ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କଲା ନାସା

ନ୍ୟୁୟର୍କ,୧୨।୭: ଆମେରିକାର ସ୍ପେସ ଏଜେନ୍ସି ନାସା ପକ୍ଷରୁ ଗାଲାକ୍ସି ବା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କରାଯାଇଛି। ଦୁନିଆର ସର୍ବବୃହତ ତଥା ଶକ୍ତିଶାଳୀ ମହାକାଶ ଟେଲିସ୍କୋପ ‘ଜେମ୍ସ ୱେବ ଟେଲିସ୍କୋପ’ ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଛି। ଏହି ଚିତ୍ରରେ ମହାକାଶରେ ବୁଲୁଥିବା ଶହ ଶହ ଗ୍ରହ, ଗ୍ରହାଣୁ ପୁଞ୍ଜ ଚିତ୍ର ଦୃଶ୍ୟମାନ ହେଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ଏହି ଚିତ୍ର ଗୁଡ଼ିକର ପ୍ରଥମ ଝଲକ ଦେଖିଥିଲେ। ଏହି ଅବସରରେ ନାସା ଆଡମିନିଷ୍ଟ୍ରେଟର ବିଲ ନେଲସନ ମଧ୍ୟ ଉପସ୍ଥିତ ଥିଲେ।
ଗତ ବର୍ଷ ଡିସେମ୍ବରରେ ଜେମ୍ସ ୱେବ ଟେଲିସ୍କୋପ ଲଞ୍ଚ କରାଯାଇଥିଲା। ବୈଜ୍ଞାନିକମାନେ ସେହି ସମୟରେ ଯାହା ଆଶା କରିଥିଲେ, ତାହା ଏହି ଚିତ୍ର ସାମ୍ନାକୁ ଆସିବା ପରେ ସଠିକ ପ୍ରମାଣିତ ହୋଇଛି। ୟୁରୋପୀୟ ସ୍ପେସ ଏଜେନ୍ସି (ଇଏସଏ) ଏବଂ କାନାଡାର ସ୍ପେସ ଏଜେନ୍ସି (ସିଏସଏ) ଏହି ପ୍ରକଳ୍ପରେ ଅଂଶୀଦାର ଅଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଶେୟାର କରି ଲେଖିଛନ୍ତି, ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ ମାଧ୍ୟମରେ ପ୍ରଥମ ତଥା ଅତି ବିଶେଷ ଚିତ୍ର ପ୍ରକାଶ ପାଇବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ମହାକାଶ ଅନୁସନ୍ଧାନ ପାଇଁ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। ଆମେରିକା ଏବଂ ସମସ୍ତ ମାନବିକତା ପାଇଁ ଏହା ସମର୍ପିତ
ମହାକାଶରେ ଲଞ୍ଚ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ମଧ୍ୟରୁ ଜେମ୍ସ ୱେବ ଟେଲିସ୍କୋପ ଅନ୍ୟତମ। ବୈଜ୍ଞାନିକମାନେ ୱେବ ଟେଲିସ୍କୋପ୍‌ର ବୟସକୁ ଦଶ ବର୍ଷ ବୋଲି କହିଛନ୍ତି, କିନ୍ତୁ ସେମାନେ ଆଶା କରୁଛନ୍ତି ଯେ ଏହା ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ନାସାର ଡେପୁଟି ଆଡମିନିଷ୍ଟ୍ରେଟର ପାମ ମେଲରାୟଙ୍କ ଅନୁଯାୟୀ, ନାସାର ମିଶନରେ ୨୦ ବର୍ଷ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ଅତିରିକ୍ତ ଇନ୍ଧନ କ୍ଷମତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri