Posted inଜାତୀୟ

ପ୍ରଥମେ ଲୁଟ କର-ପରେ ନିର୍ଦ୍ଦୋଷରେ ଖଲାସ, ଏହା କେନ୍ଦ୍ର ସରକାରଙ୍କ ମଡେଲ: କଂଗ୍ରେସ…

ନୂଆଦିଲ୍ଲୀ,୨୧।୩ : ବିରୋଧୀଦଳର ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସେଣ୍ଟ୍ରାଲ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ବ୍ୟବହାର କରାଯାଉଥିବା ବେଳେ ମେହୁଲ ଚୋକସିଙ୍କ ନାମ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସରୁ ହଟାଯିବା ଅତ୍ୟନ୍ତ ଦୁର୍ଭଗା ଜନକ ବୋଲି କଂଗ୍ରେସ ମଙ୍ଗଳବାର ଅଭିଯୋଗ କରଛି।

କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ପ୍ରଥମେ ଲୁଟ କର ଏବଂ ପରେ ନିର୍ଦ୍ଦୋଷରେ ଖଲାସ ହୂଅ। ଏହା ଏବେ ଭାଜପା ସରକାରଙ୍କ ଆଦର୍ଶରେ ପରିଣତ ହୋଇଛି। ଏହା ସରକାରଙ୍କ ନୂଆ ମଡେଲ ପାଲଟିଛି। ସେ ଟୱିଟ କରି ଏହାକୁ ମୋଡାନି ମଡେଲ ବୋଲି କହିଛନ୍ତି। ଯେଉଁମାନେ ବ୍ୟାଙ୍କରୁ ଟଙ୍କା ନେଇ ପଳାଇଛନ୍ତି ସେମାନଙ୍କୁ ସରକାର ସୁରକ୍ଷା ଦେଉଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେଉଁମାନେ ଏହିପରି ଲୋକଙ୍କୁ ସୁରକ୍ଷା ଦିଅନ୍ତି ସେମାନେ ନିଜ ମୁହଁରେ ଦେଶପ୍ରେମ କଥା କହିବା ଏକ ପରିହାସ ଭଳି ମନେ ହେଉଛି। ଆମେ ଏହା ଉପରେ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗୁଛୁ।
ଭାଜପା ସରକାର ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଜଣେ ସର୍ବୋତ୍ତମ ବନ୍ଧୁ ଆଦାନୀଙ୍କ ଲାଗି ସଂସଦକୁ ଅଚଳ କରି ରଖିଛନ୍ତି। ସେହିଭଳି ପାଞ୍ଚ ବର୍ଷ ପୂର୍ବେ ପଳାୟନ କରିଥିବା ପୁରୁଣା ବନ୍ଧୁ ଚୋକସିଙ୍କୁ କିପରି ଭୁଲି ପାରିବେ ସରକାର? ହଜାର ହଜାର କୋଟି ଟଙ୍କା ଚୋକସି ଠକି ନେଇଛନ୍ତି। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନା ଖାନେ ଦୁଙ୍ଗା ମନ୍ତବ୍ୟ ଏକ ପରିହାସରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଇଣ୍ଟରପୋଲ ମେହୁଲ ଚୋକସିଙ୍କ ନାମକୁ ରେଡ କର୍ଣ୍ଣର ନୋଟିସ ଡାଟାବେସରୁ ହଟାଇ ଦେଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ୧୩ ହଜାର କୋଟି ଟଙ୍କା ଠକେଇ ସହ ଜଡିତ ମାମଲା ରହିଛି। ଫ୍ରାନ୍ସର ଲିୟନ ସହରର ଇଣ୍ଟରପୋଲ ମୁଖ୍ୟାଳୟରେ ଚୋକସି ଦାଖଲ କରିଥିବା ଆବେଦନ ଆଧାରରେ ଏହି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri