Categories: Home Leftଖେଳ

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫ ଉଇକେଟ ସଫଳତା ଯୋଗୁ ପାକିସ୍ତାନକୁ ୩୮୬ ରନରେ ଅଲଆଉଟ କରି ବାଂଲାଦେଶ ପ୍ରଥମ ଇନିଂସରେ ୨୭ ରନ ଅଗ୍ରଣୀ ଲାଭ କରିବା ପରେ ଏହାର ଦ୍ୱିତୀୟ ଇନିଂସ ଖେଳିବାକୁ ଯାଇ ରବିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବିନା କୌଣସି ଉଇକେଟରେ ୭ରନ କରିଛି।

ବ୍ୟାଡ୍‌ଲାଇଟ ଯୋଗୁ ଖେଳ ଆଗୁଆ ସ୍ଥଗିତ ରଖାଯିବା ବେଳକୁ ଦଳ ମୋଟ ଉପରେ ୩୪ରନ ଅଗ୍ରଣୀ ଲାଭ କରିସାରିଥିଲା। ପାକିସ୍ତାନ ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୭୯/୧ରୁ ଏହାର ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ଏକ ବଡ଼ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ଟପ୍‌ ସ୍କୋରର ଓପନର ଆଜାନ ଆଓ୍ବାଇସ୍‌ ତାଙ୍କ ପଦାର୍ପଣରେ ୧୦୩ ରନ କରିଥିଲେ। ଅନ୍ୟ ୩ ବ୍ୟାଟର ପଦାର୍ପଣକାରୀ ଅବଦୁଲ୍ଲା ଫଜଲ, ସଲମନ ଆଘା ଓ ମହମ୍ମଦ ରିଜଓ୍ବାନ ପ୍ରମୁଖ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ମେହିଦି ଚମତ୍କାର ବୋଲିଂ କରି ବାଂଲାଦେଶକୁ ଅଗ୍ରଣୀ କରାଇଛନ୍ତି।

Share