାଉଣି କରାଯିବ। ପ୍ରଥମେ ୮ଟି ଯାକ କବାଟ ବର୍ମା ଟିକ୍‌ କାଠରେ ନୂତନ ଭାବେ ତିଆରି କରାଯିବ। ଏହା ଉପରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଚାଦର ଆବରଣ କରାଯିବ। ତେବେ ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ ଓ ପଶ୍ଚିମ ଭୋଗ ମଣ୍ଡପ ଦ୍ୱାର କବାଟର କାଠ ମୋଟେଇ ୪ ଇଞ୍ଚ ରହିବ ଏବଂ ମହାଲକ୍ଷ୍ମୀ, ବିମଳା ଓ ନୃସିଂହ ମନ୍ଦିର ଗର୍ଭଗୃହ ଦ୍ୱାର କବାଟ କାଠର ମୋଟେଇ ୩ ଇଞ୍ଚ ଲେଖାଏ ରହିବ। ସବୁ କବାଟରେ ରୁପା ଚାଦର ଆବରଣ ମୋଟେଇ ୧.୬ ଏମ୍‌ଏମ୍‌ ରହିବ। ତେବେ ଜୟ ବିଜୟ, କଳାହାଟ ଓ ପଶ୍ଚିମ ଭୋଗ ମଣ୍ଡପ ଦ୍ୱାର ସିଧାସଳଖ ଠାକୁରଙ୍କ ନୀତିକାନ୍ତି ସହ ସମ୍ପୃକ୍ତ ଥିବାରୁ ଏହି ଦ୍ୱାର କାମ ମହାପ୍ରଭୁ ମନ୍ଦିରରେ ନ ଥିବାବେଳେ ଅର୍ଥାତ୍‌ ରଥଯାତ୍ରାଠାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ କରାଯିବାକୁ ବୈଠକରେ ସ୍ଥିର ହୋଇଥିବା ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରର ଆଉ ୧୫ଟି ଦ୍ୱାର ରୁପା ଛାଉଣି ପାଇଁ ବୈଠକରେ ପ୍ରସ୍ତାବ ଆସିଥିଲା। ଏ ସମ୍ପର୍କରେ ବିଚାର କରାଯିବ ବୋଲି ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ୯ ତାରିଖରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri