Posted inଫୁରସତ

ପ୍ରଥମରୋଜଗାରରେ ପରିବାର ସଦସ୍ୟଙ୍କ ସହ ଖୁସି ବାଣ୍ଟିଥିଲି

ନୟାଗଡ଼ରେ ନିଜ ଘର ହୋଇଥିଲେ ହେଁ, ନନାବୋଉ ଯେହେତୁ କଳାହାଣ୍ଡିରେ ଶିକ୍ଷକତା କରୁଥିଲେ ତେଣୁ ମୋ ପାଠପଢ଼ା ସେଇଠି ହିଁ ହୋଇଥିଲା। ମୁଁ ଥିଲି ଘରର ବଡ଼ଝିଅ, ମୋ ତଳକୁ ଦୁଇ ଭାଇ। ଯୁକ୍ତ ୨ ପଢ଼ିବା ସମୟରେ ନନାଙ୍କର ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁ ହୋଇଗଲା। ଆମ ପରିବାର ଉପରେ ସତେ ଯେମିତି ଅକାଳ ଚଡ଼କ ପଡ଼ିଗଲା। ବୋଉର ଚାକିରି ହିଁ ଏକମାତ୍ର ପନ୍ଥା ଥିଲା ଆମମାନଙ୍କ ଭରଣପୋଷଣ ପାଇଁ। ତା’ର ଗୋଟେ ଗୋଡ଼ ରହୁଥିଲା ସ୍କୁଲରେ ଆଉ ଗୋଟେ ଗୋଡ଼ ଘରେ। ଘରକଥା ବୁଝି ତରବରରେ ସ୍କୁଲ ବାହାରିଲା ବେଳକୁ ତା’ର ଗୋଳାଗୋଳି କରି ଠିଆ ଠିଆ ଖାଇବା, ଦୌଡ଼ି ଦୌଡ଼ି ସବୁ କାମ କରିବା ଆଦିକୁ ଦେଖି ଦେଖି ମୁଁ ମନେମନେ ସ୍ଥିର କରି ନେଇଥିଲି ଯେ, ଜୀବନରେ କେବେ ବି ଚାକିରି କରିବିନି ବୋଲି! କିନ୍ତୁ ନନା ଯିବା ପରେ ଘରର ପରିସ୍ଥିତିକୁ ଦେଖି କେତେବେଳେ କେମିତି ଚାକିରି କଥା ମନରେ ଆସୁଥିଲେ ବି ଚାକିରି କରିବି ଏ ଜିଦ୍‌ଟା କେବେ ବି ଆସୁ ନ ଥିଲା ମନ ଭିତରେ। କାରଣ ବୋଉର ସୋରିଆସିସ୍‌ ନାମକ ଏକ ଚର୍ମ ରୋଗ ହୋଇଥିବାରୁ ତାକୁ ବାରମ୍ବାର ଡାକ୍ତରଖାନା ଯିବାକୁ ପଡୁଥିଲା। ତା’ ଅନୁପସ୍ଥିତିରେ ନିଜ ପାଠପଢ଼ା ସହ ଘରର ଓ ଭାଇମାନଙ୍କର ସବୁ କଥା ମୋତେ ହିଁ ବୁଝିବାକୁ ପଡୁଥିଲା। କହିବାକୁ ଗଲେ ଜୀବନ ଏମିତି, ଏକାନ୍ତ ନିଶ୍ଚିନ୍ତରେ ବସି ଚାକିରି କଥା ଭାବିବାକୁ କେବେ ବି ମୋତେ ସୁଯୋଗ ଦେଇ ନ ଥିଲା। ତଥାପି ଓଡ଼ିଆ ଅନର୍ସ ନେଇ ଗ୍ରାଜୁଏଶନ୍‌ ସରିବା ପରେ ପିଜିଡିସିଏ କୋର୍ସ କରିଥିଲି। ହେଲେ ୨୦୦୭ରେ ହଠାତ୍‌ ମୋ ବାହାଘର ଠିକ୍‌ ହୋଇଗଲା। ଶାଶୁଘର କଟକରେ। ଶାଶୁଘରର ଯାବତୀୟ କାମ, ସମସ୍ତଙ୍କ ଇଚ୍ଛା ମୁତାବକ ଦିନକୁ ଛଅଥର ରନ୍ଧାବଢ଼ା, ଦିଅଁଙ୍କ କାମ, ବାରମାସର ପର୍ବପର୍ବାଣି, ପିଠାପଣା, ରୋଗ ବୈରାଗ, କୁଣିଆ ମୈତ୍ର, ଛୋଟ ଛୁଆର ଜଞ୍ଜାଳ ଭିତରେ ସୁରୁଖୁରୁରେ ମୋ ଜୀବନ ବିତିଚାଲିଥିଲା। ଏସବୁ ଭିତରେ ହଠାତ୍‌ ୨୦୧୪/୧୫ରେ କୌଣସି ବ୍ୟକ୍ତିଗତ କାରଣରୁ ପରିବାରରେ ଦେଖାଦେଲା କିଛି ଅଭାବ ଅସୁବିଧା। ସେତିକିବେଳେ ମୋ ମନରେ ଚାକିରି କରିବାର ଇଚ୍ଛା ପୁଣି ଜାଗ୍ରତ ହେଲା। ଏଠି ସେଠି ବୁଝାବୁଝି କରିବା ପରେ ଈଶ୍ୱରଙ୍କ କୃପାରୁ ୨୦୧୭ରେ ଗୋଟେ ଘରୋଇ ସ୍କୁଲରେ ମୋତେ ଚାକିରି ମିଳିଲା। ମାସକୁ ଦରମା ୩ ହଜାର ଟଙ୍କା। ପ୍ରଥମ ମାସର ଦରମା ଯେଉଁଦିନ ପାଇଲି ସେଦିନ ସନ୍ଧ୍ୟାରେ ଠାକୁରଙ୍କ ପାଖେ ଭୋଗ ଲଗାଇବାକୁ ଛେନାପୋଡ଼ ଆଣିଥିଲି ଆଉ ବାକି ଟଙ୍କାତକ ଠାକୁରଙ୍କ ପାଦତଳେ ରଖିଦେଇଥିଲି। କିଛିଦିନ ପରେ ଆମର ବିବାହ ବାର୍ଷିକୀ ପଡିବାରୁ ସ୍ବାମୀଙ୍କୁ ଉପହାର ଦେବା ପାଇଁ ଠାକୁରଙ୍କ ପାଖରୁ ସେଇ ଟଙ୍କା ନେଇ ଗୋଟେ ହାତ ଘଣ୍ଟା କିଣିଥିଲି। ତା’ସହିତ ଶାଶୁ ଓ ଯାଆଙ୍କ ପାଇଁ ବି ଶାଢ଼ି ଆଣିଥିଲି।
ବାକି ଟଙ୍କାରେ ଘର ଲୋକଙ୍କ ପାଇଁ ରାତି ଖାଇବା କିଣି ଆଣିଥିଲି। ନିଜ ରୋଜଗାରରେ ସମସ୍ତଙ୍କ ସହିତ ଖୁସି ବାଣ୍ଟିବା ସେଦିନ ମୋତେ ଖୁବ୍‌ ଆନନ୍ଦ ଦେଇଥିଲା। ଆଉ ସେହି ମୁହୂର୍ତ୍ତରେ ବୋଉର ଗୋଟେ କଥା ମୁଁ ଠିକ୍‌ ଅନୁଭବ କରିପାରୁଥିଲି ଯେ, ”ଏତେ କଷ୍ଟ ପରେ ବି ବୋଉ ଚାକିରି କାହିଁକି ଛାଡ଼ିପାରୁ ନ ଥିଲା ଆଉ ମୋତେ ଚାକିରି କରିବା ପାଇଁ କାହିଁକି ସେ ବାରମ୍ବାର ବୁଝାଉଥିଲା।“ ସତରେ ଦୁନିଆର ସବୁ ଖୁସି ଗୋଟେ ପଟେ ଆଉ ଗୋଟେ ପଟେ ଏଇ ଖୁସି, ନିଜ ରୋଜଗାର, ନିଜ ପାରିବା ପଣିଆର ଖୁସି। କିନ୍ତୁ ସେ ଖୁସି ବି ବେଶିଦିନ ରହିଲାନି ମୋ ପାଖରେ। ୨୦୧୯ରେ ଶାଶୁଙ୍କ ଦେହ ଖରାପ ହେବାରୁ ବାଧ୍ୟହୋଇ ଚାକିରି ଛାଡିବାକୁ ପଡିଲା। ତା’ପରଠୁ ଆଉ ବିଧିବଦ୍ଧ ଚାକିରି କରିନି। ପାରିବାରିକ ଜଞ୍ଜାଳ ଭିତରେ ଯେବେ ବି କିଛି ଖାଲି ସମୟ ପାଇଛି, ତା’ଭିତରେ କବିତା, ଗପ, ନିବନ୍ଧ ଆଦି ଲେଖିବାକୁ ଚେଷ୍ଟା କରିଛି। ୟା’ଭିତରେ ମୋ ଲିଖିତ ପ୍ରାୟ ୨୫ଟି ଗପ ଏବଂ ଅନେକ କବିତା ବିଭିନ୍ନ ଖବରକାଗଜ, ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି। ତା’ସହିତ ‘ସ୍ମୃତି ଅସରନ୍ତି’ ଶୀର୍ଷକ ଏକ କବିତା ସଂକଳନ ବି ମୋର ପ୍ରକାଶିତ ହୋଇଛି। ଅବଶ୍ୟ ଏହି ଲେଖାଲେଖିରୁ କେତେବେଳେ କେମିତି ସ୍ବଳ୍ପ ରୋଜଗାର ହେଇଛି ଆଉ ତାକୁ ପରିବାର ପାଇଁ ଖର୍ଚ୍ଚ ବି କରିଛି କିନ୍ତୁ ସେହି ୩ହଜାର ଟଙ୍କାର ମୂଲ୍ୟ ଆଜି ବି ମୋ ପାଇଁ ଅମୂଲ ମୂଲ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri