ସାଇକେଲ ମରାମତି ଦୋକାନରେ ନିଆଁ: ୫୦ହଜାରରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ନଷ୍ଟ

କୋରୁକୋଣ୍ଡା,୨୩।୧(ଡି.ଏନ.ଏ): ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମଉଳି ମା’ ଛକଠାରେ ଥିବା ଏକ ସାଇକେଲ ମରାମତି ଦୋକାନରେ ନିଆଁ ଲାଗି ପ୍ରାୟ ୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି। ସୂଚନାନୁଯାୟୀ, କୋରୁକୋଣ୍ଡା ନିକଟ ଏମ୍‌ଭି-୩୧ ଗ୍ରାମର ସହଦେବ ବିଶ୍ୱାସ ବହୁଦିନ ଧରି କୋରୁକୋଣ୍ଡା ଏକ ସାଇକେଲ ମରାମତି ଦୋକାନ କରି ପରିବାର ପ୍ରତି ପୋଷଣ କରୁଛନ୍ତି। ସୋମବାର ସାପ୍ତାହିକ ହାଟ ଥିବାରୁ ସାଇକେଲ ମରାମତି ପାଇ ଗ୍ରାହାକମାନେ ଭିଡ଼ ଥିବାବେଳେ ହଠାତ୍‌ ଘର ଭିତରୁ ଧୁଆଁ ବାହାରିଥିଲା। ଏହା ଦେଖି ସହଦେବ ଘର ଭିତରକୁ ଯାଇ ଦେଖିଲେ କି ଭିତର ଘରେ ନିଆଁ ଲାଗିଯାଇଛି। କିଛି ଉପାୟ ନ ପାଇ ସହଦେବ ବାହାରକୁ ଆସି ପାଟି କରିବାରୁ ସ୍ଥାନୀୟ ଲୋକେ କୋରୁକୋଣ୍ଡା ଦମକଳ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଘର ଭିତରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବା କାରଣରୁ ଘର ଭିତରକୁ କେହି ଯିବାକୁ ସାହସ କରିନଥିଲେ। ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାପରେ ଦମକଳବାହିନୀ ଘର ଭିତରକୁ ଯାଇ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଶଟ୍‌ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri