ପ୍ରଥମେ ହେବ ସାତପାହାଚ ଦ୍ୱାର

ପୁରୀ ଅଫିସ,୨୮ା୧୦: ଶ୍ରୀମନ୍ଦିରର ୮ଟି ଦ୍ୱାର ହେବ ରୁପା ଛାଉଣି। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଓ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭ ଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଜଣେ ଭକ୍ତ ବହନ କରିବେ। ଏହି ୮ଟି କବାଟ ପାଇଁ ପ୍ରାୟ ଅଢେଇ ଟନ୍‌ ରୁପା ଲାଗିବ। ମଙ୍ଗଳବାର ଏଥିପାଇଁ ଗଠିତ ଏକ କମିଟିର ପ୍ରଥମ ବୈଠକ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୁପା ଛାଉଣି କାମ ସମ୍ପର୍କରେ ଆମୂଳଚୂଳ ଆଲୋଚନା କରାଯାଇଛି। ବମ୍ବେରୁ ଆସିଥିବା ଡିଜାଇନର ଏବଂ କାରିଗର କବାଟର ଏକାଧିକ ଡିଜାଇନ ଦେଖାଇଥିଲେ। ୮ଟି ଯାକ କବାଟର ଡିଜାଇନ ମନୋନିତ ହୋଇଛି। କେବଳ ରୁପା କାରୁକାର୍ଯ୍ୟ ଡିଜାଇନକୁ ଛାଡି ଆଉ ପ୍ରାୟ ସମସ୍ତ କାମ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ରୁପା ଡିଜାଇନ ଚୂଡ଼ାନ୍ତ କରାଯିବ। ତେବେ କବାଟ ତିଆରି, ରୁପା ରହିବା ପାଇଁ ଷ୍ଟ୍ରଙ୍ଗ୍‌ରୁମ, କାରିଗରଙ୍କ ରହଣି, କାମ ଅନୁଧ୍ୟାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରମ୍ପରା ରକ୍ଷା ତଥା ଉତ୍କଳୀୟ କଳା, କାରିଗରିର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କାମ କରାଯିବ। ପ୍ରଥମେ ସାତପାହାଚ ଦ୍ୱାର କବାଟ ରୁପା ଛାଉଣି କରାଯିବ। ଯଦି ଏଥିରେ କୌଣସି ପ୍ରକାର ତ୍ରୁଟିବିଚ୍ୟୁତି ନଜରକୁ ଆସେ ତେବେ ପରବର୍ତ୍ତୀ ୭ଟି ଯାକ କବାଟରେ ଏହାକୁ ସଂଶୋଧନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ, ବମ୍ବେରୁ ଆସିଥିବା ଡିଜାଇନର ଓ କାରିଗର ଉପସ୍ଥିତ ଥିଲେ। କବାଟର ଡିଜାଇନ ଚୂଡ଼ାନ୍ତ ପରେ ପ୍ରଥମେ ସାତପାହାଚ ଦ୍ୱାର ରୁପା ଛାଉଣି କରାଯିବ। ପ୍ରଥମେ ୮ଟି ଯାକ କବାଟ ବର୍ମା ଟିକ୍‌ କାଠରେ ନୂତନ ଭାବେ ତିଆରି କରାଯିବ। ଏହା ଉପରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଚାଦର ଆବରଣ କରାଯିବ। ତେବେ ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ ଓ ପଶ୍ଚିମ ଭୋଗ ମଣ୍ଡପ ଦ୍ୱାର କବାଟର କାଠ ମୋଟେଇ ୪ ଇଞ୍ଚ ରହିବ ଏବଂ ମହାଲକ୍ଷ୍ମୀ, ବିମଳା ଓ ନୃସିଂହ ମନ୍ଦିର ଗର୍ଭଗୃହ ଦ୍ୱାର କବାଟ କାଠର ମୋଟେଇ ୩ ଇଞ୍ଚ ଲେଖାଏ ରହିବ। ସବୁ କବାଟରେ ରୁପା ଚାଦର ଆବରଣ ମୋଟେଇ ୧.୬ ଏମ୍‌ଏମ୍‌ ରହିବ। ତେବେ ଜୟ ବିଜୟ, କଳାହାଟ ଓ ପଶ୍ଚିମ ଭୋଗ ମଣ୍ଡପ ଦ୍ୱାର ସିଧାସଳଖ ଠାକୁରଙ୍କ ନୀତିକାନ୍ତି ସହ ସମ୍ପୃକ୍ତ ଥିବାରୁ ଏହି ଦ୍ୱାର କାମ ମହାପ୍ରଭୁ ମନ୍ଦିରରେ ନ ଥିବାବେଳେ ଅର୍ଥାତ୍‌ ରଥଯାତ୍ରାଠାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ କରାଯିବାକୁ ବୈଠକରେ ସ୍ଥିର ହୋଇଥିବା ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରର ଆଉ ୧୫ଟି ଦ୍ୱାର ରୁପା ଛାଉଣି ପାଇଁ ବୈଠକରେ ପ୍ରସ୍ତାବ ଆସିଥିଲା। ଏ ସମ୍ପର୍କରେ ବିଚାର କରାଯିବ ବୋଲି ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ୯ ତାରିଖରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri