‘ସ୍ବଚ୍ଛତା ରହିଲେ ବିଶ୍ୱାସ ବଢ଼ିବ’

ଓଡ଼ିଶା ଆଡଭର୍ଟାଇଜିଂ ମାର୍କେଟରେ ୨୦୦୧ରୁ ‘ଏକ୍ସପୋଜ୍‌’ ଆଡଭର୍ଟାଇଜିଂ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏପରିକି ୪ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଉକ୍ତ ଏଜେନ୍ସି ବର୍ତ୍ତମାନ ୩୫ରେ ପହଞ୍ଚତ୍ଛି। ସେହିଭଳି ସାରା ଓଡ଼ିଶାରେ ସଂସ୍ଥାର ଦୃଢ଼ ଉପସ୍ଥିତି ରହିଥିବା ଜଣାପଡ଼ିଛି। ବିଶେଷକରି ଗୁଣାତ୍ମକ ସେବା ଓ ସମୟାନୁବର୍ତ୍ତିତା ଯୋଗୁ ଏକ୍ସପୋଜ ଆଡଭର୍ଟାଇଜିଂ କେବଳ ଓଡ଼ିଶା ନୁହେଁ ବରଂ ପଡ଼ୋଶୀ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମଧ୍ୟ ସଂସ୍ଥା ବ୍ୟବସାୟ ଚଳାଇଛି। ବିଶେଷକରି ବ୍ୟବସାୟରେ ସ୍ବଚ୍ଛତା ରଖିଲେ ଗ୍ରାହକଙ୍କ ବିଶ୍ୱାସ ବଢ଼ିବ ଏବଂ ଆପଣଙ୍କ ବ୍ୟବସାୟ ଆଗକୁ ବଢ଼ିବ। କମ୍‌ ଦିନରେ ଅନେକ ସଫଳତା ପାଇଥିବା ଏକ୍ସପୋଜ୍‌ ଆଡଭର୍ଟାଇଜିଂ ମୁଖ୍ୟ ସଞ୍ଜୀବ ମହାନ୍ତିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

୧- ପ୍ର. ସଂସ୍ଥାର ବ୍ୟବସାୟିକ ଯାତ୍ରା କିଭଳି ରହିଛି?
ଉ- ଦୀର୍ଘ ୨ଦଶନ୍ଧିର ବ୍ୟବସାୟିକ ଯାତ୍ରା ବେଶ୍‌ ରୋମାଞ୍ଚ ଓ ଘଟଣାବହୁଳ ରହିଛି, ଏପରିକି ଆମେ ବହୁ ଘାତପ୍ରତିଘାତ ସହ ସଫଳତା ଏବଂ ବିଫଳତା ପରିସ୍ଥିତି ଦେଇ ଗତି କରିଛୁ। ତେବେ ସବୁ ପ୍ରକାର ପରିସ୍ଥିତିକୁ ଆମେ ବେଶ୍‌ ଉପଭୋଗ କରିଛୁ।

୨- ପ୍ର. ବ୍ୟବସାୟରେ ସାମ୍ନା କରିଥିବା ବଡ଼ ଉପଲବ୍ଧି କ’ଣ?
ଉ- ବ୍ୟବସାୟରେ ଅନେକ ପ୍ରକାର ଉପଲବ୍ଧ ମିଳିଥାଏ। ବିଶେଷକରି ଯଦି ଆପଣ କାମରେ ଗୁଣବତ୍ତା ରକ୍ଷା କରିବା ସହ ଠିକ୍‌ ସମୟରେ ଗ୍ରାହକଙ୍କୁ ତାହା ଯୋଗାଇଦେଇ ପାରିବେ, ତେବେ ତାହା ଆପଣଙ୍କ ପାଇଁ ସବୁଠୁ ବଡ଼ ଉପଲବ୍ଧି ହୋଇଥାଏ। କାରଣ ଏଭଳି ବ୍ୟବସାୟରେ ଗ୍ରାହକମାନେ ସର୍ବଦା କ୍ୱାଲିଟି ଏବଂ ଟାଇମିଂକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଅପରପକ୍ଷରେ ପାଣ୍ଠି ପରିଚଳନା ବା ଫଣ୍ଡ ମ୍ୟାନେଜମେଣ୍ଟ ବର୍ତ୍ତମାନ ସବୁଠୁ ବଡ଼ ଡିସ୍‌ ଆଡଭାଣ୍ଟେଜ ହୋଇଯାଇଛି। କାରଣ କୋଭିଡ୍‌ ପରଠାରୁ ପେମେଣ୍ଟ ଆସିବା ଏକ ପ୍ରକାର ବନ୍ଦ ହୋଇଯାଇଛି, ଯେଉଁଥିପାଇଁ ଆମେ ଆମର ଭେଣ୍ଡର ଏବଂ ମିଡିଆ ହାଉସକୁ ପେମେଣ୍ଟ ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେଉଛୁ।

୩- ପ୍ର. କମ୍ପାନୀର ସ୍ବତନ୍ତ୍ର ବ୍ୟବସାୟିକ ଉଦ୍ଦେଶ୍ୟ(ୟୁଏସ୍‌ପି) କ’ଣ ରହିଛି? ଆଉ ବ୍ୟବସାୟକୁ ଆଗକୁ ବଢ଼ାଇବାରେ କ’ଣ ଯୋଜନା କରିଛନ୍ତି?
ଉ- ଆଡଭର୍ଟାଇଜିଂ ବ୍ୟବସାୟରେ ଗ୍ରାହକଙ୍କ ସହ ସ୍ବଚ୍ଛତା ବଜାୟ ରଖିବା ଜରୁରୀ ହୋଇଥାଏ। ଏପରିକି ଅଧିକ ଟଙ୍କା ଦାବି ନ କରି ଉଚିତ ଦାମ ଲଗାଇବା ସହ ଠିକ୍‌ ସମୟରେ କ୍ୱାଲଟି ସେବା ଯୋଗାଇବା। ଆମର ମାନବ ସମ୍ବଳକୁ ଠିକ୍‌ ଭାବେ ବ୍ୟବହାରକରି ସଂଗଠିତ ଭାବେ କାର୍ଯ୍ୟ କରିବା ଉପରେ ବେଶ୍‌ ଗୁରୁତ୍ୱ ଦେଉଛୁ। ଆଗାମୀ ଦିନରେ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ସେଥିପାଇଁ ଆବଶ୍ୟକ କାର୍ଯ୍ୟ କରାଯାଉଛି।

୪- ପ୍ର. ଓଡ଼ିଶା ଆଡଭର୍ଟାଇଜିଂ ମାର୍କେଟିଂ ଆଗକୁ ବଢ଼ିବ ବୋଲି ଭାବୁଛନ୍ତି କି ?
ଉ- ବର୍ତ୍ତମାନ ଆମେ ଏକ ଖରାପ ସମୟ ଦେଇ ଗତି କରୁଛୁ। କାରଣ ଆଗ ଅପେକ୍ଷା କାମ ଦିନକୁ ଦିନ କମିବାରେ ଲାଗିଛି। ଏପରିକି କୋଭିଡ୍‌ ଆଡଭର୍ଟାଇଜିଂ ବ୍ୟବସାୟ ଶିଳ୍ପକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଛି। ଆଗାମୀ ଦିନରେ ଯଦି ଭଲ ବ୍ୟବସାୟ ବାତାବରଣ ସୃଷ୍ଟି ହେବ ତା’ ହେଲେ ବ୍ୟବସାୟ ଭଲ ହେବ ବୋଲି ଆଶା କରୁଛୁ।

୫- ପ୍ର. ଆଡଭର୍ଟାଇଜିଂ ମାର୍କେଟିଂରେ ପ୍ରବେଶ କରୁଥିବା ନବାଗତଙ୍କ ପାଇଁ କ’ଣ ସନ୍ଦେଶ ରହିବ?
ଉ- ବ୍ୟବସାୟ ଯାହା ବି କର କଠିନ ପରିଶ୍ରମ ନିହାତି ଜରୁରୀ। ବିଶେଷକରି ଗ୍ରାହକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦିଆ ନ ଯିବା ଆବଶ୍ୟକ। ଏପରିକି ଗୁଣାତ୍ମକ ସେବା ଓ ବିଶ୍ୱାସଭାଜନ ବେଶ୍‌ ଗୁରୁତ୍ୱ ବହନ କରିଥାଏ। ଏଭଳି କିଛି ପଦକ୍ଷେପକୁ ଠିକ୍‌ ଭାବେ ଆପଣାଇଲେ ଆପଣ ଜଣେ ସଫଳ ବ୍ୟବସାୟୀ ହୋଇପାରିବେ।

୬- ପ୍ର. ଅବସର ସମୟରେ କ’ଣ କରିବକୁ ଭଲପାନ୍ତି ?
ଉ -ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସାୟରେ ବ୍ୟବସାୟୀଙ୍କ ପାଇଁ ଅବସରର ସଂଜ୍ଞା ପରିବର୍ତ୍ତନ ହୋଇଯାଇଛି। ତଥାପି ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ ବାହାର କରିବାକୁ ପଡ଼ିଥାଏ। କାରଣ ବ୍ୟବସାୟ ପରେ ମଧ୍ୟ ସାମାଜିକ ଜୀବନ ଓ ପରିବାରର ଦାୟିତ୍ୱ ମୁଣ୍ଡ ଉପରେ ଥାଏ। ସେଥିପାଇଁ ଯେଉଁ କିଛି ସମୟ କଷ୍ଟରେ ମିଳିଥାଏ ତା’ର ସଦୁପଯୋଗ ପାଇଁ ସର୍ବଦା ଚେଷ୍ଟା କରିଥାଏ। ଏପରିକି ପରିବାରକୁ ସମୟ ଦେବା ସହ ସାଙ୍ଗସାଥୀ ଓ ପରିଜନଙ୍କୁ ମଧ୍ୟ ସ୍ବତନ୍ତ୍ର ସମୟରେ ସମୟ ଦେଇଥାଏ। ବିଶେଷକରି ଯେହେତୁ ବିଜ୍ଞାପନଭିତ୍ତିକ ବ୍ୟବସାୟରେ ରହିଛି, ସେଥିପାଇଁ ଅଧିକ ସମୟ ପରିଭ୍ରମଣ କରିବାର ଅଭ୍ୟାସ ମଧ୍ୟ ରହିଛି। ବର୍ଷର ବିଶେଷ ସମୟରେ ବାହାରକୁ ଯିବା ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ହେବାକୁ ଭଲଲାଗେ। ଘରେ ଥିଲେ ସଂଗୀତ ଶୁଣିବା ଓ ପରିବାର ସହ ହସଖୁସିର ସାଥୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ପାଖରେ ରଖନ୍ତୁ କ୍ୟାସ୍‌, ଏହି ଦିନ ଦେଶରେ ବନ୍ଦ ରହିବ UPI! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୪।୯: ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର…

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଖବର: ଏଥର ଆଗୁଆ ମିଳିବ ଦରମା, ଜାଣନ୍ତୁ କାହିିଁକି

ନୂଆଦିଲ୍ଲୀ୨୪।୯: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖବର। ସାଧାରଣତଃ ମାସର ଶେଷ କାର୍ଯ୍ୟଦିବସରେ କର୍ମଚାରୀଙ୍କ ଦରମା ଓ ପେନସନଭୋଗୀଙ୍କ ପେନସନ ଆକାଉଣ୍ଟରେ ଜମା…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ରବିବାର ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୯: ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?