ପାଞ୍ଚଗଡ଼ ଜଙ୍ଗଲରେ ନିଆଁ

ବୋଲଗଡ଼,୨୪ା୪(ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଖୋର୍ଦ୍ଧା ରେଞ୍ଜ୍‌ ବୋଲଗଡ଼ ବନପାଳ ଅଧୀନ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲରେ ରବିବାର ନିଆଁ ଲାଗି ପ୍ରାୟ ଅଢ଼େଇ ଏକର ପରିମିତ ଅଞ୍ଚଳର ବୃକ୍ଷଲତା ଜଳିଯାଇଛି। ବୋଲଗଡ଼ ପଞ୍ଚାୟତ ମରଦାବାଡ଼ି ଗ୍ରାମ ନିକଟ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନପାଳ ପ୍ରଦୀପ ପଟ୍ଟନାୟକଙ୍କ ସମେତ ବିଭାଗୀୟ କର୍ମଚାରୀ ପହଞ୍ଚି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପରେ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲୁ ରହିଛି। ନିଆଁ ସମ୍ପୂର୍ଣ୍ଣ ଲିଭି ନ ଥିବା ବେଳେ ବହୁ ମୂଲ୍ୟବାନ ଗଛ ଜଳିଯାଇଛି। ସେହିପରି ଏହି ବ୍ଲକର ଡାବରଧୁଆ ପଞ୍ଚାୟତ ଅନ୍ତର୍ଗତ କପାସିଆ ନୂଆସାହି ନିକଟ ବେଲପଦର ରାସ୍ତାପାଶର୍‌ବ ଜମିରେ ଥିବା ଶୁଖିଲା ଘାସବୁଦାରେ ନିଆଁ ଲାଗି ଭୟଙ୍କର ପରିସ୍ଥିତ ଉପୁଜିଥିଲା। ଏଥିରେ ପ୍ରାୟ ଦୁଇ ଏକର ଜମି ଜଳୁଥିବା ବେଳେ ପବନ ଯୋଗୁ ନିକଟ କପାସିଆ ଗ୍ରାମ ନୂଆସାହିର ଏକ ବାଡ଼ରେ ନିଆଁ ଲାଗିଯାଇଥିଲା। ୫୭ ନମ୍ବର ଜାତୀୟ ରାଜପଥ ଧୂଆଁମୟ ହେବା ସହ କିଛି ସମୟ ଯାନବାହନ ଅଟକି ରହିଥିଲା। ଖବର ପାଇ ବୋଲଗଡ଼ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀ ଟୁକୁନି ସାହୁ ନିଜ ଓ୍ବାର୍ଡରେ ଦେଲେ ଭୋଟ୍‌

ଟିଟିଲାଗଡ଼,୨୪ା୩(ଡି.ଏନ୍‌.ଏ.): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ୍‌ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇଛି। ବୁଥ୍‌ ଖୋଲିବା ମାତ୍ରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ...

ରେଳଧାରଣାରୁ ମିଳିଲା ମହିଳା ବୀମା ଏଜେଣ୍ଟଙ୍କ ମୃତଦେହ

ବଲାଙ୍ଗୀର ଅଫିସ,୭ା୧୧:ବଲାଙ୍ଗୀର ରେଳ ଷ୍ଟେଶନ ନିକଟ ଖୁଜେନପାଲି ରେଳଧାରଣାରୁ ରବିବାର ସକାଳେ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତା ବଲାଙ୍ଗୀର ସହରର...

ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା...

ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି ବନ୍ୟା

କେନ୍ଦ୍ରାପଡ଼ା ଅଫିସ, ୭ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ହୋଇଥିବା ବନ୍ୟା ଏବେ ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ଏହି ବନ୍ୟାଞ୍ଚଳରେ କେତେକ ପାଟ କ୍ଷେତରେ ଜଳ...

ଚିଲିକାରେ ଭାସିଲା ଗ୍ୟାସ୍‌ ସିଲିଣ୍ଡର

କୃଷ୍ଣପ୍ରସାଦ,୨୦ା୧୨(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଘାଟ ଚିଲିକାରେ ପୁଣି ଅଘଟଣ ଘଟିଛି। ସୋମବାର ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ତଳକୁ ଖସି ଡଙ୍ଗାରେ...

ବରାଳପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଗାଁ ୨ ନମ୍ବର ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବନ୍ଦନା ବାରିକଙ୍କ ୨...

ମେଗା ବଦଳରେ ମିନି ଷ୍ଟିଲ୍‌ ପ୍ଲାଣ୍ଟ

କେନ୍ଦୁଝର, ୧୧।୭(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲାର ବଡବିଲ ତହସିଲ ଅନ୍ତର୍ଗତ କାରାଖେଣ୍ଡରାଠାରେ ଥିବା ରୁଙ୍ଗ୍‌ଟା ମାଇନ୍ସର ପୁର୍ବରୁ ଅବସ୍ଥିତ ଏକ ସ୍ପଞ୍ଜ ଆଇରନ କାରଖାନାକୁ ଷ୍ଟିଲ୍‌ ପ୍ଲାଣ୍ଟରେ...

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା: ବାଲେଶ୍ୱର, ମୟୂରଭଞ୍ଜ ଗଲା ସ୍ବତନ୍ତ୍ର ଟିମ୍‌

ପାରଳାଖେମୁଣ୍ଡି,୧୮ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ସୌମ୍ୟରଞ୍ଜନଙ୍କ ରହସ୍ୟଜନକ...

Advertisement
Archives

Model This Week