Finding Aliens Location In 2024: ଏଲିଅନ ରହୁଥିବା ସ୍ଥାନର ସନ୍ଧାନରେ ନାସା…

ଓ୍ବାଶିଂଟନ,୨।୧ : ଏଲିଅନଙ୍କ ଅସ୍ତିତ୍ୱ ଏବଂ ସେମାନଙ୍କୁ ଦେଖିବାର ଅନେକ ଦାବି ରହିଛି। ଏହି ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ, କିନ୍ତୁ ଦାବି କରାଯାଉଛି ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ ପହଞ୍ଚିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ। ବିଶେଷଜ୍ଞମାନେ କହିଛନ୍ତି ସେମାନେ ରହୁଥିବା ସ୍ଥାନ ଖୋଜିବାରେ ଶୀଘ୍ର ସଫଳତା ମିଳିବ।

ଆମେରିକାର ରିପୋର୍ଟ ଅନୁଯାୟୀ ନାସାର ଗୋଡାର୍ଡ ସ୍ପେସ ଫ୍ଲାଇଟ ସେଣ୍ଟରର ବୈଜ୍ଞାନିକ ଡ ମିସେଲ ଥାଲର କହିଛନ୍ତି ମୁଁ ନିଶ୍ଚିତ ଯେ ଅନ୍ୟ ଗ୍ରହରେ ଜୀବନ ଖୋଜିବାରେ ଆମେ ସଫଳ ହେବୁ ଏବଂ ଶୀଘ୍ର ଏଲିଅନମାନେ ମଧ୍ୟ ଆବିଷ୍କୃତ ହେବେ। ଆମେ ସେମାନଙ୍କର ନିକଟତର ହେବାରେ ଲାଗିଛୁ। ନାସାର ପୂର୍ବତନ ବୈଜ୍ଞାନିକ ଏଲେନ ଷ୍ଟୋଫାନ ମଧ୍ୟ ସମାନ ଦାବି କରିଛନ୍ତି। ସେ କହିଛନ୍ତି ୨୦୨୫ ସୁଦ୍ଧା ଗ୍ରହମାନଙ୍କରେ ଜୀବନର ସଙ୍କେତ ମିଳିବ। ଏକ ରିପୋର୍ଟ ଅନୁଯାୟୀ, ସେ ୨୦୧୫ ରେ ଏକ ବୈଠକରେ ସେ କହିଥିଲେ ୧୦ ବର୍ଷ ମଧ୍ୟରେ ଆମେ ପୃଥିବୀ ବାହାରେ ଜୀବନ ପାଇବାକୁ ଆଶା କରୁଛୁ। ୧୦-୧୫ ବର୍ଷ ପରେ ଏହାର ଉପଯୁକ୍ତ ପ୍ରମାଣ ମଧ୍ୟ ଉପଲବ୍ଧ ହେବ ।

ଏହି ପ୍ରକଳ୍ପ ଅଧୀନରେ ପୃଥିବୀର ନିକଟତମ ୧,୦୦୦,୦୦୦ ତାରକା ଉପରେ ଗବେଷଣା କରାଯିବ। ଗାଲାକ୍ସି ସ୍କାନ କରାଯିବ। ଏଥିପାଇଁ ଏହିପରି ଯନ୍ତ୍ରପାତି ବ୍ୟବହାର କରାଯାଉଛି ଯାହା ଗୁପ୍ତ ସୂଚନା ଖୋଜିବା ପାଇଁ ବ୍ୟବହୃତ ଟେଲିସ୍କୋପ ଅପେକ୍ଷା ୫୦ ଗୁଣା ଅଧିକ ପ୍ରଭାବଶାଳୀ। ଏକ ରିପୋର୍ଟ ଅନୁଯାୟୀ, ଏନେଇ ୩୨୦୦ ମେଗାପିକ୍ସେଲ କ୍ୟାମେରା ବ୍ୟବହାର କରାଯିବ। ଅନୁମାନ କରାଯାଉଛି ୨୦୨୪ ମସିହାରେ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ଏଲିଅନଙ୍କୁ ଖୋଜିବାରେ ସଫଳ ହେବେ।

 

https://twitter.com/NASA/status/1435720852331384833?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1435720852331384833%7Ctwgr%5E59726c26dfa84062bb68be6c5c92ce1367b2bc86%7Ctwcon%5Es1_&ref_url=https%3A%2F%2Fhindi.news24online.com%2Ftrending%2Ffinding-aliens-location-in-2024-claims-of-former-nasa-scientists%2F518095%2F


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri