ଉନ୍ନତି ପାଇଁ ମିଳିଲା ଉପାୟ

ଛେଣ୍ଡିପଦା,୧୨ା୧୨ (ଡି.ଏନ.ଏ.): ଆଇନ ସମ୍ପର୍କରେ ଥିଲେ ଅଜ୍ଞ। ଧରପଗଡ଼ କରୁ ନ ଥିଲା ପୋଲିସ। ଅବକାରୀ ବିଭାଗ ମଧ୍ୟ ଦେଖାଉ ନ ଥିଲା ନାଲି ଆଖି। ସେଥିପାଇଁ ବହୁଳ ଭାବେ କରାଯାଉଥିଲା ବେଆଇନ ଗଞ୍ଜେଇ ଚାଷ। ଅଧିକ ଲାଭ ମିଳୁଥିବାରୁ ଦୀର୍ଘବର୍ଷ ଧରି ବହୁ ଚାଷୀ ଆଦରି ନେଇଥିଲେ ଏହାକୁ। ହେଲେ ପ୍ରଶାସନ ସଚେତନ କରିବା ସହ କଠୋର ହେବା ପରେ ନିଜ ଉନ୍ନତି ପାଇଁ ଉପାୟ ଖୋଜି ପାଇଛନ୍ତି ସେମାନେ। ଫଳରେ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ନେଇଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଅନେକ ଚାଷୀ। ଅନ୍ୟମାନଙ୍କ ପରି ସେମାନେ ମଧ୍ୟ କଦଳୀ, ପରିବା ଫସଲ କରି ଆର୍ଥିକ ଭାବେ ସୁଦୃଢ଼ ହୋଇପାରିଥିବାରୁ ଅଧିକରୁ ଅଧିକ ଯୁବ ଚାଷୀ ଏବେ ଏହି ଅର୍ଥକରୀ ଫସଲ ଫଳାଉଥିବା ସୂଚନା ମିଳିଛି।
ଛେଣ୍ଡିପଦା ବ୍ଲକର ୫ଶହରୁ ଊର୍ଦ୍ଧ୍ୱ ଏକରରେ କଦଳୀ ଚାଷ କରାଯାଇଛି। ସେହିପରି ୮ଶହରୁ ଅଧିକ ଏକର ଜମିରେ ପରିବା ଲଗାଯାଇଛି। ବ୍ଲକର ହାଣ୍ଡିଗୋଡା ଜାମ୍ବୁନାଳିରେ ଚାଷୀମାନେ ୭୦ ହଜାର କଦଳୀ ଗଛ ଲଗାଇଥିବା ବେଳେ କୁକୁରପେଟା ଗ୍ରାମର ଚାଷୀ ୧ଲକ୍ଷରୁ ଊଦ୍ଧର୍‌ବ, ଟେଣ୍ଟୁଲୋଇ ଗ୍ରାମରେ ୪୦ ହଜାର, ବାଲିନାଳି ଗ୍ରାମରେ ୫୦ ହଜାର, ବ୍ରାହ୍ମଣବିଲ ଗ୍ରାମରେ ୭୦ ହଜାର, ଝିଣ୍ଟିପାଳରେ ୨୦ ହଜାର, ବାଗଡିଆ ଖମାର ଗ୍ରାମରେ ୧୦ ହଜାର, ବସନ୍ତପୁର ଗ୍ରାମରେ ୧୦ ହଜାର, ନୂଆଗାଁରେ ୬୦ ହଜାର, କଣଲୋଇରେ ୩୦ ହଜାର କଦଳୀ ଗଛ ଚାଷୀ ଲଗାଇଥିବା ଜଣାପଡ଼ିଛି। ସେହିପରି କମ୍ପସଲା, ବାହାଳସାହି, ବ୍ରାହ୍ମଣବିଲ, ଚାଙ୍ଗୁଡିଆ, ତେଣ୍ଟଲୋଇ, କୋରଡା, ବାଗଡିଆ, ଟାଙ୍ଗିର, ଖମାର, ଶିମିଳିପାଳ, ପାତ୍ରପଡା, ନୂଆଗାଁ, କୁଶକିଳା, କୁକୁରପେଟା, ଦୁର୍ଗାପୁର, କତଡା, ଜରପଡା, ପରା, ଉଗୀ ଆଦି ପଞ୍ଚାୟତର ୮୦୦ରୁ ଊଦ୍ଧର୍‌ବ ଏକରରେ ପରିବା ଚାଷ କରାଯାଇଛି। ଅନୁଗୋଳ, ସମ୍ବଲପୁର, ତାଳଚେର ଅଞ୍ଚଳର ବ୍ୟବସାୟୀମାନେ ଏଠାକୁ ଆସି କଦଳୀ ଓ ପରିବା କିଣି ନେଉଥିବାରୁ ଚାଷୀମାନେ ଭଲ ରୋଜଗାର କରିପାରୁଛନ୍ତି। ଦିନକୁ ଦିନ ଏହି ଫସଲର ଚାହିଦା ବଢ଼ୁଥିବାରୁ ଅଧିକରୁ ଅଧିକ ଚାଷୀ କଦଳୀ ଓ ପରିବା ଚାଷ ପାଇଁ ଆଗଭର ହେଉଥିବା ଜଣାପଡ଼ିଛି। କିନ୍ତୁ ଜଳସେଚନରେ ଥିବା ସମସ୍ୟା ଦୂର କରାଯାଉ ନ ଥିବା ବେଳେ ସରକାରଙ୍କ ନିକଟରୁ ଅଧିକ ପ୍ରୋତ୍ସାହନ ମିଳୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭଲ ବିହନ, ସାର, ଔଷଧ ଓ ଉପଯୁକ୍ତ ତାଲିମର ବ୍ୟବସ୍ଥା କରିବାକୁ ଛେଣ୍ଡିପଦାର ଚାଷୀମାନେ ଦାବି କରିଛନ୍ତି।

ବର୍ଷକୁ ୫୦ ହଜାର ଲାଭ
ଛେଣ୍ଡିପଦାରେ ଏବେ କଦଳୀ ଚାଷ ଜୋର୍‌ଦାର କରାଯାଉଛି। ଚାହିଦା ବଢ଼ୁଥିବାରୁ ସବୁ ଖର୍ଚ୍ଚ ଯାଇ ବର୍ଷକୁ ୫୦ ହଜାର ଟଙ୍କା ଲାଭ ମିଳିପାରୁଛି। ହେଲେ ପ୍ରାକୃତିକ ବିପର୍ଯ୍ୟାୟଜନିତ କ୍ଷୟକ୍ଷତି ପରେ ସରକାରଙ୍କ ତରଫରୁ ଅଧିକ ସହାୟତା ଯୋଗାଇ ଦିଆଗଲେ ଚାଷୀମାନେ ଉପକୃତ ହୋଇପାରନ୍ତେ।
-ସୁରେଶ ଦେହୁରୀ, ଚାଷୀ, ନୂଆଗାଁ
ବଜାର ସୁବିଧା, ତାଲିମ ବ୍ୟବସ୍ଥା ହେଉ
ଅନେକ ଚାଷୀ ଗଞ୍ଜେଇ ଚାଷ ଛାଡି ଦେଇ ପରିବା ଓ କଦଳୀ ଫସଲରେ ମନୋନିବେଶ କରିଛନ୍ତି। କିନ୍ତୁ କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ବଜାର ସୁବିଧା ସହ ଉନ୍ନତ ପ୍ରଣାଳୀରେ ଚାଷ କରିବା ପାଇଁ ତାଲିମ ଦେବାର ଆବଶ୍ୟକତା ରହିଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଉ।
-ଜନ୍ମେଜୟ ମାଝି, ସରପଞ୍ଚ, କଣଲୋଇ
ଉପଯୁକ୍ତ ପ୍ରୋତ୍ସାହନ ଉତ୍ସାହିତ କରିବ
ସରକାରଙ୍କ ପକ୍ଷରୁ ଉପଯୁକ୍ତ ତାଲିମ ଓ ସହଯୋଗ ଦିଆଗଲେ ଚାଷୀଙ୍କ ରୋଜଗାର ଦୁଇଗୁଣିତ ହୋଇପାରିବ। ଅନ୍ୟ ଅଞ୍ଚଳର ଚାଷୀମାନଙ୍କୁ ଏହା ଉତ୍ସାହିତ କରିବ। ରାଜ୍ୟରେ ଅଧିକରୁ ଅଧିକ କଦଳୀ ଓ ପରିବା ଚାଷ କରାଯିବା ଦ୍ୱାରା ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାଇପାରିବ।
-ଲଳିତ କୁମାର ପ୍ରଧାନ, ଚାଷୀ, ବାଲିନାଳୀ
ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଉ
କଦଳୀ ଓ ପରିବା ଚାଷ ବହୁ ଚାଷୀଙ୍କ ଆର୍ଥିକ ସଂକଟକୁ ଦୂର କରିପାରୁଛି। ଚାହିଦା ତୁଳନାରେ ଏବେ ଉତ୍ପାଦନ କମ୍‌ ଥିବାରୁ ଏହି ଚାଷକୁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ସେହିପରି ଜଳସେଚନ ଦିଗରେ ସରକାର ପଦକ୍ଷେପ ନେଲେ ଅଧିକ ଚାଷୀ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ।
-ରୋହିତ ସାହୁ, ଚାଷୀ, ବାଲିନାଳୀ
ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି
ଋତୁ ଅନୁଯାୟୀ ଚାଷୀ କିପରି ଫସଲ ରକ୍ଷା କରିପାରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପୂର୍ବପରି ସେମାନଙ୍କୁ ସାର, ଔଷଧ ସିଧାସଳଖ ଦିଆଯାଉନାହିଁ। ଚାଷୀ ତାହାକୁ କିଣି ବିଲ୍‌ ପଇଠ କରିବା ପରେ ସେମାନଙ୍କ ଖାତାକୁ ସିଧାସଳଖ ସବସିଡି ଟଙ୍କା ପଠାଯାଉଛି। କୌଣସି ସମସ୍ୟା ଥିଲେ ଗ୍ରାମ ରୋଜଗାର ସେବକଙ୍କ ସହିତ ଆଲୋଚନା କରନ୍ତୁ।
-ବିନୋଦ କୁମାର ଦଳେଇ, କୃଷି ଅଧିକାରୀ, ଛେଣ୍ଡିପଦା
ହେକ୍ଟର ପିଛା ୩୦ ହଜାର ଦିଆଯାଉଛି
ଉଦ୍ୟାନ ବିଭାଗ ପକ୍ଷରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଚାଷୀମାନଙ୍କୁ କଦଳୀ ଫସଲ ପାଇଁ ବିଭିନ୍ନ କିସମର ଉନ୍ନତମାନର ବିହନ ପ୍ରଦାନ କରାଯାଉଛି। ଏଥିସହ ହେକ୍ଟର ପିଛା ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି। ଚାଷୀମାନଙ୍କୁ ଛତୁ, ଫୁଲ, ହାଇବ୍ରିଡ ପନିପରିବା ଚାଷ ପାଇଁ ମଧ୍ୟ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।
-ଅନ୍ବେଷା ପ୍ରଧାନ, ସହକାରୀ ଉଦ୍ୟାନ ଅଧିକାରୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri