Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ୫ଟି ଶାଢି କିଣିଥିଲି: କିଶୋର ମହାନ୍ତି

କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ନରଦା ଗାଁରେ ମୋ ଜନ୍ମ। ଚୌଧୁରୀ ରାଧାନାଥ ବିଦ୍ୟାପୀଠରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ପ୍ରିୟୁନିଭର୍ସିଟି ପଢିଲି। କାରଣ ବାପା ସେଠାରେ ରେଳବାଇ ବିଭାଗରେ ଚାକିରି କରୁଥିଲେ। କିଛିଦିନ ପରେ ତାଙ୍କର ପୁରୀକୁ ବଦଳି ହେବାରୁ ଏସ୍‌.ସି.ଏସ୍‌. କଲେଜରୁ ଅର୍ଥନୀତି ସମ୍ମାନରେ ସ୍ନାତକ ଶିକ୍ଷା ସମାପ୍ତ କରି ରେଭେନ୍ସା କଲେଜରେ ଓଡ଼ିଆରେ ଏମ୍‌.ଏ. କରିବାକୁ ଆଡ୍‌ମିଶନ୍‌ ନେଲି। ଏମ୍‌.ଏ. ସରୁ ସରୁ ରାଧାନାଥ ଟ୍ରେନିଂ କଲେଜରେ ବିଇଡି କଲି। ତେବେ ଏମ୍‌.ଏ. ପଢ଼ିବା ସମୟରୁ ହିଁ ମୁଁ ଆକାଶବାଣୀ ସହ ସଂଶ୍ଲିଷ୍ଟ। ଯେହେତୁ କବିତା ଓ ଗୀତିକବିତା ଲେଖିବା ସହ ଡ୍ରାମାରେ ଅଭିନୟ କରିବାରେ ରୁଚି ଥିଲା, ତେଣୁ ଅଡିସନ୍‌ ଦେଇ ସେତେବେଳେ ଯୁବବାଣୀ ବିଭାଗରେ କବିତା ପାଠ ସହ ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନା କରିବାର ଦାୟିତ୍ୱ ନିଜ ହାତକୁ ନେଇଥିଲି। ଆଉ ସେ ବାବଦରେ ପ୍ରତି ମାସ ମୋତେ ୬୦ଟଙ୍କା ଲେଖାଏ ପାରିଶ୍ରମିକ ମିଳୁଥିଲା। ସେଥିରୁ କିଛି ହାତଖର୍ଚ୍ଚ ପାଇଁ ରଖି ବାକି ଟଙ୍କାରେ ବହି କିଣୁଥିଲି। ଏମିତି ଭାବେ ବେଶ୍‌ କିଛିଦିନ ବିତିବା ପରେ ଉତ୍କଳ ବିଦ୍ୟାପୀଠ, ଖଡଗପୁରରେ ଏକ ପୋଷ୍ଟ ବାହାରିଲା। ସେଠି ଯାଇ ସହକାରୀ ଶିକ୍ଷକ ଭାବେ ଜଏନ୍‌ କଲି। ଏଠାରୁ ମୋର ଚାକିରି ଜୀବନର ଯେଉଁ ପ୍ରଥମ ରୋଜଗାର ହେଲା, ସେଥିରେ ୫ ଖଣ୍ଡ ଶାଢି କିଣିଥିଲି। ଗୋଟେ ମୋ ବୋଉ ପାଇଁ, ଦୁଇଟି ମୋ ଦୁଇ ଭଉଣୀଙ୍କ ପାଇଁ ଏବଂ ଆଉ ଦୁଇଟି ମୋ ଦୁଇ ଖୁଡ଼ୀଙ୍କ ପାଇଁ। ତେବେ ସେଠାରେ ୨ ବର୍ଷ କାମ କରିବା ପରେ ଆକାଶବାଣୀ, ଜୟପୁରରେ ଆସିଷ୍ଟାଣ୍ଟ ପ୍ରଡ୍ୟୁସର୍‌ ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ବାହାରିଲା। ଇଣ୍ଟରଭ୍ୟୁ ଦେଇ ସିଲେକ୍ଟ ହେବା ପରେ ୪ ବର୍ଷ ସେଠାରେ କାମ କରି କଟକକୁ ବଦଳି ହୋଇ ଆସିଲି। କଟକରେ ବେଶ୍‌ କିଛି ବର୍ଷ କାମ କରିବା ପରେ ୟୁ.ପି.ଏସ୍‌.ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜୋରନ୍ଦା, ଆକାଶବାଣୀର ମୁଖ୍ୟ ଭାବେ ଯୋଗଦେଲି। ୪ ବର୍ଷ ପରେ ପୁଣି କଟକ ବଦଳି ହୋଇ ଆସି ସିନିୟର୍‌ ପ୍ରୋଗ୍ରାମ ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କଲି। ତା’ପରେ ରାଉରକେଲା ଯାଇ ସେଠି କିଛିଦିନ କାମ କରିବା ପରେ ପୁନର୍ବାର କଟକ ଆସି ପ୍ରାୟ ୩/୪ ବର୍ଷ କାର୍ଯ୍ୟ କରି ଶେଷରେ ୨୦୧୪ରେ ଚାକିରିରୁ ଅବସର ନେଇଥିଲି। ଚାକିରି ଜୀବନ ବାଦ୍‌ ଲେଖାଲେଖିରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ତା’ଛଡ଼ା ଅନେକ ନାଟକରେ ଅଭିନୟ ସାଙ୍ଗକୁ, ନାଟକ ଲେଖିବା, ନିର୍ଦ୍ଦେଶନା ଦେବା ତଥା ନାଟକ ପ୍ରଯୋଜନା ମଧ୍ୟ କରିଛି। ଏପରି କି ମୋର ୫ଟି ନାଟ୍ୟ ପୁସ୍ତକ ବି ପ୍ରକାଶିତ ହୋଇସାରିଛି, ଯଥା: ହଜିଯାଇଥିବା ଈଶ୍ୱର, ବିଭକ୍ତ ସମୟର ସ୍ବର, ପ୍ରେମ ଉପତ୍ୟକାରେ ଝଡ଼, ଆଜିକାଲିର ନାଟକ, ନିରୁର୍ଦ୍ଦିଷ୍ଟ ଭଗବାନ। ଖାସ୍‌କରି ମୋ ଲିଖିତ ହଜିଯାଇଥିବା ଈଶ୍ୱରର ହୀନ୍ଦି ଭର୍ସନ ‘ଏକ୍‌ ଖୋଜ୍‌’କୁ ବିବିଧ ଭାରତୀ ବମ୍ବେ ବ୍ରଡକାଷ୍ଟ କରିସାରିଛି, ଯାହା ଥିଲା ମୋ ପାଇଁ ଅତ୍ୟନ୍ତ ଖୁସିର ବିଷୟ। ତା’ଛଡା ‘ଜଣେ ଲୋକଥିଲା’ ନାମରେ ଏକ ଅନୁବାଦ ପୁସ୍ତକ, ମାୟାବତୀର ତୃଷ୍ଣା (କବିତା ପୁସ୍ତକ), ଜହ୍ନରାତିର ଗୀତି (ଗୀତି କବିତା ପୁସ୍ତକ) ଏବଂ ପୁରାଣ ସୌରଭ (ଶିଶୁ ପୁସ୍ତକ) ମଧ୍ୟ ମୋର ପ୍ରକାଶିତ ହୋଇସାରିଛି। ଏସବୁ ବ୍ୟତୀତ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖାଲେଖି ବି ମୋର ଜାରି ରହିଛି। ଭଗବାନଙ୍କ କୃପାରୁ ଆଜିଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଛି, ଆଉ ଆଗକୁ ଏମିତି ଚାଲୁ ବୋଲି ମୋର ଆଶା ରହିଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri