ସ୍କୁଲ ପାଖରେ ଗୁଟ୍‌ଖା ବିକ୍ରି କଲେ ଜରିମାନା

କେନ୍ଦୁଝର,୧୫ା୧୧(ଡି.ଏନ୍‌.ଏ.)  ରାଜ୍ୟରେ ସବୁ ସ୍କୁଲଗୁଡ଼ିକର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏଣିକି ସ୍କୁଲ ନିକଟରେ ସିଗାରେଟ, ବିଡି,ପାନ,ଗୁଟ୍‌ଖା ବ୍ୟବହାର ଉପରେ କଟକଣା କରାଯାଇଛି। ସ୍କୁଲରେ କୌଣସି ଶିକ୍ଷକ ତଥା କର୍ମଚାରୀମାନେ ପାନ, ବିଡ଼ି, ସିଗାରେଟ, ଗୁଟଖା ଖାଇପାରିବେ ନାହିଁ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍କୁଲ ପରିସର କିମ୍ବା ସ୍କୁଲ ପାଖରେ ବିଭିନ୍ନ ଗୁଟ୍‌ଖା ସାମଗ୍ରୀ ବିକ୍ରି ଉପରେ ନିୟମ ଲାଗୁ କରାଯାଇଥିଲେ ହେଁ ଏହାକୁ ପାଳନ କରାଯାଉ ନାହିଁ। ପୋଲିସ, ଅବକାରୀ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ ନ କରିବା ଫଳରେ ସ୍କୁଲ ନିକଟରେ ଅବାଧରେ ଏହା ବିକ୍ରି ହେଉଛି।
କୌଣସି ସ୍କୁଲ ପରିସରରେ ସିଗାରେଟ କିମ୍ବା ଗୁଟଖାର ଯାଞ୍ଚ ସହ ୩୦୦ ଫୁଟ ପରିଧିରେ ଏପରି ଅବକାରୀ ସାମଗ୍ରୀର ଯାଞ୍ଚ କରାଯିବ। ଏ ନେଇ ଡିଇଓ ଏବଂ ବିଇଓମାନଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ ତମାଖୁମୁକ୍ତ ଅଞ୍ଚଳ ଭାବେ କାର୍ଯ୍ୟ କରିପାରୁ ନ ଥିବା କଥା ଜଣାପଡ଼ିଛି। ଜିଲାପାଳ ଓ ଏସ୍‌ପିଙ୍କ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟ ପରିସର ତମାଖୁମୁକ୍ତ ଅଞ୍ଚଳରେ ପରିଣତ କରିବା ପାଇଁ ଜିଲାପାଳ ଆଶିଷ ଠାକ୍‌ରେ ଗତ ୨୦୧୯ ଜୁଲାଇ ୨ରେ ପତ୍ର ଲେଖିଥିଲେ। କିନ୍ତୁ ଜିଲାପାଳଙ୍କ ଏହି ନିର୍ଦ୍ଦେଶପରେ ବି ଅନେକ କାର୍ଯ୍ୟାଳୟର କର୍ମଚାରୀମାନେ ଗୁଟ୍‌ଖା ସେବନ କରି ଅଫିସରେ କାମ କରୁଥିବା ପରିଲ୍ଲକ୍ଷିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କେତେକ ଶିକ୍ଷକ ଓ ଅଧ୍ୟାପକମାନେ ମଧ୍ୟ ଗୁଟ୍‌ଖା ସେବନ କରୁଥିବା ଲକ୍ଷ୍ୟ କରାଯାଇଛି। ଏସମ୍ପର୍କରେ ବ୍ୟାପକ ସଚେତନତାର ଆବଶ୍ୟକତା ଥିବାରୁ ମହାବିଦ୍ୟାଳୟରେ ମଧ୍ୟ ଛାତ୍ରୀଛାତ୍ରମାନେ ଗୁଟ୍‌ଖାରୁ କିପରି ଦୂରେଇ ରହିପାରିବେ ସେଥିପ୍ରତି ସଚେତନତାମୂଳକ ପଦକ୍ଷେପ ନେବାକୁ ଦାବି ହେଉଛି। ସ୍କୁଲରେ ସୁସ୍ଥ ପରିବେଶ ସାଙ୍ଗକୁ ପିଲାମାନେ ଯେପରି ସିଗାରେଟ, ଗୁଟଖା ଭଳି ବଦଭ୍ୟାସ ଠାରୁ ଦୂରରେ ରହନ୍ତି ସେ ସମ୍ପର୍କରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶିକ୍ଷାବିତ୍‌ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ବିଜ୍ଞପ୍ତି ପରେ ଏବେ ସ୍କୁଲ ଠାରୁ ୩୦୦ ଫୁଟ ପରିଧିରେ ଗୁଟଖା, ସିଗାରେଟ, ପାନ ବିକ୍ରି ହେଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଫାଇନ ଆଦାୟ ହେବ ବୋଲି ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ହାତୀ ପାଇଁ ଅଟକିଲା ମାଲବାହୀ ଟ୍ରେନ୍‌: ଲୋକୋପାଇଲଟ….

କେନ୍ଦୁଝର/ଯୋଡ଼ା,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ/ମାନସ ମହାନ୍ତି):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବାମେବାରି ନିକଟ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ାରେ ଗୁରୁବାର ସକାଳ ସମୟରେ ହାତୀ ପାଇଁ…

କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

କେନ୍ଦୁଝର,୧୩।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗ୍ରସ୍ତରେ ଆସିବେ। ସଦର ବ୍ଲକ ବଳଭଦ୍ରପୁର ଗ୍ରାମରେ ଆୟୋଜିତ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri