ଇଣ୍ଡିଆନ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ ଡିପୋରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି ।

 

ସୂଚନାନୁଯାୟୀ, ଆଜି ଡିପୋରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ୍‌ ଚାଲୁ ସମୟରେ ସ୍ପାର୍କିଂ ହୋଇଥିଲା । ଫଳରେ ନିକଟରେ ଥିବା ପେଟ୍ରୋଲ ପଏଣ୍ଟରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ଆଇଓସିଏଲ୍‌ର ଅଗ୍ନିଶମ ବିଭାଗ, ଓଡ଼ିଶା ଅଗ୍ନିଶମ ବିଭାଗ ଓ ଟର୍ମିନାଲ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଅଗ୍ନିକାଣ୍ଡ କ୍ଷୟକ୍ଷତିର ଆକଳନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ।