Posted inଫୁରସତ

ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା: ଶିକ୍ଷାବିତ୍‌ ଗୋପୀନାଥ ଦାଶ

ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ କୁଶଡିହ ଗାଁରେ ମୋ ଜନ୍ମ। ଘରର ବଡ଼ ପୁଅ ହୋଇଥିବାରୁ ବହୁତ ଗେହ୍ଲାରେ ବଢୁଥିଲି। ହେଲେ ୧୯୮୫ ମସିହାରେ ହଠାତ୍‌ ସବୁକିଛି ବଦଳିଗଲା। ମୋ ନାବାଳକ ମଥାରେ ସମଗ୍ର ସଂସାରର ବୋଝ ଲଦି ଦେଇ ମୋର ପାଲାଗାୟକ ପିତା ଭିକାରିଚରଣ ଦାଶ ଅକାଳରେ ଚାଲିଗଲେ ଆରପାରିକୁ। ପିତାଙ୍କର ମହାପ୍ରୟାଣ ବେଳକୁ ଆମର ବାଇଶମାଣ ଜମି ଓ ସାତପୁରୁଷର ଘର ବିକ୍ରି ସରିଥିଲା। ମୁଁ ସେତେବେଳକୁ ଆଇ.ଏ ଶ୍ରେଣୀର ଶେଷବର୍ଷର ଛାତ୍ର। ଘରର ବଡ଼ ପୁଅ ଭାବରେ ଗୋଟେ ଚିଙ୍ଗୁଡ଼ି ମାଛର କୁଟୁମ୍ବ ପାଳିବା ଦାୟିତ୍ୱ ମୋ ଉପରେ ପଡିଲା। ମୋ ତଳେ ତିନି ଭାଇ, ଦୁଇ ଭଉଣୀ। ସେମାନେ ବଢିବେ, ପଢିବେ। ସେମାନଙ୍କ ଅଳିଅର୍ଦ୍ଦଳି, ମାନ ଅଭିମାନ ସାଙ୍ଗକୁ ନିଆଶ୍ରୀ ବିଧବା ବୋଉର ଲୁହ ଡବଡବ ଆଖିର ଅସହାୟତା ମୋତେ ଅଥୟ କଲା। କଅଁଳ ବୟସରେ ମୋତେ ଜୀବନ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ପଡିଲା। କେବେ ମୂଲିଆ ଭାବରେ ୧୫ ଟଙ୍କା ପାଇଁ ଖଟିଛି ତ କେବେ ଛୋଟଛୋଟ ପିଲାଙ୍କୁ ପାଠ ପଢେଇ କିଛି ଅର୍ଥ ରୋଜଗାର କରିଛି। ତାଳିପକା ପ୍ୟାଣ୍ଟସାର୍ଟ ଓ ଛିଣ୍ଡାଚପଲରେ ଅନେକ ଦିନ ବିତିଛି। ମୋର ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା। ଦୁଇଟି ପିଲାଙ୍କୁ ଟ୍ୟୁଶନ କରିଥିବାରୁ ଏହା ଥିଲା ମୋର ପ୍ରଥମ ମାସର ପାରିଶ୍ରମିକ; ଯେଉଁଥିରେ ଚାଉଳ, ପରିବା କିଣି ଘରକୁ ଆଣିଥିଲି। ସମୟକ୍ରମେ ମୁଁ ଶିକ୍ଷକତା ତାଲିମ୍‌ ନେଲି। ଆଉ ଏବେ ଶିକ୍ଷକ ଭାବରେ କିଛି ପାରିଶ୍ରମିକ ପାଉଛି। ହେଲେ ସେଇ ପ୍ରଥମ ରୋଜଗାରର ଅପାସୋରା ସ୍ମୃତି ବେଳେବେଳେ ମୋ ଆଖିରେ ଲୁହ ଭରିଦିଏ। ଶିକ୍ଷକତା ବ୍ୟତିତ କବିତା, ଗପ ଲେଖିବାର ଝୁଙ୍କ୍‌ ଥିଲା ବୋଲି ୟା’ ଭିତରେ ‘ଦୁଃଖ ଅପ୍ରମିତ’, ‘ମାଟିର ମୋହ’ ଶୀର୍ଷକ କବିତା ପୁସ୍ତକ ‘ନିଷିଦ୍ଧାଞ୍ଚଳ’, ଅବସନ୍ନ ଅପରାହ୍‌ଣ’, ‘ଅସରନ୍ତି ଅଶ୍ରୁଧାରା’ ଶୀର୍ଷକ ଗଳ୍ପ ପୁସ୍ତକ ଏବଂ ‘ସ୍ମୃତିସିକ୍ତ ସୋଲରି’ ଶୀର୍ଷକ ପ୍ରବନ୍ଧ ପୁସ୍ତକ ମୋର ପ୍ରକାଶ ପାଇସାରିଛି। ସେହିପରି ମୋର କେତେକ କବିତା ଆକାଶବାଣୀ କଟକ କେନ୍ଦ୍ରରେ ମଧ୍ୟ ପ୍ରସାରିତ ହୋଇଛି। ତା’ସହିତ ‘ସପ୍ତଫେଣୀ’ ନାମକ ଏକ ସାହିତ୍ୟ ପ୍ରତିକାର ସମ୍ପାଦକ ଦାୟିତ୍ୱ ମଧ୍ୟ ମୁଁ ତୁଲାଉଅଛି। ହେଲେ ଏବେ ମଧ୍ୟ ଯେଉଁ କଥାଟି ମୋ ସ୍ମୃତିରେ ଜୀବନ୍ତ ହୋଇ ରହିଛି, ସେ କଥାଟିକୁ ଏଠାରେ ପ୍ରକାଶ ନ କଲେ ମୁଁ କୃତଘ୍ନ ହୋଇଯିବି। ନୂଆ ନୂଆ ଗପ ଲେଖୁଥିବା ମୋ ଭଳି ଏକ ଅର୍ବାଚୀନ ତରୁଣର ଲେଖା ଯେତେବେଳେ କେହି ପ୍ରକାଶ କରୁ ନଥିଲେ, ସେତେବେଳେ ମୋ ଗପ ‘ଦୀପଜଳୁଛି’ ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା ଏବଂ ଡାକ ଯୋଗେ ତା’ର ଲେଖକୀୟ ପ୍ରତିଲିପି ପାଇଥିଲି। ସେ ମୁହୂର୍ତ୍ତର ଆନନ୍ଦ ସତରେ ଅବର୍ଣ୍ଣନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri