ଜଙ୍ଗଲନିଆଁ ରୋକିବାକୁ ‘ଫାୟାର ଲାଇନ୍‌’

କେନ୍ଦୁଝର,୨୨।୨(ସ୍ବ.ପ୍ର): କେନ୍ଦୁଝର ବନଖଣ୍ଡ ସହାୟତାରେ ସଦର ବନାଞ୍ଚଳ ଅନ୍ତର୍ଗତ ପଳାସପଙ୍ଗା ସେକ୍ସନ ଅଧୀନସ୍ଥ ୧୫ଟି ବନ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲ ନିଆଁ ପ୍ରତିକାର ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସାମିଲ ହୋଇ ଜଙ୍ଗଲରେ ପଡ଼ିଥିବା ପତ୍ରକୁ ଅଲଗା (ଫାୟାର ଲାଇନ୍‌) କାମ କରୁଛନ୍ତି। ଏଥିରେ ପଳାସପଙ୍ଗା ସେକ୍ସନର ଆହାରପସି, କଣ୍ଡରାପସି, ଆମୁଣିପୁର, ନଇଗାଁ ଓ ସଣ୍ଡିଆପସି ବନ ସୁରକ୍ଷା ସମିତିରେ ସଚେତନତା ସଭା ଅନୁଷ୍ଠିତ ହେବା ଫାୟାର ଲାଇନ କାମ ସରିଛି। ବଉଳମାଳ ଓ କଶିରା ପାଟଣାରେ କାର୍ଯ୍ୟକ୍ରମ ଚାଲୁ ରହିଛି। ବଉଳମାଳ ବନ ସୁରକ୍ଷା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସଚେତନତା ସଭା ଓ ଫାୟାର ଲାଇନ କାମ ଅବସରରେ ପଳାସପଙ୍ଗା ବନପାଳ ଜୟକୃଷ୍ଣ ଦାସ, ବନରକ୍ଷୀ ସୁବାଷିନୀ ଗିରି, ବଉଳମାଳ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ପୂର୍ଣ୍ଣେନ୍ଦୁ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ମହାପାତ୍ର, ଅନିତା ନାୟକ, ସଦସ୍ୟ ନିରଞ୍ଜନ ମହାନ୍ତ, ଭାଗବତ ନାୟକ ଓ ଲଳିତ ମହାକୁଡ଼ ଯୋଗଦେଇ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀଙ୍କର ଭୂମିକା ବୁଝାଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଭ୍ୟାସଭ୍ୟ, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଓ ଗ୍ରାମର ଭଦ୍ର ବ୍ୟକ୍ତିଗଣ ଜଙ୍ଗଲ ସୁରକ୍ଷା ଦିଗରେ ଯତ୍ନବାନ ହେବାକୁ ଶପଥପାଠ କରିଥିଲେ। ଏହି ଅବସରରେ ବନ ବିଭାଗ କର୍ମଚାରୀ ଓ ବନସୁରକ୍ଷା ସମିତିର ସଦସ୍ୟଙ୍କ ତତ୍ତ୍ୱାବଧାନରେ ଗ୍ରାମର ୧୬ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଫାୟାର ଲାଇନ କାମ କରିବା ସହିତ ଲୋକମାନଙ୍କୁ ସଚେତନ କରାଉଛନ୍ତି। ସେହିପରି କଶିରା ପାଟଣାରେ ମଧ୍ୟ ଫାୟାର ଲାଇନ କାମ ଚାଲିଛି। ଖୁବ୍‌ ଶୀଘ୍ର ଆଉ ୮ଟି ବନ ସୁରକ୍ଷା ସମିତିରେ ଏହି କାମ କରାଯିବା ସହିତ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକରେ ବ୍ୟାପକ ସଚେତନତା କରାଯିବ ବୋଲି ପଳାସପଙ୍ଗା ବନପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri