Posted inଫୁରସତ

ରୋଜଗାର ଟଙ୍କାରେ କୁଣିଆ ଚର୍ଚ୍ଚା ହୋଇଥିଲା: ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ମୋ ଜନ୍ମ। ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ ପଢ଼ିଥିଲି। ତା’ପରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ଏମ୍‌.ଏ. ପାସ୍‌ କରି ବି.ଇଡି କଲି। ବି.ଇଡି ପାସ୍‌ କରିବା ପରେ ମୋତେ ଏକ ବିଦ୍ୟାଳୟରେ ଶିକ୍ଷକ ଚାକିରି ମିଳିଲା। କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଗଲେ ବାଟରେ ଲିଆଖିଆ ଟୋଲ୍‌ଗେଟ୍‌ ପାଖରେ ପଡେ ପ୍ରସିଦ୍ଧ ବାଲି କପିଳେଶ୍ୱର ପୀଠ। ସେହିଠାରେ ନୂଆକରି ଏକ ବିଦ୍ୟାଳୟ ଖୋଲିଥାଏ, ଯାହାର ନାଁ ଥିଲା ଶ୍ରୀ ବାଲି କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ। ସେଠି ମୋର ଜଣେ ସାଙ୍ଗ ଥିଲେ। ତାଙ୍କରି ସହାୟତାରେ ମୁଁ ସେଠି ଶିକ୍ଷକତା କରିବାକୁ ଲାଗିଲି। ସେତେବେଳେ ବିଦ୍ୟାଳୟଟି ସରକାରୀ ମାନ୍ୟତା ପାଇ ନ ଥିଲା। ତେଣୁ ଦରମା ବି ନ ଥିଲା। ଯୁବ ବୟସ ସାଙ୍ଗକୁ ପିଲାଙ୍କୁ ପଢ଼େଇବାର ଝୁଙ୍କ୍‌ ନେଇ ମୁଁ ସେଠାରେ ସେମିତି କାମ କରି ଚାଲିଥାଏ। ଟଙ୍କା ପଇସାକୁ ଲୋଭ ନ ରଖି ପ୍ରାୟ ୫ ବର୍ଷ ସେଠି କାମ କଲି। କେବଳ ପେଟକୁ ଗଣ୍ଡେ ଖାଇବାକୁ ମିଳୁଥିଲା ବୋଲି ଚଳି ଯାଉଥିଲି। ଏମିତିରେ ଥରେ ଗାଁକୁ ବୁଲିଯିବାକୁ ଇଚ୍ଛା ହେବାରୁ ମ୍ୟାନେଜ୍‌ମେଣ୍ଟକୁ ଜଣାଇଲି। ସ୍କୁଲ୍‌ ସେକ୍ରେଟାରି ମୋ ହାତରେ ଦୁଇଶହ ପଚାଶ ଟଙ୍କା ଧରେଇଦେଲେ; ଯାହାକୁ ନେଇ ବାପାଙ୍କ ହାତରେ ଦେଲି। ସେତେବେଳେ ଘରେ ମୋ ବାହାଘରକୁ ନେଇ ଦେଖାଚାହଁା ଚାଲିଥାଏ। ଆଉ ସେହି କୁଣିଆ ଚର୍ଚ୍ଚାରେ ମୋର ଏହି ଟଙ୍କାଟି ଖର୍ଚ୍ଚ ହୋଇଥିବା କଥା ପରେ ଜାଣିବାକୁ ପାଇଲି। କିଛିଦିନ ପରେ ମୋ ବାହାଘର ହେଲା। ଆଉ ତା’ସହିତ ମୋତେ ସରକାରୀ ଶିକ୍ଷକ ଚାକିରି ବି ମିଳିଲା। ଶହୀଦନଗର ଉଚ୍ଚବିଦ୍ୟାଳୟରେ ହେଲା ମୋର ପୋଷ୍ଟିଂ, ଯେଉଁଠାରେ ଏବେ ବି ମୁଁ କାର୍ଯ୍ୟରତ। ଅବଶ୍ୟ ଏହି ସମୟ ଭିତରେ ମୁଁ ଓଡ଼ିଆରେ ଏମ୍‌.ଏ. କରିବା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଶିଶୁ ସାହିତ୍ୟରେ ପି.ଏଚ୍‌ଡି ବି ସାରିଛି। ତା’ସହିତ ଶିଶୁ ସାହିତ୍ୟ ଉପରେ ଅନେକ ଗପ ଓ କବିତା ଲେଖିବା ସହିତ ବହୁ ପୁସ୍ତକ ବି ରଚନା କରିଛି। ଯେମିତିକି ୩ଟି ଶିଶୁ କବିତା ସଂକଳନ, ୨୭ଟି ଶିଶୁ ଗଳ୍ପ ଓ ଉପନ୍ୟାସ ପୁସ୍ତକ, ୩ଟି ଭ୍ରମଣ କାହାଣୀ ପୁସ୍ତକ, ସାଧାରଣଜ୍ଞାନ ସମ୍ବନ୍ଧୀୟ ୨୯ଟି ପୁସ୍ତକ, ୧୨ଟି ପିଲାଙ୍କ କୁଇଜ୍‌ ପୁସ୍ତକ ଏବଂ ପିଲାଙ୍କ ଭିତରେ ବିଜ୍ଞାନ ସମ୍ପର୍କିତ ଜ୍ଞାନ ବୃଦ୍ଧି ପାଇଁ ୧୯ଟି ଶିଶୁ ବିଜ୍ଞାନ ପୁସ୍ତକ ମୋର ୟା’ ଭିତରେ ପ୍ରକାଶିତ ହୋଇସାରିଛି। ସେହିପରି ବିଭିନ୍ନ ରାଜ୍ୟ ତଥା ଦେଶର କିଛି ଲୁକ୍କାୟିତ ଲୋକକଥାକୁ ନେଇ ୧୧ଟି ଲୋକକଥା ପୁସ୍ତକ ତଥା ବିଭିନ୍ନ କ୍ଷେତ୍ରରେ ନାଁ କମାଇଥିବା ଓଡ଼ିଶାର ଏବଂ ଭାରତର କେତେଜଣ ବରପୁତ୍ରଙ୍କର ଜୀବନୀକୁ ନେଇ ମଧ୍ୟ ଅନେକ ପୁସ୍ତକ ଲେଖି ବହୁ ପାଠକୀୟ ପ୍ରଶଂସା ବି ପାଇସାରିଛି। ଏଥିସହିତ ପ୍ରାୟ ୧୭ଟି ଅନୁବାଦକ ପୁସ୍ତକ ବି ମୋର ପ୍ରକାଶିତ ହୋଇଛି। ଏସବୁବ୍ୟତୀତ ଟୁଉକୁମୂଷି, ଶିଶୁସାହିତ୍ୟ ସମାଚାର, ସୁମନ ଭଳି ଶିଶୁ ପତ୍ରିକାର ସମ୍ପାଦନା କ୍ଷେତ୍ରରେ କାମ କରିବାର ସୌଭାଗ୍ୟ ବି ମୁଁ ଲଭିଛି। ସେହିପରି ପାଠ୍ୟପୁସ୍ତକ ପ୍ରଣୟନରେ ମୋର କିଛିଟା ସହଭାଗିତା ରହିଥିବାରୁ ଖୁବ୍‌ ଆତ୍ମଶାନ୍ତି ବି ପାଇଛି। ପିଲାମାନଙ୍କୁ ମୁଁ ଖୁବ୍‌ ଭଲପାଏ, ତେଣୁ ଶିକ୍ଷା ହେଉ ଅବା ଶିଶୁଲେଖା ମାଧ୍ୟମରେ ସେମାନଙ୍କ ଭବିଷ୍ୟତକୁ ସୁନ୍ଦର କରିବାର ଯେଉଁ ଦାୟିତ୍ୱ ମୋତେ ଭଗବାନ୍‌ ଦେଇଛନ୍ତି, ମୃତ୍ୟୁ ପର୍ଯ୍ୟନ୍ତ ତାହାକୁ ସୁଚାରୁରୂପେ ତୁଲାଇବାକୁ ନିଜର ଚେଷ୍ଟା ସେମିତି ଜାରି ରଖିବି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri