ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସୋମବାର ରାଜଧାନୀର ତାପମାତ୍ରା ରେକର୍ଡ ଭାଙ୍ଗିଥିବାବେଳେ ବଙ୍ଗଳବାର ଏହା ରାଜ୍ୟର ସବୁଠାରୁ ତତଲା ସହର ପାଲଟିଛି।

ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୪୦.୪, ବାଲେଶ୍ୱରରେ ୪୦.୩ ଓ ଝାରସୁଗୁଡାରେ ୩୯.୫, ପାରାଦୀପରେ ୩୮.୮, ରାଉରକେଲାରେ ୩୭.୯ ଓ କେନ୍ଦୁଝରରେ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।