ଜାଣନ୍ତୁ କେଉଁ କାର୍ଯ୍ୟ କରି ଜଣେ ବ୍ୟକ୍ତି ଜଗତକୁ ନିୟନ୍ତ୍ରଣ କରିପାରିବ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଅନେକ ଶ୍ଲୋକ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଜଣେ ବ୍ୟକ୍ତି ମଧୁର କଥା କହିବା ସହିତ ସତ୍ୟ କହିବା ଉଚିତ୍‌। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ କେଉଁ କାମ କରି ଜଣେ ବ୍ୟକ୍ତି ଜଗତକୁ ନିୟନ୍ତ୍ରଣ କରିପାରିବ।

यदीच्छसि वशीकर्तुं जगदेकेन कर्मणा । 

परापवादसस्येभ्यः गां चरन्तीं निवारय ॥

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ଯଦି ଆପଣ ସମଗ୍ର ବିଶ୍ୱକୁ ବଶୀଭୂତ କରିବାକୁ ଚାହୁଁଛନ୍ତି, ତେବେ ମନ୍ଦ କାର୍ଯ୍ୟକୁ ପରିତ୍ୟାଗ କରିବାକୁ ପଡିବ। ସେ କହିଛନ୍ତି ଯେ, ଏହାକୁ ତ୍ୟାଗ କଲେ ସମସ୍ତେ ଆପଣଙ୍କୁ ପସନ୍ଦ କରିବା ଆରମ୍ଭ କରିବେ। ବିଶ୍ୱକୁ ନିୟନ୍ତ୍ରଣ କରିବାର ଏକମାତ୍ର ଉପାୟ ହେଉଛି ଯେପରି ଆପଣଙ୍କ କଥାରେ କାହାକୁ କ୍ଷତି ନ ପହଞ୍ଚେ।

तावन्मौनेन नीयन्ते कोकिलश्चैव वासराः । 

यावत्सर्वं जनानन्ददायिनी वाङ्न प्रवर्तते॥

ଚାଣକ୍ୟ ଏହି ଶ୍ଳୋକରେ କଥାର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ବସନ୍ତ ଆସିବା ପର୍ଯ୍ୟନ୍ତ କୋଇଲି ଯେପରି ଚୁପ ରହିଥାଏ। ବସନ୍ତ ଆସିଲେ ସମସ୍ତେ ତାର ମଧୁର ସ୍ବର ଶୁଣନ୍ତି। ଯଦି ତୁମେ ମଧୁର କଥା କହିପାରିବ ନାହିଁ, ତେବେ ଚୁପ ରହିବା ଭଲ।

लुब्धमर्थेन गृह्णीयात् स्तब्धमंजलिकर्मणा। 

मूर्खं छन्दानुवृत्त्या च यथार्थत्वेन पण्डितम्।। 

 

ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ଯେ, ଜଣେ ଲୋଭୀ ବ୍ୟକ୍ତିଙ୍କୁ ଟଙ୍କା ଦ୍ୱାରା ବଶିଭୂତ କରିହେବ। ମାତ୍ର ଯଦି ଜଣେ ପଣ୍ଡିତ କିମ୍ବା ଜ୍ଞାନୀ ବ୍ୟକ୍ତିଙ୍କୁ ବଶିଭୂତ, କରିବାକୁ ଚାହାନ୍ତି ତେବେ ତାଙ୍କ ସାମ୍ନାରେ କେବଳ ସତ୍ୟ କହିବା ଉଚିତ୍‌। ଯଦି ଜଣେ ମୂର୍ଖକୁ ନିୟନ୍ତ୍ରଣ କରିବାକୁ ଚାହୁଁଛ, ତେବେ ସେ ଯେପରି କହୁଛନ୍ତି ଠିକ ସେହିପରି କରିବା ଉଚିତ୍‌। ସେ କହିଛନ୍ତି ଯେ, ମୂର୍ଖ ଲୋକମାନେ ମିଥ୍ୟା ପ୍ରଶଂସାରେ ସନ୍ତୁଷ୍ଟ ହୁଅନ୍ତି। ଅହଂକାରୀ ବ୍ୟକ୍ତିଙ୍କୁ ହାତ ଜୋଡି କିମ୍ବା ଉପଯୁକ୍ତ ସମ୍ମାନ ଦେଇ ନିୟନ୍ତ୍ରଣ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

ଶନିଙ୍କ ରାଶିରେ ଗ୍ରହମାନଙ୍କର ମହାସଂଯୋଗ: ଜାନୁଆରୀରୁ ବଦଳିବ ଏହି ରାଶିଗୁଡ଼ିକର ଭାଗ୍ୟ

୨୦୨୬ ବର୍ଷର ଆରମ୍ଭ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଜାନୁଆରୀ ମାସ, ଏହାର ଦ୍ରୁତ ଗ୍ରହ ଗତି ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସହିତ,...

୨୦୨୬ ଆରମ୍ଭରୁ ୪ ଅଦ୍ଭୁତ ରାଜଯୋଗ: ଏସବୁ ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ସଫଳତା ସହ ଅପାର ଧନଲାଭ…

ଆଉ ଦୁଇ ସପ୍ତାହ ପରେ ଆସିବ ନୂଆବର୍ଷ ୨୦୨୬। ଏହାକୁ ନେଇ ଏବେଠାରୁ  ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି। ଏମିିତିରେ ଜ୍ୟୋତିଷମାନେ ମଧ୍ୟ ନୂଆ ବର୍ଷ କାହାପାଇଁ...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri