Posted inଜାତୀୟ

ଗର୍ଭାଶୟ କର୍କଟ ପାଇଁ ପ୍ରଥମ ସ୍ବଦେଶୀ ଟିକାର ଗୁରୁବାର ଶୁଭାରମ୍ଭ…

ନୂଆଦିଲ୍ଲୀ, ୩୧।୮ : ଗର୍ଭାଶୟ କର୍କଟ ବିରୋଧରେ ଭାରତ ପ୍ରଥମ ସ୍ବଦେଶୀ ଟିକା ପାଇବାକୁ ଯାଉଛି। ଏହା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ସେପ୍ଟେମ୍ବର ୧ରେ ଶୁଭାରମ୍ଭ ହେବ। ସରକାରୀ ସୂତ୍ର ଅନୁଯାୟୀ, ଭାରତର ପ୍ରଥମ ସ୍ବଦେଶୀ ଟିକା କ୍ୱାଡ୍ରିଭେଲେଣ୍ଟ ହ୍ୟୁମାନ ପାପିଲୋମାଭାଇରସ ଟିକା (କ୍ୟୁଏଚପିଭି)ର ଗୁରୁବାର ଶୁଭାରମ୍ଭ କରାଯିବ।

ଏହି ଟିକା ୯ ରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଦିଆଯାଇପାରେ। ପ୍ରଥମେ ଏହି ଟିକା କେବଳ ବାଳିକାମାନଙ୍କୁ ଦିଆଯିବ। କିନ୍ତୁ ପରେ ଏହା ବାଳକମାନଙ୍କୁ ମଧ୍ୟ ଦିଆଯିବ। ଦେଶରେ ଟିକା ପ୍ରସ୍ତୁତ କରାଯାଉଥିବାରୁ ଏହାର ମୂଲ୍ୟ ଏକ ବଡ଼ ପ୍ରତିବନ୍ଧକ ହେବ ନାହିଁ।

ଦେଶରେ ବର୍ତ୍ତମାନ ଦୁଇଟି ଏଚପିଭି ଟିକା ଅଛି, ଯାହା ବିଦେଶୀ କମ୍ପାନୀ ଦ୍ୱାରା ନିର୍ମିତ । ଏହି ଟିକାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଗାର୍ଡାସିଲ, ଯାହା ମର୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ଅନ୍ୟଟି ହେଉଛି ସର୍ଭାରିକ୍ସ, ଯାହା ଗ୍ଲାକ୍ସୋ ସ୍ମିଥକାଇନ ଦ୍ୱାରା ନିର୍ମିତ। ବଜାରରେ ଏଚପିଭି ଟିକା ମୂଲ୍ୟ ପ୍ରାୟ ୨ ହଜାର ରୁ ୩ ହଜାର ଟଙ୍କା ରହିଛି। ଆଶାକରା ଯାଉଛି ଯେ ସେରମ ଏହି ସେଗମେଣ୍ଟରେ ପ୍ରବେଶ କଲାବେଳେ ଟିକାର ଦାମ୍‌ ହ୍ରାସ ପାଇବ। ଏହି ଟିକାକୁ ସରକାରଙ୍କ ଜାତୀୟ ଟିକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ କରି ମହିଳାଙ୍କ ଗର୍ଭାଶୟ କର୍କଟ ସମସ୍ୟାକୁ ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କୁହାଯାଉଛି।

ଏଚପିଭି କେନ୍ଦ୍ରର ସଦ୍ୟତମ ଆକଳନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ଏକ ଲକ୍ଷ ୨୩ ହଜାରରୁ ଅଧିକ ମହିଳା ଏହି କର୍କଟ ସମସ୍ୟାର ଶିକାର ହୁଅନ୍ତି ଏବଂ ଏଥିରୁ ୭୭ ହଜାରରୁ ଅଧିକ ମହିଳାଙ୍କର ମୃତ୍ୟୁ ଘଟିଥାଏ। ଉପଲବ୍ଧ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ପ୍ରାୟ ପାଞ୍ଚ ପ୍ରତିଶତ ମହିଳା ଏହି ସମସ୍ୟାରେ ପୀଡିତ ଅଛନ୍ତି। ପ୍ରାୟ ୮୩ ପ୍ରତିଶତ ଗର୍ଭାଶୟ କର୍କଟରେ ଏଚପିଭି ୧୬ କିମ୍ବା ୧୮ ସଂକ୍ରମଣ ଦ୍ୱାରା ହୋଇଥାଏ। ଏଚପିଭି ସଂକ୍ରମଣ ହେଉଛି ଗର୍ଭାଶୟ କର୍କଟର ମୁଖ୍ୟ କାରଣ। ସମଗ୍ର ବିଶ୍ୱରେ ପ୍ରାୟ ୭୦ ପ୍ରତିଶତ ଗର୍ଭାଶୟ କର୍କଟ ଏହା ଯୋଗୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri