Categories: ଖେଳ

କୋହଲି, ଗେଲ୍‌ ଯାହା କରିପାରି ନ ଥିଲେ, ତାହା କରି ଦେଖାଇଲେ

କରାଚୀ,୧୬।୧୨: ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଗୋଟିଏ ବର୍ଷରେ ଟି୨୦ ଫର୍ମାଟରେ ଦୁଇ ହଜାରରୁ ଊଦ୍ଦର୍‌ବ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି ପାକିସ୍ତାନର ମହମ୍ମଦ ରିଜଓ୍ବାନ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌ରେ ୮୬ ରନ୍‌ର ବିସ୍ଫୋରକ ପାଳି ଅବସରରେ ଏହି ରେକର୍ଡ ହାତେଇଛନ୍ତି ଉଇକେଟକିପର ବ୍ୟାଟର।

୨୦୨୧ରେ ଅନ୍ତର୍ଜାତୀୟ ଟି୨୦ ଓ ଫ୍ରାଞ୍ଚାଇଜ କ୍ରିକେଟରେ ରିଜଓ୍ବାନ ମୋଟ ୨୦୩୬ ରନ୍‌ କରିଛନ୍ତି। ଗୋଟିଏ ବର୍ଷରେ ସର୍ବାଧିକ ଟି୨୦ ରନ୍‌ କରିଥିବା ବ୍ୟାଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜାମ। ସେ ଚଳିତ ବର୍ଷ ୧୭୭୯ ରନ୍‌ କରିଛନ୍ତି। ଏହି ତାଲିକାରେ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ ସହ ରହିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। ଗେଲ ୨୦୧୫ରେ ୧୬୬୫ ରନ୍‌ କରିଥିବା ବେଳେ କୋହଲି ୨୦୧୬ରେ ୧୬୧୪ ରନ୍‌ ସଂଗ୍ରହ କରିଥିଲେ।

Share