Categories: ଖେଳ

କଣ ରହିଛି ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲାର ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଏଲନ୍‌ ମସ୍କ ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି। ତାଙ୍କ କମ୍ପାନୀର ବଜାର ମୂଲ୍ୟ ବଢିବା ଯୋଗୁ ବର୍ତ୍ତମାନ ସେ ବିଶ୍ୱର ଦ୍ୱିତୀୟ ଧନୀ ହୋଇ ପାରିଛନ୍ତି। ତାଙ୍କ କମ୍ପାନୀର ମୋଟ୍‌ ବଜାର ମୂଲ୍ୟ କେତେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଯାହା ଭାରତର ଟପ୍‌ ୫ କମ୍ପାନୀର ବଜାର ମୂଲ୍ୟଠାରୁ ମଧ୍ୟ ଅଧିକ ହେବ। ହଁ ଏହା ସତ। ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲାର ମୂଲ୍ୟ ୪୦.୧୯ ଲକ୍ଷ କୋଟି ଟଙ୍କା ରହିଛି। ସୂଚନାଯୋଗ୍ୟ, ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ମୂଲ୍ୟ ୧୨.୨୩ ଲକ୍ଷ କୋଟି ଟଙ୍କା ରହିଛି। ସେହିଭଳି ଟିସିଏସ୍‌ ମୂଲ୍ୟ ୧୦.୦୫ ଲକ୍ଷ କୋଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୭.୯୩ ଲକ୍ଷ କୋଟି, ହିନ୍ଦୁସ୍ତାନ ୟୁନିଲିଭର ୫.୦୨ ଲକ୍ଷ କୋଟି ଏବଂ ଇନ୍‌ଫୋସିସ ୪.୬୮ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ୫ ଭାରତୀୟ ଟପ୍‌ କମ୍ପାନୀର ବଜାର ପୁଞ୍ଜିକରଣ ମୂଲ୍ୟ ୩୯.୯୧ ଲକ୍ଷ କୋଟି ଟଙ୍କା ରହିଛି। ଏହାବାଦ ଦୁନିଆର ୬ ବଡ ଅଟୋମୋବାଇଲ କମ୍ପାନୀଠାରୁ ମଧ୍ୟ ବଡ ହେଉଛି ଟେସଲା। ୨୦୨୦ରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଲନ୍‌ ମସ୍କଙ୍କର ସମ୍ପତ୍ତି ୧୦.୩୪ ଲକ୍ଷ କୋଟି ଟଙ୍କା ବଢିଛି। ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ଏଲ୍‌ନ ମସ୍କ ଦୁନିଆର ଦ୍ୱିତୀୟ ଧନଶାଳୀ ବ୍ୟକ୍ତି ବିବେଚିତ ହୋଇଛନ୍ତି।

Share