୧୦ ଦଳିତ ପରିବାରକୁ ନିଆଁପାଣି ବାସନ୍ଦ: କଥା ହେଲେ ଦେବାକୁ ପଡୁଛି ଏତିକି ଟଙ୍କା ଜରିମାନା

ଧରାକୋଟ,୨୯।୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାରୀ କାମକୁ ନେଇ ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ପ୍ରତାପ ପୁର ଗ୍ରାମର ୧୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି l ଗ୍ରାମରେ କଙ୍ଗାରୁ କୋର୍ଟ ଜରିଆରେ ଦୀର୍ଘ ତିନି ମାସ ହେଲା ଏହି ପରିବାର ମାନଙ୍କୁ ବାସନ୍ଦ କରାଯାଇଛି। ବାସନ୍ଦ ପରିବାର ଲୋକଙ୍କୁ ନିଆଁ ପାଣି, ଜମିଜୁମା ସହ ମନ୍ଦିର ଦର୍ଶନ ମଧ୍ୟ ବନ୍ଦ କରାଯାଇଛି। ସାମାଜିକ ବାସନ୍ଦର ଶିକାର ହୋଇଥିବା ୧୦ ପରିବାର ଏବେ ଦୈନଦିନ ଚଳଣିରେ ଅନେକ ସମସ୍ୟା ଭୋଗୁଥିବା ବେଳେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି l

ସୂଚନାଯୋଗ୍ୟ, ସରକାରୀ କାମକୁ ନେଇ ଗାଁ କଙ୍ଗାରୁ କୋର୍ଟରେ ୧୦ ଦଳିତ ପରିବାକୁ ଦଣ୍ଡ ଦିଆଯାଇଛି। ତିନି ମାସ ହେଲା ଗାଁ ଲୋକଙ୍କ ଦ୍ୱାରା ସାମାଜିକ ବାସନ୍ଦ, ନିଆଁ ପାଣି ବନ୍ଦ କରାଯାଇଛି। ବାସନ୍ଦ ପରିବାର ଲୋକଙ୍କ ସହ କଥା ହେଲେ ପଡୁଛି ୫ ହାଜର ୫୧ ଟଙ୍କା ଜରିମାନା l ଏମିତି ଏକ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ବରଡ଼ାବିଲି ପଞ୍ଚାୟତ ପ୍ରତାପ ପୁର ଗ୍ରାମରେ l ଏହି ଗ୍ରାମରେ ମୋଟ ୩ ଶହ ପରିବାର ବସବାସ କରୁଥିବା ଥିବା ବେଳେ ଗ୍ରାମର ହରିଜନ ସାହିରେ ଦଶଟି ଦଳିତ ପରିବାର ବସବାସ କରୁଛନ୍ତି l କିଛି ବର୍ଷତଳେ ପଞ୍ଚାୟତ ତରଫରୁ ହରିଜନ ସାହିରେ ୧ ଲକ୍ଷ ୭୦ ହାଜର ଟଙ୍କାର ଅଟକଳରେ
ଏକ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିଲା l ଯାହାକୁ ବିରୋଧ କରି ଆସୁଥିଲେ ପୂର୍ବତନ ସରପଞ୍ଚଙ୍କ ସମେତ କିଛି ଗ୍ରାମବାସୀl ଗ୍ରାମ ବାସୀଙ୍କ ବିରୋଧ ସତେ ଦଳିତ ପରିବାର ମାନେ ନିଜର ସୁବିଧାକୁ ଦୁଷ୍ଟିରେ ରଖି ଏବେ କଲ୍ୟାଣୀ ମଣ୍ଡପଟିକୁ ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରି ତିନିମାସ ତଳେ ପୂର୍ବତନ ସରପଞ୍ଚଙ୍କ ଇସାରାରେ ଗ୍ରାମରେ ଏକ ବୈଠକ କରାଯାଇଥିଲା। ଆଉ ସେହି କଙ୍ଗାରୁ କୋର୍ଟରେ ଗ୍ରାମରୁ ୧୦ ଦଳିତ ପରିବାକୁ ସାମାଜିକ ବାସନ୍ଦ କରଯାଇଥିବା ବେଳେ ଦୀର୍ଘ ତିନି ମାସ ହେଲା ନିଆଁ ପାଣି ସବୁରେ ତାଙ୍କ ପାଇଁ କଟକଣା ଲାଗିଛି l ଏହାକୁ ନେଇ ତିନି ମାସ ଧରି ଅନେକ ସମସ୍ୟା ଭୋଗୁଥିବା କହିଛନ୍ତି ସାମାଜିକ ବାସନ୍ଦର ଶିକାର ହୋଇଥିବା ଦଳିତ ପରିବାର l

କେବଳ ସାମାଜିକ ବାସନ୍ଦରୁ ନିଆଁ ପାଣି ବନ୍ଦ ନୁହେଁ କି ବାସନ୍ଦ ପରିବାର ସହ କଥା ହେଲେ ୫ ହାଜର ୫୧ ଟଙ୍କା ଜରିମାନାର ଦେବାକୁ ପଡ଼ିବ। ଦୀର୍ଘ ତିନି ମାସ ହେଲା ବାସନ୍ଦ ପରିବାରକୁ ମନ୍ଦିରକୁ ଯିବାକୁ ମନା ହେଇଛି l ଏମିତି କି ବିଲ ବାଡି ଚାଷ ଜମିକୁ ପାଣି ଛାଡ଼ିବା ବି ବାରଣ କରାଯାଇଛି l ପୂର୍ବତନ ସରପଞ୍ଚଙ୍କ ନିର୍ଦ୍ଦେଶରେ ଏ ସବୁ ହେଉଛି।

ପୂର୍ବରୁ ସାମାଜିକ ବାସନ୍ଦ ପ୍ରଥାକୁ ନେଇ ୧୦ ବାସନ୍ଦ ପରିବାର ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଘଟଣାକୁ ନେଇ ଆସ୍କା ଏସ.ଡିପି.ଓ ଗଞ୍ଜାମ ଏସପି ଦ୍ୱାରସ୍ତ ହୋଇଛନ୍ତି I ଅନ୍ୟ ପକ୍ଷରେ ବାସନ୍ଦ ହୋଇଥିବା ୧୦ ପରିବାର ପୂର୍ବତନ ସରପଞ୍ଚଙ୍କୁ ଏସବୁର ଦୋଷ ଦେଉଥିବା ବେଳେ ପୂର୍ବତନ ସରପଞ୍ଚ ଏହାକୁ ଖଣ୍ଡନ କରିଛନ୍ତି I ସେ କହିଛନ୍ତି, ସମାଜରେ ଚଳିବାର ସମସ୍ତଙ୍କ ଅଧିକାର ଅଛି ଏଠି କେହି କାହାକୁ ବାସନ୍ଦ କରିନାହାନ୍ତି I ଯଦି ସେମିତି କିଛି ହୋଇଛି ତାହାର ତଦନ୍ତ କରାଯାଉ l
ଅପର ପକ୍ଷରେ ଭଞ୍ଜନଗର ଉପଜିଲାପାଳ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ସାମାଜିକ ବାସନ୍ଦ ପ୍ରଥା ଆଦୌ ଠିକ ନୁହେଁ। ମୁଁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କ ସହ କଥାହେବି l ଯଦି ସେମିତି କିଛି ବାସନ୍ଦ କଥା ଅଛି ତାହେଲେ ତୁରନ୍ତ ତାହାର ସମାଧାନ କରାଯିବ l


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri