ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ ଯୁବକ ଗୁଳିକାଣ୍ଡ ଘଟାଇଥିବା ସୂଚନା ମିଳିଛି। ଏହି ଘଟଣାରେ ୩ ଜଣ ଯୁବକଙ୍କୁ ଟାଉନ ଥାନା ପୋଲିସ ଅଟକ ରଖି ପଚରାଉଚରା କରିବା ସହ ସେମାନଙ୍କଠାରୁ ଦୁଇ ମାଉଜର ଜବତ କରିଥିବା ଜଣାପଡ଼ିଛି।

