ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ମୋଟରସାଇକେଲ

କାମାକ୍ଷାନଗର,୨୭।୨: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ପାଞ୍ଚରୁ ଅଧିକ ମୋଟରସାଇକେଲ। ଏଭଳି ଏକ ଦୁର୍ଘଟଣା ଘଟିଛି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ।
ସୂଚନାଥାଉ କି, କୁହାଯାଉଛି କି ପ୍ରଥମେ କାର୍ଯ୍ୟାଳୟର ପଛପଟେ ନିଆଁ ଲାଗିଥିଲା । ଏହାପରେ ଚାହୁଁ ଚାହୁଁ ନିଆଁ ପାଖରେ ଥିବା ମୋଟର ସାଇକେଲରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ପାଞ୍ଚରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ପୋଡ଼ିଯାଇଥିଲା । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି,  କାର୍ଯ୍ୟାଳୟ ପରିସରେ ଥିବା ଜବତ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।