ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ ଉଦ୍ଧାର ହୋଇଛନ୍ତି ଶିବ ପ୍ରଧାନ । ଅଗ୍ନିଶମବାହିନୀର କର୍ମଚାରୀମାନେ ତାଙ୍କୁ ସଫଳତାର ସହିତ ଉଦ୍ଧାର କରିଛନ୍ତି । ତାକୁ ଉଦ୍ଧାର କଲା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି ।

ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଥିଲେ । ପଥରସନ୍ଧିରେ ମୁଣ୍ଡ ପଶି ରହିଯାଇଥିବାରୁ ବାହାର କରିବାକୁ ନାକେଦମ୍‌ ହୋଇଯାଇଥିଲେ ଅଗ୍ନିଶମ କର୍ମଚାରୀ । ତେବେ ନାବାଳକଙ୍କୁ ଉଦ୍ଧାର ପରେ ଅଗ୍ନିଶମ ଡିଜି ବଡ଼ ସୂଚନା ଦେଇଛନ୍ତି ।  ବଡ଼ ଚ୍ୟାଲେଞ୍ଜିଂ ଥିଲା; ଉଦ୍ଧାର ବେଳେ ଦୁଇଟି ବଡ଼ ବିପଦ ଥିଲା । ନାବାଳକଜଣକ ଯେଉଁ ସ୍ଥାନରେ ଫସିରହିଥିଲେ, ତାହାର ଉପରେ ଥିଲା ବଡ଼ ପଥର ଖଣ୍ଡ, ତାହା ସହିତ ଏକ ଅଜଗର ସାପ ଥିଲା । ବୈଷୟିକ ଚ୍ୟାଲେଞ୍ଜ୍‌ ଥିଲା, ସେଥିପାଇଁ ଭୁବନେଶ୍ବରରୁ ଯନ୍ତ୍ରପାତି ପଠାଗଲା । ଯେଉଁମାନେ ସାହସିକ ଉଦ୍ଧାର କାର୍ଯ୍ୟ କରିଛନ୍ତି, ସମସ୍ତଙ୍କୁ ପରସ୍କୃତ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Share