‘ସ୍ବଚ୍ଛତା ରହିଲେ ବିଶ୍ୱାସ ବଢ଼ିବ’

ଓଡ଼ିଶା ଆଡଭର୍ଟାଇଜିଂ ମାର୍କେଟରେ ୨୦୦୧ରୁ ‘ଏକ୍ସପୋଜ୍‌’ ଆଡଭର୍ଟାଇଜିଂ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏପରିକି ୪ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଉକ୍ତ ଏଜେନ୍ସି ବର୍ତ୍ତମାନ ୩୫ରେ ପହଞ୍ଚତ୍ଛି। ସେହିଭଳି ସାରା ଓଡ଼ିଶାରେ ସଂସ୍ଥାର ଦୃଢ଼ ଉପସ୍ଥିତି ରହିଥିବା ଜଣାପଡ଼ିଛି। ବିଶେଷକରି ଗୁଣାତ୍ମକ ସେବା ଓ ସମୟାନୁବର୍ତ୍ତିତା ଯୋଗୁ ଏକ୍ସପୋଜ ଆଡଭର୍ଟାଇଜିଂ କେବଳ ଓଡ଼ିଶା ନୁହେଁ ବରଂ ପଡ଼ୋଶୀ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମଧ୍ୟ ସଂସ୍ଥା ବ୍ୟବସାୟ ଚଳାଇଛି। ବିଶେଷକରି ବ୍ୟବସାୟରେ ସ୍ବଚ୍ଛତା ରଖିଲେ ଗ୍ରାହକଙ୍କ ବିଶ୍ୱାସ ବଢ଼ିବ ଏବଂ ଆପଣଙ୍କ ବ୍ୟବସାୟ ଆଗକୁ ବଢ଼ିବ। କମ୍‌ ଦିନରେ ଅନେକ ସଫଳତା ପାଇଥିବା ଏକ୍ସପୋଜ୍‌ ଆଡଭର୍ଟାଇଜିଂ ମୁଖ୍ୟ ସଞ୍ଜୀବ ମହାନ୍ତିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

୧- ପ୍ର. ସଂସ୍ଥାର ବ୍ୟବସାୟିକ ଯାତ୍ରା କିଭଳି ରହିଛି?
ଉ- ଦୀର୍ଘ ୨ଦଶନ୍ଧିର ବ୍ୟବସାୟିକ ଯାତ୍ରା ବେଶ୍‌ ରୋମାଞ୍ଚ ଓ ଘଟଣାବହୁଳ ରହିଛି, ଏପରିକି ଆମେ ବହୁ ଘାତପ୍ରତିଘାତ ସହ ସଫଳତା ଏବଂ ବିଫଳତା ପରିସ୍ଥିତି ଦେଇ ଗତି କରିଛୁ। ତେବେ ସବୁ ପ୍ରକାର ପରିସ୍ଥିତିକୁ ଆମେ ବେଶ୍‌ ଉପଭୋଗ କରିଛୁ।

୨- ପ୍ର. ବ୍ୟବସାୟରେ ସାମ୍ନା କରିଥିବା ବଡ଼ ଉପଲବ୍ଧି କ’ଣ?
ଉ- ବ୍ୟବସାୟରେ ଅନେକ ପ୍ରକାର ଉପଲବ୍ଧ ମିଳିଥାଏ। ବିଶେଷକରି ଯଦି ଆପଣ କାମରେ ଗୁଣବତ୍ତା ରକ୍ଷା କରିବା ସହ ଠିକ୍‌ ସମୟରେ ଗ୍ରାହକଙ୍କୁ ତାହା ଯୋଗାଇଦେଇ ପାରିବେ, ତେବେ ତାହା ଆପଣଙ୍କ ପାଇଁ ସବୁଠୁ ବଡ଼ ଉପଲବ୍ଧି ହୋଇଥାଏ। କାରଣ ଏଭଳି ବ୍ୟବସାୟରେ ଗ୍ରାହକମାନେ ସର୍ବଦା କ୍ୱାଲିଟି ଏବଂ ଟାଇମିଂକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଅପରପକ୍ଷରେ ପାଣ୍ଠି ପରିଚଳନା ବା ଫଣ୍ଡ ମ୍ୟାନେଜମେଣ୍ଟ ବର୍ତ୍ତମାନ ସବୁଠୁ ବଡ଼ ଡିସ୍‌ ଆଡଭାଣ୍ଟେଜ ହୋଇଯାଇଛି। କାରଣ କୋଭିଡ୍‌ ପରଠାରୁ ପେମେଣ୍ଟ ଆସିବା ଏକ ପ୍ରକାର ବନ୍ଦ ହୋଇଯାଇଛି, ଯେଉଁଥିପାଇଁ ଆମେ ଆମର ଭେଣ୍ଡର ଏବଂ ମିଡିଆ ହାଉସକୁ ପେମେଣ୍ଟ ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେଉଛୁ।

୩- ପ୍ର. କମ୍ପାନୀର ସ୍ବତନ୍ତ୍ର ବ୍ୟବସାୟିକ ଉଦ୍ଦେଶ୍ୟ(ୟୁଏସ୍‌ପି) କ’ଣ ରହିଛି? ଆଉ ବ୍ୟବସାୟକୁ ଆଗକୁ ବଢ଼ାଇବାରେ କ’ଣ ଯୋଜନା କରିଛନ୍ତି?
ଉ- ଆଡଭର୍ଟାଇଜିଂ ବ୍ୟବସାୟରେ ଗ୍ରାହକଙ୍କ ସହ ସ୍ବଚ୍ଛତା ବଜାୟ ରଖିବା ଜରୁରୀ ହୋଇଥାଏ। ଏପରିକି ଅଧିକ ଟଙ୍କା ଦାବି ନ କରି ଉଚିତ ଦାମ ଲଗାଇବା ସହ ଠିକ୍‌ ସମୟରେ କ୍ୱାଲଟି ସେବା ଯୋଗାଇବା। ଆମର ମାନବ ସମ୍ବଳକୁ ଠିକ୍‌ ଭାବେ ବ୍ୟବହାରକରି ସଂଗଠିତ ଭାବେ କାର୍ଯ୍ୟ କରିବା ଉପରେ ବେଶ୍‌ ଗୁରୁତ୍ୱ ଦେଉଛୁ। ଆଗାମୀ ଦିନରେ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ସେଥିପାଇଁ ଆବଶ୍ୟକ କାର୍ଯ୍ୟ କରାଯାଉଛି।

୪- ପ୍ର. ଓଡ଼ିଶା ଆଡଭର୍ଟାଇଜିଂ ମାର୍କେଟିଂ ଆଗକୁ ବଢ଼ିବ ବୋଲି ଭାବୁଛନ୍ତି କି ?
ଉ- ବର୍ତ୍ତମାନ ଆମେ ଏକ ଖରାପ ସମୟ ଦେଇ ଗତି କରୁଛୁ। କାରଣ ଆଗ ଅପେକ୍ଷା କାମ ଦିନକୁ ଦିନ କମିବାରେ ଲାଗିଛି। ଏପରିକି କୋଭିଡ୍‌ ଆଡଭର୍ଟାଇଜିଂ ବ୍ୟବସାୟ ଶିଳ୍ପକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଛି। ଆଗାମୀ ଦିନରେ ଯଦି ଭଲ ବ୍ୟବସାୟ ବାତାବରଣ ସୃଷ୍ଟି ହେବ ତା’ ହେଲେ ବ୍ୟବସାୟ ଭଲ ହେବ ବୋଲି ଆଶା କରୁଛୁ।

୫- ପ୍ର. ଆଡଭର୍ଟାଇଜିଂ ମାର୍କେଟିଂରେ ପ୍ରବେଶ କରୁଥିବା ନବାଗତଙ୍କ ପାଇଁ କ’ଣ ସନ୍ଦେଶ ରହିବ?
ଉ- ବ୍ୟବସାୟ ଯାହା ବି କର କଠିନ ପରିଶ୍ରମ ନିହାତି ଜରୁରୀ। ବିଶେଷକରି ଗ୍ରାହକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦିଆ ନ ଯିବା ଆବଶ୍ୟକ। ଏପରିକି ଗୁଣାତ୍ମକ ସେବା ଓ ବିଶ୍ୱାସଭାଜନ ବେଶ୍‌ ଗୁରୁତ୍ୱ ବହନ କରିଥାଏ। ଏଭଳି କିଛି ପଦକ୍ଷେପକୁ ଠିକ୍‌ ଭାବେ ଆପଣାଇଲେ ଆପଣ ଜଣେ ସଫଳ ବ୍ୟବସାୟୀ ହୋଇପାରିବେ।

୬- ପ୍ର. ଅବସର ସମୟରେ କ’ଣ କରିବକୁ ଭଲପାନ୍ତି ?
ଉ -ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସାୟରେ ବ୍ୟବସାୟୀଙ୍କ ପାଇଁ ଅବସରର ସଂଜ୍ଞା ପରିବର୍ତ୍ତନ ହୋଇଯାଇଛି। ତଥାପି ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ ବାହାର କରିବାକୁ ପଡ଼ିଥାଏ। କାରଣ ବ୍ୟବସାୟ ପରେ ମଧ୍ୟ ସାମାଜିକ ଜୀବନ ଓ ପରିବାରର ଦାୟିତ୍ୱ ମୁଣ୍ଡ ଉପରେ ଥାଏ। ସେଥିପାଇଁ ଯେଉଁ କିଛି ସମୟ କଷ୍ଟରେ ମିଳିଥାଏ ତା’ର ସଦୁପଯୋଗ ପାଇଁ ସର୍ବଦା ଚେଷ୍ଟା କରିଥାଏ। ଏପରିକି ପରିବାରକୁ ସମୟ ଦେବା ସହ ସାଙ୍ଗସାଥୀ ଓ ପରିଜନଙ୍କୁ ମଧ୍ୟ ସ୍ବତନ୍ତ୍ର ସମୟରେ ସମୟ ଦେଇଥାଏ। ବିଶେଷକରି ଯେହେତୁ ବିଜ୍ଞାପନଭିତ୍ତିକ ବ୍ୟବସାୟରେ ରହିଛି, ସେଥିପାଇଁ ଅଧିକ ସମୟ ପରିଭ୍ରମଣ କରିବାର ଅଭ୍ୟାସ ମଧ୍ୟ ରହିଛି। ବର୍ଷର ବିଶେଷ ସମୟରେ ବାହାରକୁ ଯିବା ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ହେବାକୁ ଭଲଲାଗେ। ଘରେ ଥିଲେ ସଂଗୀତ ଶୁଣିବା ଓ ପରିବାର ସହ ହସଖୁସିର ସାଥୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri