ଦୂର ହେଉନି ଦମକଳ ଦ୍ୱନ୍ଦ୍ୱ

ବଇଣ୍ଡା,୭।୯: ନିଆଁ ଗିଳୁଛି ଘର। ଆଖି ଆଗରେ ଜଳିଯାଉଛି ବର୍ଷ ବର୍ଷର ସମ୍ପତ୍ତି। ପ୍ରତିବର୍ଷ ସର୍ବସ୍ବାନ୍ତ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ପରିବାର। ନିକଟରେ ଅଗ୍ନିଶମ କେନ୍ଦ୍ରଟିଏ ନ ଥିବାରୁ ଏହି ବିପତ୍ତିରୁ ମିଳିପାରୁନି ଆଶ୍ୱସ୍ତି। ଏ ନେଇ ଦୀର୍ଘ ୨୪ବର୍ଷ ହେଲା ହୋଇଆସୁଛି ଦାବି। ୨୦୨୧ ଜାନୁୟାରୀ ୨ରେ ଦମକଳ କେନ୍ଦ୍ରଟିଏ ସ୍ଥାପନ ପାଇଁ ସରକାର କରିଥିଲେ ଘୋଷଣା। ହେଲେ ୨୦ ମାସ ପରେ ବି ନିଆଯାଇନି କୌଣସି ପଦକ୍ଷେପ। ଏପରି କି ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ ହେବ କି ନାହିଁ ସେ ନେଇ ଦେଖାଦେଇଛି ଆଶଙ୍କା। ଫଳରେ ଦମକଳ କେନ୍ଦ୍ରକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାବାସୀଙ୍କ ମନରୁ।
ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ହେଉଛି ବଇଣ୍ଡା ବଜାର। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ବଜାରରେ ୫ ଶହରୁ ଊର୍ଦ୍ଧ୍ୱ ବ୍ୟବସାୟିକ ପ୍ରତିଷ୍ଠାନ ଥିବାବେଳେ ଏହା ଉପରେ ନୁନୁକାପଶି, ହଣ୍ଡପା, ଲୁହାମୁଣ୍ଡା, କଣ୍ଟେଇକୋଳିଆ, ନାକିଚି, ଉରୁକୁଳା, ଠେଲକନାଳି, ଗାଁ ବଇଣ୍ଡା, ଜାମୁନାଳୀ, ଆଠମଲ୍ଲିକ ବ୍ଲକର ପେଡିପଥର, ସାପଘରା, କୁରୁମଟାପ, ସାନହୁଲା, ପାଇକସାହି, କୃତ୍ତିବାସପୁର, ଠାକୁରଗଡ଼, ଆମ୍ବସରମୁଣ୍ଡା, ଟାପଢୋଲ, ମଇମୁରା, ଛେଣ୍ଡିପଦା ବ୍ଲକର କତଡା ପଞ୍ଚାୟତବାସୀ ନିର୍ଭର କରନ୍ତି। ହେଲେ ଏହି ବଜାରରେ ଥିବା ଦୋକାନ କିମ୍ବା ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ ତୁରନ୍ତ ଆୟତ୍ତ କରିବା ସମ୍ଭବପର ହେଉନାହିଁ। କାରଣ ବଇଣ୍ଡା ଅଞ୍ଚଳରେ ଦମକଳ କେନ୍ଦ୍ରଟିଏ ନ ଥିବାରୁ ୩୦ କି.ମି. ଦୂର ବାମୁର ନଚେତ ୩୬ କି.ମି. ଦୂର ଆଠମଲ୍ଲିକ ଅଞ୍ଚଳରୁ ଅଗ୍ନିଶମ କର୍ମଚାରୀଙ୍କୁ ଆସିବାକୁ ପଡୁଛି। ଫଳରେ ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇଯାଉଛି। ୨୦୨୦ରେ ହଣ୍ଡପା ଥାନା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୭୯ଟି ଘର ପୋଡ଼ିଯାଇଥିଲା। କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି ଘଟିଥିଲା। ୨୦୨୧ରେ ୬୫ଟି ଘର ଓ ୨୦୨୨ରେ ୮୧ ଘର ଜଳିଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରତିବର୍ଷ ଅଗ୍ନିକାଣ୍ଡଜନିତ କ୍ଷୟକ୍ଷତି ବଢ଼ୁଥିବାରୁ ହଣ୍ଡପା ଥାନା ଅଞ୍ଚଳର ବଇଣ୍ଡାଠାରେ ଏକ ଅଗ୍ନିଶମ କେନ୍ଦ୍ର ନିର୍ମାଣ ପାଇଁ ଦାବି କରାଯାଇ ଆସୁଛି। ୧୯୯୮ରୁ ଏ ନେଇ ଅଞ୍ଚଳବାସୀ ସ୍ବର ଉତ୍ତୋଳନ କରିଆସୁଛନ୍ତି। ୨୦୦୯ ଫେବୃୟାରୀ ୧୫, ୨୦୧୭ ଜୁନ ୧୨ ଓ ୨୦୧୯ ଅଗଷ୍ଟ ୨୦ରେ ଅନୁଗୋଳ ଜିଲାପାଳ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ବଇଣ୍ଡାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ହେବ ବୋଲି ନମ୍ବର ୪୮୪ ତା ୨ା୧ା୨୦୨୧ରେ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା। କିନ୍ତୁ ଏଯାଏ ଜମି ଚିହ୍ନଟ କରାଯାଇନାହିଁ କି ଶିଳାନ୍ୟାସ ମଧ୍ୟ ହୋଇନାହିଁ। ବଇଣ୍ଡା ଅଞ୍ଚଳରେ ବହୁ ସରକାରୀ ଜମି ଦଲାଲଙ୍କ ଦଖଲକୁ ଚାଲିଯାଉଥିବା ବେଳେ ସରକାରୀ କାର୍ଯ୍ୟାଳୟ ପାଇଁ ଜମି ଅଭାବ ପଡ଼ୁଥିବା ବଇଣ୍ଡା ଛକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ତୁରନ୍ତ ବଇଣ୍ଡା ଅଗ୍ନିଶମ କେନ୍ଦ୍ର ସ୍ଥାପନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସରକାରଙ୍କ ଆନ୍ତରିକତା ନାହିଁ
ବଇଣ୍ଡାଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ପାଇଁ ବହୁବାର ଦାବି କରାଯାଇଛି। ହେଲେ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଏହା ହୋଇପାରୁ ନାହିଁ। ଏହି ଅଗ୍ନିଶମ କେନ୍ଦ୍ର ସ୍ଥାପନ ହେଲେ ୩ ବ୍ଲକର ଲୋକେ ଉପକୃତ ହେବେ। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ।
-ଭରତ ଚନ୍ଦ୍ର ସାହୁ, ପେଡିପଥର ସରପଞ୍ଚ
ଦୃଷ୍ଟି ଦେଉନାହାନ୍ତି ଲୋକ ପ୍ରତିନିଧି
ରାଜ୍ୟ ସରକାରଙ୍କ ଘୋଷଣାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଜିଲା ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହନ୍ତି। ଫଳରେ ବଇଣ୍ଡା ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।
-ଘନଶ୍ୟାମ ବେହେରା, ଆଇନଜୀବୀ
ଘୋଷଣା କେବଳ ଘୋଷଣାରେ
ବଇଣ୍ଡା ଅଞ୍ଚଳ ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ଏଠାରେ ଅଗ୍ନିଶମ କେନ୍ଦ୍ର ହେଲେ ଆଖପାଖ ଅଞ୍ଚଳର ଲୋକେ ତୁରନ୍ତ ସୁବିଧା ପାଇପାରିବେ। ହେଲେ ସରକାରୀ ଘୋଷଣା କେବଳ ଘୋଷଣାରେ ରହିଯାଇଛି।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ
ଆବେଦନ କରାଗଲେ ଜମି ଦିଆଯିବ
ବଇଣ୍ଡାଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ପାଇଁ ବିଭାଗ ପକ୍ଷରୁ ଆମକୁ ଜମି ପାଇଁ ଆବେଦନ କରାଗଲେ ତାହା ଯୋଗାଇ ଦିଆଯିବ। ଜମିର ଅଭାବ ନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ସରକାରୀ ନିୟମ ଅନୁଯାୟୀ ଆବେଦନ କରାଯାଉ।
-ଶାନ୍ତି ସ୍ବରୂପ ମିଶ୍ର, ତହସିଲଦାର, କିଶୋରନଗର
ଶୀଘ୍ର ପଦକ୍ଷେପ ନିଆଯିବ
ବଇଣ୍ଡା ଗ୍ରାମବାସୀଙ୍କ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ଅଗ୍ନିଶମ କେନ୍ଦ୍ର ନିର୍ମାଣ ନିମନ୍ତେ ଘୋଷଣା ମଧ୍ୟ କରିଛନ୍ତି। ତେଣୁ କିଭଳି ଶୀଘ୍ର ନିର୍ମାଣ କାର୍ଯ୍ୟ ହେବ, ସେ ନେଇ ପଦକ୍ଷେପ ନିଆଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri