Posted inଖେଳ

ପ୍ରଥମ ଟେଷ୍ଟ: ଓ୍ବିଲିୟମସନଙ୍କ ଦ୍ୱିଶତକ

ହାମିଲଟନ,୫।୧୨(ଏପି): ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ନୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ତା’ର ସ୍ଥିତି ଦୃଢ କରିଛି। ଶୁକ୍ରବାର ଦ୍ୱିତୀୟ ଦିନରେ ଓ୍ବିଲିୟମସନ ହିରୋ ସାବ୍ୟସ୍ତ ହୋଇଛନ୍ତି। ୪୧୨ଟି ବଲ୍‌ ଖେଳି ୬୨୪ ମିନିଟ୍‌ ଅର୍ଥାତ ୧୦ ଘଣ୍ଟା ୪୦ ମିନିଟ୍‌ କ୍ରିଜ୍‌ରେ ରହି ୩୪ ଚୌକା ଓ ୨ ଛକା ସହ ଓ୍ବିଲିୟମସନ ୨୫୧ ରନର ଲଢୁଆ ଦ୍ୱିଶତକୀୟ ପାଳି ଖେଳି ଭ୍ରମଣକାରୀ ଦଳକୁ ନିରାଶ କରିଥିଲେ। ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୪୫ ଓଭରରେ ୭ ଉଇକେଟ ହରାଇ ୫୧୯ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୬ ଓଭରରେ କୌଣସି ଉଇକେଟ ନ ହରାଇ ୪୯ ରନ ସଂଗ୍ରହ କରିଛି। ଫଳରେ ୧୦ ଉଇକେଟ ହାତରେ ରଖି ୪୭୦ ରନ ପଛରେ ପଡିଛି। ଦୁଇ ଓପନର କ୍ରେଗ୍‌ ବ୍ରାଥଓ୍ବେଟ୍‌ ୨୦ ଓ ଜନ କ୍ୟାମ୍ପବେଲ ୨୨ ରନ କରି ଅପରାଜିତ ରହିଛନ୍ତି।
ଅସମାପ୍ତ ସ୍କୋର ୨୪୩/୨ରୁ ନୁଜିଲାଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଓ୍ବିଲିୟମସନ ୯୭ରୁ ଖେଳ ଆରମ୍ଭ କରି ଆଉ ୩ ରନକରି ଶତକ ଅର୍ଜନ କରିଥିଲେ ଓ କ୍ୟାରିୟରର ତୃତୀୟ ଦ୍ୱିଶତକ ଅର୍ଜନ କରିଥିଲେ। ୨୫୧ ରନର ପାଳି ଖେଳି ଜୋଶେଫ୍‌ ଅଲଜାରୀଙ୍କ ବଲ୍‌ରେ ମିଡ୍‌ଉଇକେଟରେ ରୋଷ୍ଟନ ଚେଜ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହେବା ପରେ ସେ ଟେଷ୍ଟରେ ନିଜର ବ୍ୟକ୍ତିଗତ ସର୍ବାଧିକ ସ୍କୋର କରିଥିଲେ। ସେହିପରି ୩୧ରନରୁ ଖେଳ ଆରମ୍ଭ କରି ଅଭିଜ୍ଞ ରସ୍‌ ଟେଲର ୩୮ ରନକରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେନେରୀ ନିକୋଲ୍ସ ୭, ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ବ୍ଲଣ୍ଡେଲ ୧୪, ଡାରିଲ ମିଚେଲ ୯ ରନକରି ଆଉଟ ହୋଇଥିଲେ। କାଏଲ ଜେମିଶନ ୫୧ ଓ ଟିମ୍‌ ସୌଦି ୧୧ ରନକରି ଅପରାଜିତ ରହିଥିଲେ। ନିଲ ଓ୍ବାଗନର ଓ ଟ୍ରେଣ୍ଟ ବୋଲ୍ଟ ବ୍ୟାଟିଂ କରି ନ ଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କେମର ରୋଚ ଓ ସାନନ ଗାବ୍ରିଏଲ୍‌ ୩ଟି ଲେଖାଏ, ଅଲଜାରି ଜୋଶେଫ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ୧୪୫ ଓଭରରେ ୫୧୯/୭ ଇନିଂସ ଘୋଷଣା (ଓ୍ବିଲିୟମସନ- ୨୫୧, ଲଥାମ- ୮୬, ଜେମିସନ- ୫୧*, ସୌଦି- ୧୧*, ଟେଲର- ୩୮, ବ୍ଲଣ୍ଡେଲ- ୧୪, ରୋଚ- ୩/୧୧୪, ଗାବ୍ରିଏଲ- ୩/ ୮୯, ଜୋଶେଫ୍‌- ୧/୯୯)।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୨୬ ଓଭରରେ ୪୯/୦ (ବ୍ରାଥ୍‌ଓ୍ବେଟ- ୨୦, କ୍ୟାମ୍ପବେଲ- ୨୨)।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri