Posted inଜାତୀୟ

ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା: ସାଧାରଣ ଦର୍ଶନ କେତେବେଳେ, କୌଣସି ଦେୟ ଅଛି କି ନାହିଁ ଜାଣନ୍ତୁ ଏ ସମ୍ପର୍କରେ…

ଅଯୋଧ୍ୟା,୨୨ା୧: ଆଜି ଅର୍ଥାତ୍‌ ସୋମବାର ୨୨ ତାରିଖରେ ଅଯୋଧ୍ୟାରେ ନୂଆ ରାମମନ୍ଦିରର ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଅନୁଯାୟୀ, ପ୍ରାଣପ୍ରତିଷ୍ଠା ପରେ ସାଧାରଣ ଭକ୍ତଙ୍କ ପାଇଁ ରାମମନ୍ଦିର ଖୋଲାଯିବ। ସାଧାରଣ ଲୋକ କେବେ ରାମମନ୍ଦିର ପରିଦର୍ଶନ କରିପାରିବେ? କୌଣସି ଦେୟ ଦେବାକୁ ପଡ଼ିବ କି ନାହିଁ? ଆରତି କେତେବେଳେ? ଜାଣନ୍ତୁ ସେ ସମ୍ପର୍କରେ…

ସାଧାରଣ ଲୋକ କେବେ ଦର୍ଶନ ପାଇବେ?
ଜାନୁୟାରୀ ୨୨ ପରେ ଅର୍ଥାତ୍‌ ମଙ୍ଗଳବାର ସାଧାରଣ ଭକ୍ତମାନେ ରାମଲାଲାଙ୍କ ଦର୍ଶନ ପାଇପାରିବେ। ଟ୍ରଷ୍ଟ ଅନୁଯାୟୀ, ଜାନୁଆରୀ ୨୨ରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପରଦିନ ସେମାନଙ୍କ ପାଇଁ ଦ୍ୱାର ଖୋଲା ରହିବ।

ମନ୍ଦିର କେତେଟା ପର୍ଯ୍ୟନ୍ତ ଖୋଲା ରହିବ?

ଅଯୋଧ୍ୟାରେ ରାମମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ସକାଳ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଏବଂ ତା’ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ର୍ଯ୍ୟନ୍ତ ଖୋଲା ରହିବ। ଉପଭୋଗ ଏବଂ ବିଶ୍ରାମ ପାଇଁ ମନ୍ଦିର ଅପରାହ୍ନରେ ପ୍ରାୟ ଅଢ଼େଇ ଘଣ୍ଟା ଦର୍ଶନ ବନ୍ଦ ରହିବ।

ଦର୍ଶନ ପାଇଁ କୌଣସି ଶୁଳ୍କ ରହିବ କି ନାହିଁ?
ଅଯୋଧ୍ୟା ରାମମନ୍ଦିରରେ ଦର୍ଶନ ମାଗଣା। ରାମଲାଲାଙ୍କ ଦର୍ଶନ ପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ। ଆରତି ଦିନକୁ ୩ ଥର ହେବ। ଏଥିପାଇଁ ଏକ ପାସ୍‌ ନିଆଯିବ। କେବଳ ଯେଉଁମାନଙ୍କର ପାସ୍‌ ଅଛି, ସେମାନଙ୍କୁ ଆରତିରେ ଭାଗ ନେବାକୁ ଅନୁମତି ଦିଆଯିବ।

କିଏ ମନ୍ଦିରର ଯତ୍ନ ନେବେ?
ରାମ ମନ୍ଦିରର ପରିଚାଳନା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଦ୍ୱାରା କରାଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଏହି ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣ ଉପରେ ମଧ୍ୟ ନଜର ରଖିଛି। ଦେଶର ପ୍ରସିଦ୍ଧ ନିର୍ମାଣକାରୀ କମ୍ପାନୀ ଲର୍ସମ ଆଣ୍ଡ୍‌ ଟୁବ୍ରୋ (L &T ) ନିର୍ମାଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri