ସଙ୍କଟ ବେଳେ ଆର୍ଥତ୍କ ଅସମାନତା: କେମିତି ବଢ଼ିଲା ଧନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ,୨୮ା୧୨: ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁସାରେ ମହାମାରୀ ବେଳେ ୧୩୧ ବିଲିୟନେୟାର ସେମାନଙ୍କ ସମ୍ପତ୍ତିକୁ ଦୁଇଗୁଣରୁ ଅଧିକ ବୃଦ୍ଧି କରିଛନ୍ତି। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଲୁଇସ୍‌ ଭୁଇଟ୍ଟୋନ୍‌ ମୁଖ୍ୟ ବେର୍ନାର୍ଡ ଆର୍ନଲ୍ଟଙ୍କ ସମ୍ପତ୍ତିର ମୂଲ୍ୟର ମଙ୍ଗଳବାର ୧୫୯ ବିଲିୟନ୍‌ ଆମେରିକୀୟ ଡଲାର ରହିଛି। ୨୦୨୦ ଆଦ୍ୟ ଭାଗ ତୁଳନାରେ ତାଙ୍କ ସମ୍ପତ୍ତି ୬୦ ବିଲିୟନ୍‌ ଡଲାର ବୃଦ୍ଧି ଘଟିଛି। ପୃଥିବୀର ଦ୍ୱିତୀୟ ବଡ଼ ଧନୀ ତଥା ଟେସ୍‌ଲା-ଟୁଇଟର୍‌ ମାଲିକ ଏଲନ୍‌ ମସ୍କ ୧୩୯ ବିଲିୟନ୍‌ ଡଲାରର ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି, ଯାହାକି ମହାମାରୀ ପୂର୍ବ ସମୟ ତୁଳନାରେ ୫୦ ବିଲିୟନ୍‌ ଡଲାର କମ୍‌। ସେହିପରି ଧନୀ ବ୍ୟକ୍ତିଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଭାରତର ଗୌତମ ଆଦାନୀ ଏହି ଅବଧି ମଧ୍ୟରେ ନିଜ ସମ୍ପତ୍ତିର ପରିମାଣ ୧୦ ଗୁଣା ବଢ଼ାଇପାରିଛନ୍ତି। ୨୦୨୦ରେ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦ ବିଲିୟନ ଡଲାର ଥିବାବେଳେ ୨୦୨୨ ଶେଷରେ ଏହା ୧୧୦ ବିଲିୟନ୍‌ ଡଲାର ରହିଛି। ଅନ୍ୟପକ୍ଷେ ୨୦୨୦ରେ ପ୍ରାୟ ୯୭ ନିୟୁତ ଲୋକ (ଯେକୌଣସି ୟୁରୋପୀୟ ରାଷ୍ଟ୍ରର ଜନସଂଖ୍ୟାଠାରୁ ଅଧିକ) ଅତି ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଥିଲେ। ବିଶ୍ୱବ୍ୟାଙ୍କର ଆକଳନ ଅନୁସାରେ ସେମାନଙ୍କ ଦୈନିକ ଆୟ ୧.୯୦ ଡଲାରଠାରୁ କମ୍‌ ରହିଥିଲା। ବୈଶ୍ୱିକ ଦାରିଦ୍ର୍ୟ ହାର ୭.୮%ରୁ ୨୦୨୧ ଶେଷ ଆଡ଼କୁ ୯.୧%କୁ ବୃଦ୍ଧି ପାଇଥିବା ଆକଳନ କରାଯାଇଛି। ବର୍ତ୍ତମାନ ସବୁ ସାମଗ୍ରୀର ଆକାଶଛୁଅଁ। ଦରଦାମ୍‌ ସାରା ବିଶ୍ୱର ଲୋକଙ୍କ ଆୟକୁ ସଙ୍କୁଚିତ କରି ବାସ୍ତବ ମଜୁରି ଅଭିବୃଦ୍ଧିକୁ ପ୍ରଭାବିତ କରୁଛି। ଦରଦାମ୍‌ ବୃଦ୍ଧି ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧହାର ବଢ଼ାଇ ଓ ବଳକା ନଗଦ ପ୍ରତ୍ୟାହାର କରି ଅର୍ଥନୀତିକୁ ଅର୍ଥର ସ୍ରୋତ ହ୍ରାସ କରିବାରେ ଲାଗିଛନ୍ତି। କିନ୍ତୁ ଏହି ପଦକ୍ଷେପ ଯୋଗୁ ଆମାଜନ, ଟୁଇଟର ଓ ମେଟା ଭଳି ଟେକ୍‌ କମ୍ପାନୀଠୁ ନେଇ ଗୋଲ୍ଡମ୍ୟାନ୍‌ ସ୍ୟାଚ୍‌ ଭଳି ବ୍ୟାଙ୍କଗୁଡ଼ିକରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବୁମେରାଂ ହୋଇଛି। ବିଦାୟୀ ବର୍ଷ ଶେଷରେ ଏହି କମ୍ପାନୀଗୁଡ଼ିକ ଛଟେଇ କରିବାରେ ଲାଗିଛନ୍ତି। ଧନୀଙ୍କ ଧନ ବଢ଼ୁଥିବାବେଳେ ଗରିବମାନେ ଆହୁରି ଗରିବ ହେବାରେ ଲାଗିଛନ୍ତି। ମହାମାରୀ ଭଳି ସଙ୍କଟ ବେଳେ ଅନେକ ରାଷ୍ଟ୍ର ଅର୍ଥନୀତିକୁ ମଜଭୁତ କରିବା ପାଇଁ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଟିକସ ରିହାତି ଓ ଆର୍ଥିକ ସୁବିଧା ପ୍ରଦାନ କ୍ଷେତ୍ରରେ ଆପଣାଉଥିବା ନୀତିକୁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅର୍ଥନୀତିରେ ସ୍ଥିରତା ଆଣିବା ସକାଶେ ଅର୍ଥାଗମକୁ ସହଜ କରିଥାଆନ୍ତି। ଫଳରେ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେଇଥାଆନ୍ତି ଏବଂ ଲୋକେ ମଧ୍ୟ ପୂର୍ବାପେକ୍ଷା ବେଶି ଖର୍ଚ୍ଚ କରିଥାଆନ୍ତି। ଏହା ଧନୀ ବ୍ୟକ୍ତିମାନଙ୍କୁ ଫାଇନାନ୍ସିଆଲ ମାର୍କେଟ ନିବେଶ ଜରିଆରେ ସେମାନଙ୍କ ଅର୍ଥ ବୃଦ୍ଧିରେ ସହାୟକ ହୋଇଥାଏ। କିନ୍ତୁ ଅସମାନତାର ବ୍ୟବଧାନ ବୃଦ୍ଧିକୁ ଏଡ଼ାଇବା ସମ୍ଭବ ହୋଇ ନ ଥାଏ।

ସ୍ବଳ୍ପ ଆୟକାରୀ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ପ୍ରଭାବ ଅଧିକ

ଦେଶଗୁଡ଼ିକ କୋଭିଡ୍‌ଜନିତ କଟକଣା କୋହଳ କରିବା ଆରମ୍ଭ କରିଥିବାବେଳେ ଉପଭୋକ୍ତାଙ୍କ ଚାହିଦା ବହୁ ପରିମାଣରେ ବୃଦ୍ଧିପାଇଛି। କିନ୍ତୁ ଅନୁରୂପ ଭାବେ ଯୋଗାଣ ହୋଇ ନ ପାରିବାରୁ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚତ୍ଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବିତ୍ତୀୟ ନୀତିରେ ପରିବର୍ତ୍ତନ ଆଣିବା ସହ ସୁଧହାର ବଢ଼ାଉଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି ଚାହିଦାକୁ ଯଥାସମ୍ଭବ ହ୍ରାସ କରିବା। ଆମେରିକାର ଫେଡେରାଲ ରିଜର୍ଭ ଏହି କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ଏପରି କି ଅନେକ ବୃହତ୍‌ ଅର୍ଥନୀତି ଛଟେଇ କରି ଖର୍ଚ୍ଚ ହ୍ରାସ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଦୃଷ୍ଟିରୁ ଗରିବଙ୍କ ଆୟ ଦୁର୍ବଳ ହେବାରେ ଲାଗିଛି। ମୁଦ୍ରାସ୍ଫୀତି ବଢ଼ିଥିଲେ ମଧ୍ୟ କମ୍ପାନୀଗୁଡ଼ିକର ପ୍ରଫିଟ୍‌ ମାର୍ଜିନ (କିଣାମୂଲ୍ୟ ଓ ବିକ୍ରିମୂଲ୍ୟର ବ୍ୟବଧାନ) ଖସିନାହିଁ। ବୃହତ୍‌ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କ ଆୟ ବୃଦ୍ଧି କରିବା ପରିବର୍ତ୍ତେ ଶେୟାର ହୋଲ୍ଡର୍ସଙ୍କୁ ଡିଭିଡେଣ୍ଡ୍‌ (ଲାଭାଂଶ) ଦେବା ପାଇଁ ଏହି ପ୍ରଫିଟ୍‌କୁ ବଜାୟ ରଖୁଛନ୍ତି। ଅନ୍ୟପକ୍ଷେ ସୁଧହାର ବୃଦ୍ଧି ହେତୁ ଋଣଗ୍ରହୀତାମାନେ ଅଧିକ ଇଏମ୍‌ଆଇ ବା ମାସିକ କିସ୍ତି ଦେବାକୁ ବାଧ୍ୟ ହେଉଛନ୍ତି। ଏଥିଲାଗି ସ୍ବଳ୍ପ ଆୟକାରୀ ରାଷ୍ଟ୍ରଗୁଡ଼ିକ ଅଧିକ ପ୍ରଭାବିତ ହେଉଥିବାବେଳେ ବିକାଶଶୀଳ ଦେଶଗୁଡ଼ିକର ଜନମଙ୍ଗଳକାରୀ ଯୋଜନା ବାବଦ ଖର୍ଚ୍ଚ ସଙ୍କୁଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri