Posted inଖେଳ

ଇଂଲଣ୍ଡ ଫୁଟ୍‌ବଲରେ ପ୍ରଥମ ମହିଳା କୋଚ୍‌

ମାଞ୍ଚେଷ୍ଟର, ୬ା୭(ପି.ଟି.): ଇଂଲଣ୍ଡରେ ଦିନକୁ ଦିନ ମହିଳା ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ତେବେ ପୁରୁଷ ଟିମ୍‌ରେ ମହିଳା କୋଚ୍‌ ବା ସପୋର୍ଟ ଷ୍ଟାଫ୍‌ଙ୍କ ଉପସ୍ଥିତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଏକ ପରସ୍ଥିତିରେ ଇତିହାସ ରଚିଛନ୍ତି ହାନ୍ନା ଡିଙ୍ଗଲି। ଫରେଷ୍ଟ ଗ୍ରୀନ୍‌ ପୁରୁଷ ଫୁଟବଲ କ୍ଲବ ଏହାର କୋଚ୍‌ ଭାବରେ ଡିଙ୍ଗଲିଙ୍କୁ ନିଯୁକ୍ତ ଦେଇଛି। ମଙ୍ଗଳବାର ଡନ୍‌କାନ ଫର୍ଗୁସନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଡିଙ୍ଗଲିଙ୍କୁ କେୟାରଟେକର କୋଚ୍‌ ଭାବରେ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ କ୍ଲବ୍‌ର ଚତୁର୍ଥ ଡିଭିଜନ ଟିମ୍‌ର ମୁଖ୍ୟ କୋଚ୍‌ ରହିଥିଲେ। ପ୍ରଥମ ଇଂଲିଶ କ୍ଲବ ଭାବରେ ଫରେଷ୍ଟ ଗ୍ରୀନ୍‌ ରୋଭର୍ସ ହାନ୍ନାଙ୍କୁ ନିଯୁକ୍ତି ଦେଇଥିବା ବେଳେ ମ୍ୟାନେଜର ଭାବରେ ନିଜ ଦକ୍ଷତା ପ୍ରମାଣିତ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି।
କ୍ଲବ ପକ୍ଷରୁ କୌଣସି ସମୟର କଟକଣା ନ ଥିବାରୁ ଦଳକୁ ଆଗେଇ ନେବା ପାଇଁ ହାନ୍ନାଙ୍କ ନିକଟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ମ୍ୟାନେଜର ତଥା ମୁଖ୍ୟ କୋଚ୍‌ ଭାବରେ ସୁଯୋଗ ପାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ହାନ୍ନା ଡିଙ୍ଗଲି। ପ୍ରି ସିଜନ ବର୍ତ୍ତମାନ ଆରମ୍ଭ ହେଉଥିବା ବେଳେ ସମ୍ପୂର୍ଣ୍ଣ ସିଜନ ଆଗକୁ ରହିଛି। ଏହା ମୋ ପାଇଁ ଏବଂ ଇଂଲିଶ ଫୁଟବଲ ପାଇଁ ଏକ ଚମତ୍କାର ସମୟ। ଉନ୍ନତ ଏବଂ ପ୍ରଗତିଶୀଳ ଚିନ୍ତାଧାରା ରଖୁଥିବା ଏଭଳି କ୍ଲବ ସହିତ ଯୋଡି ହୋଇଥିବାରୁ ମୁଁ ଅତ୍ୟନ୍ତ ଉତ୍ସାହିତ ବୋଲି ସେ କହିଛନ୍ତି।
ଇଂଲଣ୍ଡରେ ମହିଳା ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଦଳ ୟୁରୋ କପ ବିଜୟୀ ହୋଇ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମହିଳା ଏଫ୍‌ଏ କପ୍‌ ଫାଇନାଲକୁ ୭୭୩୯୦ ଦର୍ଶକ ଦେଖିଥିବା ବେଳେ ଏହା ଏକ ରେକର୍ଡ। ଚେଲ୍‌ସି ମହିଳା ଦଳର ମ୍ୟାନେଜର ଭାବରେ ଏମ୍ମା ହାୟେସ୍‌ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଫରେଷ୍ଟ ଗ୍ରୀନ୍‌ କ୍ଲବ ସର୍ବଦା ଚିରାଚରିତ ଧାରାରୁ କିଛି ଭିନ୍ନ କରିବାକୁ ପ୍ରୟାସ କରିଥାଏ। ଗ୍ଲସେଷ୍ଟରଶାୟାରରେ ଅବସ୍ଥିତ ଏହି ଟିମ୍‌ଟି ସୌରଶକ୍ତିର ବ୍ୟବହାର କରୁଥିବା ବେଳେ ଇଲେକ୍ଟ୍ରିକ୍‌ ବସ୍‌ରେ ଟିମ୍‌ ଯାତାୟାତ କରିଥାଏ। ଦଳର ସମସ୍ତେ ଭେଗାନ ଖାଦ୍ୟ(ଆମିଷ ଓ ଦୁଗ୍ଧଜାତ ବର୍ଜିତ) ଗ୍ରହଣ କରିଥାନ୍ତି। ଏପରି କି ଏହାର ପଡିଆ ସମ୍ପୂର୍ଣ୍ଣ ଅର୍ଗାନିକ ଏବଂ ପୁନଃନବୀକରଣ ବର୍ଷା ଜଳରେ ଏହାର ଷ୍ଟାଡିୟମ ପ୍ରସ୍ତୁତ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri