Posted inଫୁରସତ

ଦରମା ଟଙ୍କାରେ ଠାକୁରାଣୀଙ୍କ ପାଖରେ ଭୋଗ କରିଥିଲି: ଅଜିତ୍‌ ଶତପଥୀ

ମୋର ଜନ୍ମ ବ୍ରହ୍ମପୁରରେ। ମହାରାଜା ବାଳକ ଉଚ୍ଚବିଦ୍ୟାଳୟରୁ ଦଶମ ପାସ୍‌ କରିବା ପରେ ଖଲିକୋଟ କଲେଜରେ ଆଇ.ଏସ୍‌ସି., ଓୟୁଏଟିରେ ଥିବା କଲେଜ ଅଫ୍‌ ଏଗ୍ରିକଲ୍‌ଚର୍‌ରେ ବି.ଏସ୍‌ସି.ଏଗ୍ରିକଲ୍‌ଚର୍‌ ଏବଂ ଜି.ବି. ପନ୍ତ ୟୁନିଭର୍ସିଟି ଅଫ୍‌ ଏଗ୍ରିକଲ୍‌ଚର୍‌ ଆଣ୍ଡ ଟେକ୍‌ନୋଲୋଜିରେ ଏମ୍‌.ଏସ୍‌ସି. ଏଗ୍ରିକଲ୍‌ଚର୍‌ କୋର୍ସ କରିଥିଲି। ଏହାପରେ ମୁଁ ଓଡ଼ିଶା ଫରେଷ୍ଟ ସର୍ଭିସ୍‌ ପାଇଁ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହେଲାପରେ ପ୍ରଥମେ ୨ ବର୍ଷ ଟ୍ରେନିଂରେ ରହିଲି। ଏହି ସମୟରେ ମୋତେ କିଛି କିଛି ଷ୍ଟାଇପେଣ୍ଡ ମିଳୁଥିଲା; ଯାହାକି ସେହି ସମୟରେ ଟ୍ରେନିଂ ବାବଦେ ହିଁ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇଯାଉଥିଲା। ତା’ପରେ ମୋର ପ୍ରଥମ ପୋଷ୍ଟିଂ ହୋଇଥିଲା ସହକାରୀ ବନ ସଂରକ୍ଷକ ଭାବେ ଅନୁଗୋଳ ଫରେଷ୍ଟ ଡିଭିଜନ୍‌ରେ। ୧୯୯୦ ମସିହା ନଭେମ୍ବର ୫ରେ ମୁଁ ସେଠାରେ ଜଏନ୍‌ କରିଥିଲି। ଏଠାରେ ପ୍ରଥମ କରି ଯେଉଁ ଦରମା ମିଳିଥିଲା, ସେଥିରୁ କିଛି ଟଙ୍କାରେ ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ପାଖରେ ଭୋଗ କରିଥିଲି। ସେହିପରି ପ୍ରାୟ ୧୦/୧୨ ଜଣ ଦୁଃଖୀରଙ୍କିଙ୍କୁ ଖାଇବାକୁ ଦେବାପାଇଁ ମନ୍ଦିରର ପୂଜାରୀଙ୍କୁ ମଧ୍ୟ କିଛି ଟଙ୍କା ଦେଇଥିଲି। ଏଥିସହିତ ମୋ ଅଫିସ ପାଖରେ ଥିବା ଏକ ହୋଟେଲ୍‌ (ଯେଉଁଠାରେ ମୁଁ ପ୍ରତିଦିନ ଖାଇଥାଏ)ରେ ଛୋଟୁ ବୋଲି ଜଣେ କୁନିପିଲା କାମ କରୁଥିଲା। ପଢା ପ୍ରତି ତା’ର ଖୁବ୍‌ ଆଗ୍ରହ ଥିଲା। ତେଣୁ କିଛି ଟଙ୍କାରେ ତା’ପାଇଁ ଗୋଟିଏ ବର୍ଣ୍ଣବୋଧ ବହି, ୨ଟା ଖାତା, ରବର, ପେନ୍‌ସିଲ୍‌ ଆଦି କିଣି ଦେଇଥିଲି। ସେଦିନ ତା’ର ଖୁସି କହିଲେ ନସରେ। ଏସବୁ ପରେ ଯେବେ ମୁଁ ଘରକୁ ଯାଇଥିଲି ବଳିଥିବା ଦରମା ଟଙ୍କା ସବୁକୁ ବାପାଙ୍କ ହାତରେ ଦେଇ ଦେଇଥିଲି। ବାପାମା’ଙ୍କର ଆମେ ଥିଲୁ ୫ ପୁଅଝିଅ। ସେମାନଙ୍କ ମଧ୍ୟରେ ମୁଁ ଥିଲି ମଝିଆ। ମୋ ଉପରେ ବଡ଼ ଦୁଇ ଭାଇ ଓ ତଳେ ସାନ ଦୁଇ ଭଉଣୀ। ବାପା ପୋଲିସ ବିଭାଗରେ ଚାକିରି କରୁଥିଲେ। ଘରର ସେମିତି କିଛି ଦାୟିତ୍ୱ ନ ଥିଲେ ବି ପ୍ରତିମାସରେ କିଛି କିଛି ଟଙ୍କା ମୁଁ ଘରକୁ ପଠାଇ ଦେଉଥିଲି। ୟା’ଭିତରେ ଅନେକ ବର୍ଷ ବିତିଯାଇଛି। ଚାକିରି କ୍ଷେତ୍ରରେ ବହୁ ସ୍ଥାନକୁ ମୋର ବଦଳି ହୋଇଛି, ତା’ସହିତ ପ୍ରମୋଶନ ବି ମିଳିଛି। ଏବେ ମୁଁ କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ୍‌, ଆନନ୍ଦପୁରରେ ବନଖଣ୍ଡ ଅଧିକାରୀ ଭାବେ ଅବସ୍ଥାପିତ। ଚାକିରି ବାଦ୍‌ ଅଭିନୟ ପ୍ରତି ମୋର ଖୁବ୍‌ ରୁଚି ରହିଛି। ଷଷ୍ଠ ଶ୍ରେଣୀରେ ପଢିଲାବେଳେ ସ୍କୁଲ୍‌ ଡ୍ରାମାରେ ବାଜି ରାଉତ ଭୂମିକାରେ ଅଭିନୟ କରିବାର ସୁଯୋଗ ମୁଁ ପାଇଥିଲି। ପ୍ରଥମ ଅଭିନୟରେ ହିଁ ଦର୍ଶକଙ୍କର ମନ ଜିଣିବା ସହ ପୁରସ୍କୃତ ହେବାରୁ ମୋ ଭିତରେ କ୍ରମେ ଅଭିନୟ ପ୍ରତି ବେଶ୍‌ ଆଗ୍ରହ ବଢ଼ିଯାଇଥିଲା। ତା’ପରଠୁ ମୁଁ ଆଉ ଫେରି ଚାହିଁନି। ଅଭିନୟ ସାଙ୍ଗକୁ କଲେଜପଢ଼ା ସମୟରେ ନିଜେ ନାଟକ ଲେଖିବା ସହ ସେଥିରେ ନିର୍ଦ୍ଦେଶନା ଦେବା ମଧ୍ୟ ଆରମ୍ଭ କରିଦେଲି। ‘ଆମେ ପାଗଳ’ ହେଉଛି ମୋ ଲିଖିତ ଏକ ଲୋକପ୍ରିୟ ନାଟକ। କେବଳ ନାଟକ ନୁହେଁ ‘ନିଷିଦ୍ଧ ସ୍ବପ୍ନ’ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ଏବଂ ‘ଫଟା କପାଳ’ ନାମରେ ଏକ ଟେଲି ଫିଲ୍ମରେ ବି ଅଭିନୟର ସୁଯୋଗ ମୁଁ ପାଇଛି। ଏସବୁ ଥିଲା ମୋ ଚାକିରି ଜୀବନର ପୂର୍ବ କଥା। ଚାକିରି କରିବା ପରେ ବେଶ୍‌ କିଛିଦିନ ଏହି ଲାଇନ୍‌ରୁ ଦୂରେଇ ଯାଇଥିଲି। ହେଲେ ପୁନର୍ବାର ୨୦୦୫ରେ ଯେବେ ମୁଁ ଫୁଲବାଣୀରେ କାମ କରୁଥିଲି, ସେତେବେଳେ ସେଠାରେ ବନାନୀ ନାମରେ ଏକ ନାଟ୍ୟସଂସ୍ଥା ପ୍ରାୟତଃ ବନ୍ଦ ଅବସ୍ଥାରେ ରହିଥିଲା। ଉକ୍ତ ନାଟ୍ୟସଂସ୍ଥାକୁ ପୁନର୍ବାର ଚାଲୁକରି ଦୁଇଟି ନାଟକରେ ଅଭିନୟ କରିବା ସହ ଗୋଟିଏରେ ନିର୍ଦ୍ଦେଶନା ଦେଇଥିଲି। ବାସ୍‌ ତା’ପରଠୁ ପୁଣି ଏହି ଧାରାରେ ପଡ଼ିଗଲି। କେବଳ ନାଟକ ଲେଖିବା କି ନିର୍ଦ୍ଦେଶନା ଦେବାରେ ନିଜକୁ ସୀମିତ ନ ରଖି ଧାରାବାହିକରେ ପୁନର୍ବାର ଅଭିନୟ କରିବା ଆରମ୍ଭ କରିଛି; ଯାହା ମୋତେ ଏବେ ଏକ ଭିନ୍ନ ପରିଚିତି ଆଣିଦେଇଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri