ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ,୧୫ା୧୧: ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ଏହା ପରେ ରାଜ୍ୟ ସରକାରଗୁଡିକ ମଧ୍ୟ କିଛି ପରିମାଣରେ ଭାଟ୍‌ ହ୍ରାସ କରିଛନ୍ତି। ଏହି ଘଟଣା ପରଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତ୍ତମାନ ଅପରିବର୍ତ୍ତିତ ରହିଛି। ପୂର୍ବରୁ ଲଗାତାର ତେଲ ଦର ବୃଦ୍ଧି ଯୋଗୁ ଖାଉଟି ଅତିଷ୍ଠ ହୋଇପଡ଼ିଥିଲେ। ବର୍ତ୍ତମାନ ଦର ବୃଦ୍ଧି ହୋଇ ନ ଥିବାରୁ ଗତ କିଛିଦିନ ହେବ ଖାଉଟିଙ୍କୁ ଆଶ୍ୱସ୍ତି ମିଳିଛି। ଲଗାତାର ପ୍ରାୟ ୧୦ ଦିନ ହେବ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ରବିବାର ମଧ୍ୟ ତେଲ ଦରରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ। ରାଜ୍ୟ ସ୍ତରରେ ଭାଟ୍‌ ଲାଗୁ ହେବା ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ତେଲ ଦର ଭିନ୍ନ ରହୁଛି। ଗତ ମାସରେ ଅଶୋଧିତ ତେଲ ଦର ୩ ମାସର ରେକର୍ଡ ସ୍ତର ୮୫ ଡଲାର ଛୁଇଁଥିଲା। ଏହା ବର୍ତ୍ତମାନ ବ୍ୟାରେଲ ପିଛା ୮୨ ଡଲାର ରହିଛି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ବଜାରରେ ଦର ସ୍ଥିର ରହିଥିବାରୁ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡୁନାହିଁ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋମିନି ନିର୍ଦ୍ଦେଶକ ନିଯୁକ୍ତ କରିପାରନ୍ତି ମିସ୍ତ୍ରି

ମୁମ୍ବାଇ,୨୭-୧୨: ଟାଟା ସନ୍ସର ଅଧ୍ୟକ୍ଷ ଏବଂ ଟାଟା ଗ୍ରୁପର ଅନ୍ୟ ୩ କମ୍ପାନୀର ବୋର୍ଡରେ ସାମିଲ ହେବା ନେଇ ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରି ଇଛୁକ...

କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି

ଭୁବନେଶ୍ୱର,୧୨।୮:ରାଜ୍ୟର ଏକ ପ୍ରମୁଖ ସ୍ବାସ୍ଥ୍ୟଭିତ୍ତିକ ସଂସ୍ଥା ଆପ୍‌ନି ଫାର୍ମାସୀ ପକ୍ଷରୁ ଗୁରୁବାର ସ୍ଥାନୀୟ ଲକ୍ଷ୍ମୀସାଗରଠାରେ ‘କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି’ର ଶୁଭାରମ୍ଭ କରାଯାଇଛି। ପ୍ରଥମ ଷ୍ଟୋରର...

୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

ନୂଆଦିଲ୍ଲୀ,୨୧ା୪: ଫେବୃୟାରୀରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବର୍ଷକର ଏହି ମାସ ତୁଳନାରେ ୩ ଗୁଣ ବୃଦ୍ଧି ପାଇ ୮.୬୧ ଲକ୍ଷରେ ପହଁଚିଯାଇଛି । କର୍ମଚାରୀ ଭବିଷ୍ୟନିଧି...

ଏଚଡିଏଫ୍‌ସି ପରେ ଗ୍ରାହକଙ୍କୁ ଖୁସିଖବର ଦେଲା ଆଇସିଆଇସିଆଇ, ଏଫ୍‌ଡିରେ ସୁଧ ହାର କଲା ବୃଦ୍ଧି

ନୂଆଦିଲ୍ଲୀ,୨୩।୨: କ୍ରମାଗତ ଭାବରେ ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ଭେଟି ଦେଉଥିବା ଦେଖାଯାଉଛି। ପ୍ରଥମେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର ଏଫ୍‌ଡି ଉପରେ ସୁଧ ହାର ବୃଦ୍ଧି...

ଆମେରିକାର ୮୦ ଧନୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ,୮।୬: ନିଜର ଦକ୍ଷତା ବଳରେ ସଫଳତା ହାସଲ କରିଥିବା ୮୦ ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ୩ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି। ଫୋବର୍‌ସ ପକ୍ଷରୁ...

ପ୍ରମୁଖ ଉଦ୍ୟୋଗ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି; କୋର୍‌ ସେକ୍ଟର ଅଭିବୃଦ୍ଧି ୧.୫% କମିଲା

ନୂଆଦିଲ୍ଲୀ,୧-୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଲଗାତାର ଭାବେ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଖସୁଛି। ନଭେମ୍ବରରେ ୮ କୋର୍‌ ସେକ୍ଟର ଭିତ୍ତିଭୂମି ଶିଳ୍ପଉଦ୍ୟୋଗ ର...

ଉପଯୋଗିତାରୁ ଅର୍ଥନୈତିକ ସୁଧାର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସ୍ଥିତିରେ ପରିବର୍ତ୍ତନ ଆସୁଥିବାରୁ ବଜାରରେ ଅର୍ଥନୈତିକ ସୁଧାର ପରିଲକ୍ଷିତ ହେଉଛି। ଲୋକମାନେ ସାମଗ୍ରୀ ବ୍ୟବହାର ବଢାଇବାରୁ ଅର୍ଥ ବ୍ୟବସ୍ଥାରେ ସୁଧାର ତ୍ୱରାନ୍ବିତ ହୋଇଛି।...

୩,୩୦୦ କୋଟିର ହାଓଲା ର଼୍ୟାକେଟ ଠାବ

ନୂଆଦିଲ୍ଲୀ,୧୨-୧୧: ଆୟକର ବିଭାଗ ପକ୍ଷରୁ ୩,୩୦୦ କୋଟି ଟଙ୍କାର ହାଓଲା ର଼୍ୟାକେଟ ଠାବ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସୂଚନା ଦେଇଛି। ଏହାର...

Advertisement
Archives

Model This Week