ବ୍ୟାପାର ଓଡ଼ିଶାର ପ୍ରଥମ ସଂସ୍କରଣ ଉଦଯାପିତ

ନୂଆଦିଲ୍ଲୀ,୩୦।୪: ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନସ (ଏଫଏଡିଏ)ର ଓଡିଶା ଶାଖା ପକ୍ଷରୁ ନିକଟରେ ବ୍ୟାପାର ଓଡ଼ିଶାର ପ୍ରଥମ ସଂସ୍କରଣ ର ଆୟୋଜନ କରାଯାଇଥିଲା। ଏପରିକି ଫାଡାର ବାର୍ଷିକ ଅଟୋମୋବାଇଲ ଡିଲରମାନଙ୍କର ବୈଠକ ‘ବ୍ୟାପାର’ର ଚତୁର୍ଦ୍ଦଶ ସଂସ୍କରଣ ମଧ୍ୟ ଓଡିଶାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଦିନିକିଆ କର୍ମଶାଳା ‘ହ୍ବିଲସ ଅଫ ଓଡ଼ିଶା’ଶୀର୍ଷକ ବିସ୍ତୁ ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।ଅପରପକ୍ଷରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଅଟୋମୋବାଇଲ ଡିଲର ଶିଳ୍ପ ଏକ ଗତିଶୀଳ ଓ ଅଭିବୃଦ୍ଧିଶୀଳ ଶିଳ୍ପ ଏବଂ ରାଷ୍ଟ୍ରର ଅର୍ଥନୈତିକ ପରିବ୍ୟବସ୍ଥାରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇଛି। ଏହି ବ୍ୟବସ୍ଥାରେ ଡିଲରମାନେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଛନ୍ତି। ଓଡ଼ିଶାର ଡିଲରଗଣ ରାଜ୍ୟ ପାଇଁ ରାଜସ୍ବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦୃଷ୍ଟିରୁ ଉଲ୍ଲେଖନୀୟ ଅବଦାନ ରଖି ଆସୁଛନ୍ତି। ସେହିଭଳି ଫାଡାର ସଭାପତି ମନିଶ ରାଜ ସିଂଘାଣିଆ କହିଥିଲେ, ଓଡ଼ିଶାରେ ‘ହ୍ବିଲସ ଅଫ ଓଡ଼ିଶା’ ଶୀର୍ଷକ ବିଷୟକୁ ନେଇ ବ୍ୟାପାର ସମ୍ମିଳନୀର ଚତୁର୍ଦ୍ଦଶ ସଂସ୍କରଣ ଆୟୋଜନ ପାଇଁ ଆମେ ବେଶ ଆନନ୍ଦିତ। ଓଡ଼ିଶା ରାଜ୍ୟ ଯାନବାହନ ଶିଳ୍ପ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଛି। ଓଡ଼ିଶାରେ ଏହା ପ୍ରଥମ ବ୍ୟାପାର ସମ୍ମିଳନୀ ଥିଲା ଏବଂ ଏଠାରେ ଆମେ ଯେଉଁଭଳି ଆଗ୍ରହ ଲକ୍ଷ୍ୟ କରିଛୁ, ତାହା ଉଲ୍ଲେଖନୀୟ। ଏହା ଆମକୁ ରିଟେଲ ଅଟୋମୋବାଇଲ ଶିଳ୍ପରେ ପୁନଃ ଶକ୍ତି ସଞ୍ଚରଣ କରିବା ଏବଂ ଆମ ଶିଳ୍ପର ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ ତଥା ସୂଚିତ ରଖିବାକୁ ଏହିଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅଶେଷ ପ୍ରେରଣା ଦେଇଛି। ସେହିପରି ଫାଡାର ରାଜ୍ୟ ଚେୟାରପର୍ସନ ପ୍ରଦୀପ ଅଗ୍ରୱାଲ କହିଥିଲେ, ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ୟାପାରର ଆୟୋଜନ କରି ଆମେ ନିଜକୁ ଗୌରବାନ୍ବିତ ମନେ କରୁଛୁ। ଏପରିକି ଶିଳ୍ପ ବିଶେଷଜ୍ଞଙ୍କ ସହିତ ଯୋଡି ହେବା ଏବଂ ସେମାନଙ୍କ ଅଭିଜ୍ଞତାରୁ ଜାଣିବା ସକାଶେ ରାଜ୍ୟର ଅଟୋମୋବାଇଲ ଡିଲରମାନଙ୍କ ନିମନ୍ତେ ଏହା ଏକ ଚମତ୍କାର ସୁଯୋଗ ଆଣି ଦେଇଛି। ଏପରିକି ଫାଡା ରାଜ୍ୟର ଅଟୋମୋବାଇଲ ଶିଳ୍ପ ସହିତ ସମ୍ପୃକ୍ତ ସମୁଦାୟଙ୍କୁ ଆଗେଇ ନେଇ ଏହାକୁ ପରିବର୍ତ୍ତନଶୀଳ ଶିଳ୍ପ ଦୃଶ୍ୟପଟ୍ଟ ସହିତ ସମକକ୍ଷ କରିବା ନିମନ୍ତେ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri