ରାଉରକେଲା ଅଖା ଗୋଦାମରେ ଅଗ୍ନିକାଣ୍ଡ

ରାଉରକେଲା,୨୮।୩: ରାଉରକେଲା ପାଓ୍ବାର ହାଉସ୍‌ ରୋଡ୍‌ ଏକ ଇଂଲିଶ ମିଡିୟମ ସ୍କୁଲ ନିକଟରେ ଥିବା ଅଖା ଗୋଦାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳବାହୀନୀର ୫ଟି ଦଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନି କାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତାହତଙ୍କ ସମ୍ପର୍କରେ ଜଣାପଡିନାହିଁ।