ଜାଣନ୍ତୁ କାହିଁକି ସ୍ବତନ୍ତ୍ର ଏହି ମୋଗଲ ଗାର୍ଡେନ

ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି। ତେବେ ଏହି ମୋଗଲ ଗାର୍ଡେନ ଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ ରହିଛି। ଏହି ଉଦ୍ୟାନ ସ୍ବଦେଶୀ ଏବଂ ବିଦେଶୀ ଫୁଲର ଏକ ଅଦ୍ଭୁତ ଉଦ୍ୟାନ। ଟ୍ୟୁଲିପ୍‌, ଗୋଲାପ ସହିତ ବିଭିନ୍ନ ପ୍ରକାରର ଫୁଲ ରହିଛି। ଏହା ୧୫ ଏକର ପରିମିତ ଜାଗାରେ ବ୍ୟାପିଛି। ଏହା ଭାରତୀୟ ସଂସ୍କୃତି ଏବଂ ମୋଗଲ ଶୈଳୀରେ ନିର୍ମିତ ହୋଇଥିଲା। ତେବେ ଏହାର ଇତିହାସ କ’ଣ ଜାଣନ୍ତୁ ସେ ସମ୍ପର୍କରେ…

Mughal Garden

ବ୍ରିଟିଶ ଶାସନ ସମୟରେ ମୋଗଲ ଗାର୍ଡେନ ତିଆରି କରାଯାଇଥିଲା। ମୋଗଲ ଗାର୍ଡେନ ନାମ ସୂଚିତ କରେ ଯେ, ଏହା ନିଶ୍ଚିତ ଭାବରେ ମୋଗଲ ଶାସକମାନଙ୍କ ଦ୍ୱାରା ନିର୍ମିତ ହୋଇଛି। କିନ୍ତୁ ଏହା ନୁହେଁ, ବ୍ରିଟିଶ ଶାସନ ସମୟରେ ଏହି ଉଦ୍ୟାନ ତିଆରି କରାଯାଇଥିଲା। ଯେତେବେଳେ ବ୍ରିଟିଶମାନେ ଭାରତ ଶାସନ କରୁଥିଲେ, ଦେଶର ରାଜଧାନୀ କୋଲକାତା ଥିଲା। ୧୯୧୧ରେ ଭାରତର ରାଜଧାନୀ ଦିଲ୍ଲୀକୁ ଉଠିଆସିଲା। ଦିଲ୍ଲୀରେ ଭାଇସରାୟଙ୍କ ହାଉସ ନିର୍ମାଣ କରାଯାଇଥିଲା। ସ୍ବାଧୀନତା ପରେ ଏହି ହାଉସ ରାଷ୍ଟ୍ରୀୟ ଭବନରେ ପରିଣତ ହେଲା। ଏହି ବିଲ୍ଡିଂର ଡିଜାଇନ ବ୍ରିଟିଶି ଶିଳ୍ପୀ ସାର୍‌ ଏଡଓ୍ବିନ ଲୁଟିନ୍ସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଇଂଲଣ୍ଡରୁ ଭାରତ ଆସିବା ପରେ ସାର୍‌ ଏଡଓ୍ବିନ ଲୁଟିନ୍ସ ମୋଗଲ ଗାର୍ଡେନ୍ସର ମାନଚିତ୍ର ପ୍ରସ୍ତୁତ କରିଥିଲେ। ୧୯୧୭ରେ ମୋଗଲ ଗାର୍ଡେନର ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ଏହି ଉଦ୍ୟାନ ୧୯୨୮ରେ ସମ୍ପୂର୍ଣ୍ଣ ହୋଇଥିଲା


ରାଷ୍ଟ୍ରପତି ଭବନ ରାଇସିନା ପାହାଡ଼ ଉପରେ ନିର୍ମିତ ହୋଇଥିଲା। ଏଠାରେ ଇଂରାଜୀ ଶାସକ ଭାଇସରାୟଙ୍କ ପାଇଁ ଏକ ଫୁଲ ବଗିଚା ତିଆରି କରିଥିଲେ। ମୋଗଲ ଗାର୍ଡେନ ହେଉଛି ଏକମାତ୍ର ଉଦ୍ୟାନ, ଯେଉଁଠାରେ ସାରା ବିଶ୍ୱର ରଙ୍ଗୀନ ଫୁଲ ଦେଖିବାକୁ ମିଳିଥାଏ। ମୋଗଲ ଗାର୍ଡେନକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ସ୍କୋୟାର ଗାର୍ଡେନ, ଲଙ୍ଗ ଗାର୍ଡେନ, ପରଦା ଗାର୍ଡେନା ଏବଂ ସର୍କୁଲାର୍‌ ଗାର୍ଡେନ।

Mughal Garden at Rashtrapati Bhawan (President's House)

ପ୍ରଥମ ରାଷ୍ଟ୍ରପତି ସାଧାରଣ ଲୋକଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲିଥିଲେ। ସ୍ବାଧୀନତା ପରେ ଭାଇସରାୟ ହାଉସର ନାମ ରାଷ୍ଟ୍ରପତି ଭବନରେ ପରିବର୍ତ୍ତନ କରାଯାଇଥିଲା। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏଠାରେ ରହିବାକୁ ଆସିଥିଲେ। ତା’ପରେ ସେ ସାଧାରଣ ଲୋକଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲିଥିଲେ। ସେବେଠାରୁ ପ୍ରତ୍ୟେକ ବସନ୍ତରେ ସାଧାରଣ ଲୋକଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲାଯାଉଛି। ବର୍ତ୍ତମାନ ଏହାର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri