ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା ରହିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ଶିଶୁ ୱାର୍ଡରେ ଜଣେ ଶିଶୁ ରହିଥିଲେ।
ଘଟଣାର ଖବର ପାଇ ଛତ୍ରପୁର ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ, ମେଡିକାଲ ସୁରକ୍ଷା କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ତେଵେ ଧୂଆଁ ଏତେ ଜୋର ଥିଲା ପାଖରେ ଥିବା ଅନ୍ୟ ୱାର୍ଡରେ ଥିବା ରୋଗୀମାନେ ଭୟଭିତ ହୋଇଯାଇଥିଲେ । ଏପରିକି ଜଣେ ରୋଗୀଙ୍କ ସମ୍ପକୀୟ ନିଜ ମା’ଙ୍କୁ ଭୟରେ ବାହାରକୁ ଆଣି ଦେଇଥିଲେ । ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ରହିଛି ।