ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁର ପ୍ରକୋପ ବୃଦ୍ଧି ପାଇ କାରଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା।

ହେଲେ ସୌଭାଗ୍ୟବଶତଃ କାରରେ ନିଆଁ ଲାଗିବା କ୍ଷଣି କାରରେ ଥିବା ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ପଡ଼ିବାରୁ ଏକ ବଡ଼ ଧରଣର ବିପଦରୁ ସମସ୍ତେ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ସହ ଏବଂ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ହେଲେ କାରଟି ସମ୍ପୂର୍ଣ ପୋଡି ଯାଇଛି। ଅଘଟଣ ଯୋଗୁ କିଛି ସମୟ ପାଇଁ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ନିଆଁ ଲିଭିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Share