ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ ଦେଶରେ ସବୁଠୁ ବଡ଼ ଆଶା ଚାକିରି। ସେ ପୁଣି ପ୍ରଶାସନିକ ସେବା ହେଲେ ଖୁବ୍‌ ଭଲ। ଇଂରାଜୀରେ ଭଲଥିଲେ ସିନା ପିଲାଟି କାଲି ସହଜରେ ପ୍ରଶାସନିକ ସେବା କିମ୍ବା ଅନ୍ୟ ପଦ-ପଦବୀଯୁକ୍ତ ସେବା ହାତେଇପାରିବ। ଏହି ଧାରଣା ବସା ବାନ୍ଧିଥାଏ ମା’ବାପାଙ୍କର। ତେଣୁ ପିଲାଟି ଦିନରୁ ନିଜ ଭାଷାରୁ ଦୂରେଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାନ୍ତି। ପିଲାଟି ଆସ୍ତେ ଆସ୍ତେ ମାତୃଭାଷା ପ୍ରତି ବିମୁଖ ରହି ପଢେ, ବଢେ ଏବଂ ନିଜକୁ ଗଢେ।
ଟିକେ ଭାବିଲେ ଟିକିନିଖି ଅନ୍ତରର ଭାବନା ପ୍ରକାଶ କେଉଁ ଭାଷାରେ ସହଜରେ ଏବଂ ଭଲ ଭାବରେ ସମ୍ଭବ ! ନିଜ ଭାଷାରେ ଖାଲି ଲେଖାଯାଏନି, ଭାବ ଆପେ ଆପେ ଅନ୍ତରରୁ ବାହାରି ବାଟ କଢାଇ ନିଏ। ପ୍ରକୃତ ଭାବଧାରା ପ୍ରକାଶକୁ ଖୋଜିବାକୁ ପଡ଼େନି ଶବ୍ଦକୋଷ। କାରଣ ଏହା ସ୍ବତଃ ନିଃସୃତ। ଫଳରେ ଲେଖାଟି ଜୀବନ୍ତ ମନେହୁଏ। ଲେଖାରେ ଘଟଣା ଯାହା ଥାଉନା କାହିଁକି ଏହା ପାଠକଙ୍କୁ ଅନୁଭବୀ ବନାଇଦିଏ। ଅନ୍ୟ ଭାଷାରେ ଶବ୍ଦକାଠିନ୍ୟ ସଂଗୃହୀତ-ସଂଯୋଜନ କୃତ୍ରିମ ଭାବ ଥିବାର ଜଣାଇ ଦିଏ। ବେଳେ ବେଳେ ଖାପଛଡା ଲାଗେ। ହଜାଇଦିଏ ସ୍ବତଃ ପ୍ରବୃତ୍ତ ଭାବନାକୁ ଆଉ ସାଉଁଟି ଆଣେ କେତେ କେତେ ଅମୂଲ୍ୟ ମହାର୍ଘ୍ୟ ଅନ୍ତଃସାରହୀନ ଶବ୍ଦକୋଷକୁ। ଏଇତ ପାର୍ଥକ୍ୟ। ମାତୃଭାଷା ପାଇଁ ଚିନ୍ତନର ଆବଶ୍ୟକତା କମ୍‌ କିନ୍ତୁ ଅନ୍ୟଭାଷା ପାଇଁ ବହୁବିଧ। ଆପେ ଆପେ ବାହାରି ଆସୁଥିବା ଭାଷା ଆଉ ଯୋଡିଯାଡି ସୁନ୍ଦର କରାଯାଉଥିବା ଭାଷାରେ ପ୍ରଭେଦ ପରି। ନିଜ ଅନୁଭବରେ ଆଣି ପହଞ୍ଚାଇଦିଏ ମାତୃଭାଷାରେ ବର୍ଣ୍ଣନା, ପକ୍ଷାନ୍ତରେ ଅନ୍ୟଭାଷା ମନେହୁଏ ବହୁ ଜ୍ଞାନ ବା ଶବ୍ଦ ସମ୍ଭାରରେ ସୃଷ୍ଟି ପରି। ସତେ ଯେପରି କେବଳ ଆଳଙ୍କାରିକ ସଂଯୋଜନା। ପ୍ରାକୃତିକ କୃତିମତ୍ତାରେ ପ୍ରଭେଦ ଭଳି।
ମାତୃଭାଷାରେ ଯିଏ ସମୃଦ୍ଧ ସିଏ ଯେ କୌଣସି ଭାଷାରେ ମଧ୍ୟ ପ୍ରବୀଣ ହୋଇପାରେ। କିନ୍ତୁ ଅନ୍ୟ ଭାଷାରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିଟି ଯେ ନିଜ ଭାଷାରେ ଦକ୍ଷ ଏହା ସଦା ସତ୍ୟ ହୋଇ ନ ପାରେ। ତେଣୁ ପ୍ରଥମେ ମାତୃଭାଷାରେ ଦକ୍ଷତା ହାସଲ ସହ ଇଂରାଜୀରେ ଜ୍ଞାନ ଅର୍ଜନ କଲେ ତାହା ଜୀବନ ପ୍ରଗତିରେ ସହାୟକ ହୋଇପାରିବ। ସମଗ୍ର ପୃଥିବୀର ଅଧିକାଂଶ ଦେଶରେ ନିଜକୁ ଆବଶ୍ୟକ ବେଳେ ଚଳିବାରେ ଯଥେଷ୍ଟ ସହାୟକ ହେବ। ଅଧିକ ଭାଷା ଜାଣିବାରେ ବାଧକ ଭାବନା ନ ରହୁ। ପ୍ରାୟ ସାଧାରଣ ବିଦେଶୀଙ୍କୁ ଦେଖିଲେ ଜାଣିହେବ ଯେ ସେମାନେ କିପରି ଅନର୍ଗଳ କଥା କହିପାରନ୍ତି ନିଜ ଭାଷାରେ। କହିଲା ବେଳେ ତାଙ୍କର ଭାବନା ଦୈହିକ ଭାବଭଙ୍ଗୀରେ ସ୍ବତଃ ପରିସ୍ଫୁଟିତ ହେଉଥାଏ। ତୁଣ୍ଡରୁ ବାହାରି ଚାଲିଥାଏ ଅବିରଳ ତାଙ୍କ କଥିତ ମାତୃଭାଷା। ସେ ଜ୍ଞାନୀ ହେଉ ା ଅଜ୍ଞାନ।
କାଳିଦାସଙ୍କର ‘କାତରେ କବିତା କୃତ’ ମନକୁ ଆସେ। ପ୍ରତ୍ୟେକ ମନୁଷ୍ୟ ଯେତେବେଳେ ଦୁଃଖରେ ଭାଙ୍ଗିପଡେ ଆପେ ଆପେ ବାହାରିପଡେ ତା’ର ମାତୃଭାଷା। କବି ନ ହୋଇ କବିତା ସୃଷ୍ଟି କରେ। ଭୁଲିଯାଏ ସାହିତ୍ୟକୁ ା ସୁସଜ୍ଜିତ ଭାଷା। ତୁଣ୍ଡ ଆପେ ଖୋଲି ହୋଇଯାଏ ନିଜର ମାତୃଭାଷାର ନିଚ୍ଛକ ଏକାନ୍ତ ଭାବନା ନେଇ। ମାତୃଭୂମି ପରି ମାତୃଭାଷାର ଆକର୍ଷଣ ଅଲଂଘ୍ୟ। ଅନ୍ୟ ଭାଷାଭାଷୀ ରାଜ୍ୟରେ ଥିବାବେଳେ ନିଜ ଭାଷାଭାଷୀ ଲୋକଙ୍କୁ ଦେଖିଲେ, ମିଳିବାକୁ କେବଳ ଇଚ୍ଛା ହୁଏନି ବରଂ ଇଚ୍ଛା ହୁଏ ଦୁଇପଦ ନିଜଭାଷାରେ କଥା ହେବାକୁ। ଆତ୍ମୀୟତା ବଢେ। ଗର୍ବ ଆସେ। ଭାଷା ମମତା ସୃଷ୍ଟିକରେ।
ଆମେ ଭାରତୀୟ ହିସାବରେ ଆଜିକା ଦୁନିଆରେ ଟିକେ ଭାଷା ଉପରେ ଆଲୋକପାତ କରିବା। ଆମ ଦେଶ ବିବିଧ ଭାଷାରେ ସମୃଦ୍ଧ। ସମୟ ବଦଳୁଛି। ଆଗପରି ଆଉ କେବଳ ଇଂରାଜୀ ଭାଷା ଆମର ସର୍ବୋଚ୍ଚ ସରକାରୀ ଚାକିରି ପାଇଁ ସୀମିତ ନାହିଁ। ବଦଳିଗଲାଣି ପରୀକ୍ଷା ପଦ୍ଧତି। ବହୁ ଭାରତୀୟ ଭାଷାରେ ପରୀକ୍ଷା ଦେବାର ସୁଯୋଗ ସୃଷ୍ଟି ହେଲାଣି। ଇଂରାଜୀରେ ଅନର୍ଗଳ କହିପାରୁଥିବା ଲୋକ ଯେ ଏକମାତ୍ର ଯୋଗ୍ୟ ଏ ବିଚାର ଆଉ ଆମ ସରକାରଙ୍କର ନାହିଁ। ପ୍ରଶାସନ ପାଇଁ ସ୍ଥାନୀୟ ଭାଷା ଜାଣିଥିବା ଲୋକ ଅଧିକ ଉପଯୁକ୍ତ ମନେହେଲେଣି। ଏପରି କି ନିଜ ମାତୃଭାଷାରେ ପରୀକ୍ଷା ଦେଇ ପିଲେ ଏବେ ଅଧିକ ଆକର୍ଷଣୀୟ ହୋଇ ପାରୁଛନ୍ତି। ହିନ୍ଦୀ, ତାମିଲ, ଓଡ଼ିଆ ଇତ୍ୟାଦି ବିଭିନ୍ନ ଭାରତୀୟ ଭାଷା ବ୍ୟବହାର କରି ବହୁ ପରୀକ୍ଷାର୍ଥୀ ସର୍ବୋଚ୍ଚ ପଦବୀକୁ ଆଗରୁ ଅକ୍ତିଆର କରୁଥିବା କେବଳ ଇଂରାଜୀ ପଢୁଆ ବାବୁଙ୍କ ଆୟତ୍ତରୁ କିଛିଟା ଛଡ଼ାଇ ନେଲେଣି। ତାଙ୍କୁ ପ୍ରାଧାନ୍ୟ ଦେବାର ଯଥାର୍ଥତା ବି ଅଛି। କାରଣ ସେମାନେ ହେବେ ବିଭିନ୍ନ ଭାରତୀୟ ଭାଷା ବ୍ୟବହାର ହେଉଥିବା ରାଜ୍ୟର ପ୍ରଶାସକ। ନିଜ ଭାଷାରେ ନିଜ ରାଜ୍ୟରେ ପ୍ରଶାସକ ଯେତେ ଗ୍ରହଣୀୟ ହୋଇପାରିବେ, ଅନ୍ୟଭାଷୀ ସେତେ ହୋଇ ପାରିବେ କି? ସେମାନେ ନିର୍ଭର କରିବେ ଅନ୍ୟ ଉପରେ ଯେ ତାଙ୍କୁ ସେଠାକାର ଭାଷାରେ ବୁଝେଇ ପାରିବେ, ଯାହାକି ବେଳେବେଳେ ପ୍ରକୃତ ସମସ୍ୟାକୁ ଟିକିନିଖି ଜଣାଇବାରେ ସକ୍ଷମ ହୋଇ ନ ପାରେ।
ଇଚ୍ଛାକୃତ ବିଷୟରେ ଓଡ଼ିଆ ନେଇ ମଧ୍ୟ ଭାରତୀୟ ପ୍ରଶାସନ ସେବା ପାଇବା ଏବେ ଦେଖାଗଲାଣି। ତାମିଲ ଭାଷାରେ କହୁଥିବା ଜଣେ ମହିଳା ଏବଂ ହିନ୍ଦୀ ଭାଷୀ ବହୁ ପୁରୁଷ ବିନା ଇଂରାଜୀରେ ପ୍ରଶାସନ ସେବାରେ ତାଙ୍କ ଦକ୍ଷତା ବଳରେ ବଛାଯାଇ ପାରୁଛନ୍ତି। ମାତୃଭାଷା ଯେ କେବଳ ଏକ ସାଧାରଣ ଭାଷା ତାହା ନୁହେଁ, ତାହା ଆପଣେଇନେବା ଏବଂ ବୌଦ୍ଧିକ ବିକାଶକୁ ବୁଝାମଣାଭିତ୍ତିରେ ଆଗେଇ ନେବାର ଏକ ପ୍ରକୃଷ୍ଟ ମାଧ୍ୟମ। ମାତୃଭାଷା ନିଜର ଅନ୍ତର୍ନିହିତ ଭାବନା ପ୍ରକାଶରେ ନିର୍ମଳତା ରଖେ। ମାତୃଭାଷା ଶିକ୍ଷାଭିତ୍ତିକ ସନ୍ତୋଷଜନକ କୃତିତ୍ୱ ପାଇଁ ଗୋଟିଏ ଉପାଦେୟ ତଥ୍ୟ ଏବଂ ପଥ୍ୟ। ଏହା ଦୈହିକ ଭାବଭଙ୍ଗୀର ସୁପ୍ରକାଶ୍ୟ, ବାର୍ତ୍ତାଳାପରେ ସୁସ୍ପଷ୍ଟ। ବୁଦ୍ଧିପ୍ରଦ ବିଷୟବସ୍ତୁର ପ୍ରସ୍ତୁତି ତଥା ସ୍ପଷ୍ଟ ତଥ୍ୟ ଉପସ୍ଥାପନା ସହ ଦ୍ୱନି ବିଜ୍ଞାନ (ଫୋନେଟିକ୍ସ)ର ଅସଲି ପରିପ୍ରକାଶ ପାଇଁ ଗୋଟିଏ ଗୋଟିଏ ଜୀବନ୍ତ ଉପାଦାନ। ମାତୃଭାଷା ପ୍ରତ୍ୟେକ ବ୍ୟକ୍ତିର ଅସ୍ମିତାର ପ୍ରଥମ ପରିଚୟ।
ଗୁଣ୍ଡିଚାବିହାର, ପୁରୀ
ମୋ: ୮୨୪୯୦୮୨୪୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri