Posted inଖେଳ

ପ୍ରଥମ ଟେଷ୍ଟ: ରୁଟ୍‌ଙ୍କ ଦ୍ୱିଶତକ ପରେ ଶ୍ରୀଲଙ୍କାର ପ୍ରତ୍ୟାବର୍ତ୍ତନ

ଗାଲେ,୧୭।୧(ଏ.ପି.): ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଚିତ୍ତାକର୍ଷକ ଦ୍ୱିଶତକ ପରେ ଦୁଇ ଓପନର କୁଶଲ ପେରେରା ଓ ଲାହିରୁ ଥିରିମାନେଙ୍କ ଲଢୁଆ ବ୍ୟାଟିଂ ବଳରେ ଶ୍ରୀଲଙ୍କା ମ୍ୟାଚକୁ ଫେରିଛି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ଇିନିଂସରେ ୪୬.୧ ଓଭରରେ ୧୩୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ରୁଟ୍‌ଙ୍କ ଦ୍ୱିଶତକୀୟ ପାଳି ବଳରେ ୧୧୭ ଓଭରରେ ୪୨୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ୨୮୬ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନଂସ ଆରମ୍ଭ କରି ଶ୍ରୀଲଙ୍କା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୬୧ ଓଭରରେ ୨ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଛି। ଫଳରେ ଶ୍ରୀଲଙ୍କା ଏବେ ୮ ଉଇକେଟ ବାକିଥାଇ ୧୩୦ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଥିରିମାନେ ୭୬ ଓ ନାଇଟ୍‌ ଓ୍ବାଚ୍‌ମ୍ୟାନ୍‌ ଲାସିଥ ଏମ୍ବୁଲଡେନିୟା ବିନା ସ୍କୋରରେ ଅପରାଜିତ ରହିଛନ୍ତି। ଅନ୍ୟତମ ଓପନର କୁଶଲ ପେରେରା ୬୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସାମ କୁରାନଙ୍କ ବଲ୍‌ରେ ଜ୍ୟାକ୍‌ ଲିଚ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ୧୫ ରନ କରିଥିବା ବେଳେ କୁଶଲ ମେଣ୍ଡିସ୍‌ ଲିଚ୍‌ଙ୍କ ବଲ୍‌ରେ ଉଇକେଟକିପର ଜୋଶ ବଟଲରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ କୁରାନ ଓ ଲିଚ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୨୦/୪ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଅଲ୍‌ଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ରୁଟ୍‌ ୧୬୮ରୁ ଖେଳ ଆରମ୍ଭ କରି ୨୨୮ ରନର ଦ୍ୱିଶତକୀୟ ପାଳି ଖେଳି ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ମିଡ୍‌ଉଇକେଟରେ ଏମ୍ବୁଲଡେନିୟାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହି କ୍ରମରେ ରୁଟ୍‌ କ୍ୟାରିୟରର ଚତୁର୍ଥ ଟେଷ୍ଟ ଦ୍ୱିଶତକ ଅର୍ଜନ କରିଛନ୍ତି। ସେହିପରି ଓଭରନାଇଟ୍‌ ସ୍କୋର ୭ରୁ ଖେଳ ଆରମ୍ଭ କରି ଜୋଶ ବଟ୍‌ଲର ୩୦ ରନକରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ ଲିଚ୍‌ ୪, ମାର୍କ ଉଡ ୨ ରନ କରି ଆଉଟ ହୋଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍‌ ୧୧ ରନକରି ଅପରାଜିତ ରହିଥିଲେ। ସାମ କୁରାନ ଓ ଡୋମ ବେସ୍‌ ଖାତା ଖୋଲିପାରି ନ ଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଦିଲରୁଓ୍ବାନ ପେରେରା ସର୍ବାଧିକ ୪, ଏମ୍ବୁଲଡେନିୟା ୩, ଆସିଥା ଫର୍ନାଣ୍ଡୋ ୨ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ-୪୬.୧ ଓଭରରେ ୧୩୫ ଅଲ୍‌ଆଉଟ।
ଇଂଲଣ୍ଡ ପ୍ରଥମ ଇନିଂସ- ୧୧୭.୧ ଓଭରର ୪୨୧ ଅଲ୍‌ଆଉଟ
(ଜୋ ରୁଟ- ୨୨୮, ଡାନ ଲରେନ୍ସ- ୭୩, ବଟଲର- ୩୦, ବେୟାରଷ୍ଟୋ- ୪୭, ପେରେରା- ୪/୧୦୯, ଏମ୍ବୁଲଡେନିୟା- ୩/୧୭୬, ଅସିଥ ଫର୍ନାଣ୍ଡୋ- ୨/୪୪)।
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୬୧ ଓଭରରେ ୧୫୬/୨
(ପେରେରା- ୬୨, ଥିରିମାନେ- ୭୬*, କୁରାନ- ୧/୨୫, ଲିଚ୍‌-୧/୬୭)।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri