ସଙ୍କଟ ବେଳେ ଆର୍ଥତ୍କ ଅସମାନତା: କେମିତି ବଢ଼ିଲା ଧନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ,୨୮ା୧୨: ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁସାରେ ମହାମାରୀ ବେଳେ ୧୩୧ ବିଲିୟନେୟାର ସେମାନଙ୍କ ସମ୍ପତ୍ତିକୁ ଦୁଇଗୁଣରୁ ଅଧିକ ବୃଦ୍ଧି କରିଛନ୍ତି। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଲୁଇସ୍‌ ଭୁଇଟ୍ଟୋନ୍‌ ମୁଖ୍ୟ ବେର୍ନାର୍ଡ ଆର୍ନଲ୍ଟଙ୍କ ସମ୍ପତ୍ତିର ମୂଲ୍ୟର ମଙ୍ଗଳବାର ୧୫୯ ବିଲିୟନ୍‌ ଆମେରିକୀୟ ଡଲାର ରହିଛି। ୨୦୨୦ ଆଦ୍ୟ ଭାଗ ତୁଳନାରେ ତାଙ୍କ ସମ୍ପତ୍ତି ୬୦ ବିଲିୟନ୍‌ ଡଲାର ବୃଦ୍ଧି ଘଟିଛି। ପୃଥିବୀର ଦ୍ୱିତୀୟ ବଡ଼ ଧନୀ ତଥା ଟେସ୍‌ଲା-ଟୁଇଟର୍‌ ମାଲିକ ଏଲନ୍‌ ମସ୍କ ୧୩୯ ବିଲିୟନ୍‌ ଡଲାରର ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି, ଯାହାକି ମହାମାରୀ ପୂର୍ବ ସମୟ ତୁଳନାରେ ୫୦ ବିଲିୟନ୍‌ ଡଲାର କମ୍‌। ସେହିପରି ଧନୀ ବ୍ୟକ୍ତିଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଭାରତର ଗୌତମ ଆଦାନୀ ଏହି ଅବଧି ମଧ୍ୟରେ ନିଜ ସମ୍ପତ୍ତିର ପରିମାଣ ୧୦ ଗୁଣା ବଢ଼ାଇପାରିଛନ୍ତି। ୨୦୨୦ରେ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦ ବିଲିୟନ ଡଲାର ଥିବାବେଳେ ୨୦୨୨ ଶେଷରେ ଏହା ୧୧୦ ବିଲିୟନ୍‌ ଡଲାର ରହିଛି। ଅନ୍ୟପକ୍ଷେ ୨୦୨୦ରେ ପ୍ରାୟ ୯୭ ନିୟୁତ ଲୋକ (ଯେକୌଣସି ୟୁରୋପୀୟ ରାଷ୍ଟ୍ରର ଜନସଂଖ୍ୟାଠାରୁ ଅଧିକ) ଅତି ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଥିଲେ। ବିଶ୍ୱବ୍ୟାଙ୍କର ଆକଳନ ଅନୁସାରେ ସେମାନଙ୍କ ଦୈନିକ ଆୟ ୧.୯୦ ଡଲାରଠାରୁ କମ୍‌ ରହିଥିଲା। ବୈଶ୍ୱିକ ଦାରିଦ୍ର୍ୟ ହାର ୭.୮%ରୁ ୨୦୨୧ ଶେଷ ଆଡ଼କୁ ୯.୧%କୁ ବୃଦ୍ଧି ପାଇଥିବା ଆକଳନ କରାଯାଇଛି। ବର୍ତ୍ତମାନ ସବୁ ସାମଗ୍ରୀର ଆକାଶଛୁଅଁ। ଦରଦାମ୍‌ ସାରା ବିଶ୍ୱର ଲୋକଙ୍କ ଆୟକୁ ସଙ୍କୁଚିତ କରି ବାସ୍ତବ ମଜୁରି ଅଭିବୃଦ୍ଧିକୁ ପ୍ରଭାବିତ କରୁଛି। ଦରଦାମ୍‌ ବୃଦ୍ଧି ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧହାର ବଢ଼ାଇ ଓ ବଳକା ନଗଦ ପ୍ରତ୍ୟାହାର କରି ଅର୍ଥନୀତିକୁ ଅର୍ଥର ସ୍ରୋତ ହ୍ରାସ କରିବାରେ ଲାଗିଛନ୍ତି। କିନ୍ତୁ ଏହି ପଦକ୍ଷେପ ଯୋଗୁ ଆମାଜନ, ଟୁଇଟର ଓ ମେଟା ଭଳି ଟେକ୍‌ କମ୍ପାନୀଠୁ ନେଇ ଗୋଲ୍ଡମ୍ୟାନ୍‌ ସ୍ୟାଚ୍‌ ଭଳି ବ୍ୟାଙ୍କଗୁଡ଼ିକରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବୁମେରାଂ ହୋଇଛି। ବିଦାୟୀ ବର୍ଷ ଶେଷରେ ଏହି କମ୍ପାନୀଗୁଡ଼ିକ ଛଟେଇ କରିବାରେ ଲାଗିଛନ୍ତି। ଧନୀଙ୍କ ଧନ ବଢ଼ୁଥିବାବେଳେ ଗରିବମାନେ ଆହୁରି ଗରିବ ହେବାରେ ଲାଗିଛନ୍ତି। ମହାମାରୀ ଭଳି ସଙ୍କଟ ବେଳେ ଅନେକ ରାଷ୍ଟ୍ର ଅର୍ଥନୀତିକୁ ମଜଭୁତ କରିବା ପାଇଁ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଟିକସ ରିହାତି ଓ ଆର୍ଥିକ ସୁବିଧା ପ୍ରଦାନ କ୍ଷେତ୍ରରେ ଆପଣାଉଥିବା ନୀତିକୁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅର୍ଥନୀତିରେ ସ୍ଥିରତା ଆଣିବା ସକାଶେ ଅର୍ଥାଗମକୁ ସହଜ କରିଥାଆନ୍ତି। ଫଳରେ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେଇଥାଆନ୍ତି ଏବଂ ଲୋକେ ମଧ୍ୟ ପୂର୍ବାପେକ୍ଷା ବେଶି ଖର୍ଚ୍ଚ କରିଥାଆନ୍ତି। ଏହା ଧନୀ ବ୍ୟକ୍ତିମାନଙ୍କୁ ଫାଇନାନ୍ସିଆଲ ମାର୍କେଟ ନିବେଶ ଜରିଆରେ ସେମାନଙ୍କ ଅର୍ଥ ବୃଦ୍ଧିରେ ସହାୟକ ହୋଇଥାଏ। କିନ୍ତୁ ଅସମାନତାର ବ୍ୟବଧାନ ବୃଦ୍ଧିକୁ ଏଡ଼ାଇବା ସମ୍ଭବ ହୋଇ ନ ଥାଏ।

ସ୍ବଳ୍ପ ଆୟକାରୀ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ପ୍ରଭାବ ଅଧିକ

ଦେଶଗୁଡ଼ିକ କୋଭିଡ୍‌ଜନିତ କଟକଣା କୋହଳ କରିବା ଆରମ୍ଭ କରିଥିବାବେଳେ ଉପଭୋକ୍ତାଙ୍କ ଚାହିଦା ବହୁ ପରିମାଣରେ ବୃଦ୍ଧିପାଇଛି। କିନ୍ତୁ ଅନୁରୂପ ଭାବେ ଯୋଗାଣ ହୋଇ ନ ପାରିବାରୁ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚତ୍ଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବିତ୍ତୀୟ ନୀତିରେ ପରିବର୍ତ୍ତନ ଆଣିବା ସହ ସୁଧହାର ବଢ଼ାଉଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି ଚାହିଦାକୁ ଯଥାସମ୍ଭବ ହ୍ରାସ କରିବା। ଆମେରିକାର ଫେଡେରାଲ ରିଜର୍ଭ ଏହି କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ଏପରି କି ଅନେକ ବୃହତ୍‌ ଅର୍ଥନୀତି ଛଟେଇ କରି ଖର୍ଚ୍ଚ ହ୍ରାସ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଦୃଷ୍ଟିରୁ ଗରିବଙ୍କ ଆୟ ଦୁର୍ବଳ ହେବାରେ ଲାଗିଛି। ମୁଦ୍ରାସ୍ଫୀତି ବଢ଼ିଥିଲେ ମଧ୍ୟ କମ୍ପାନୀଗୁଡ଼ିକର ପ୍ରଫିଟ୍‌ ମାର୍ଜିନ (କିଣାମୂଲ୍ୟ ଓ ବିକ୍ରିମୂଲ୍ୟର ବ୍ୟବଧାନ) ଖସିନାହିଁ। ବୃହତ୍‌ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କ ଆୟ ବୃଦ୍ଧି କରିବା ପରିବର୍ତ୍ତେ ଶେୟାର ହୋଲ୍ଡର୍ସଙ୍କୁ ଡିଭିଡେଣ୍ଡ୍‌ (ଲାଭାଂଶ) ଦେବା ପାଇଁ ଏହି ପ୍ରଫିଟ୍‌କୁ ବଜାୟ ରଖୁଛନ୍ତି। ଅନ୍ୟପକ୍ଷେ ସୁଧହାର ବୃଦ୍ଧି ହେତୁ ଋଣଗ୍ରହୀତାମାନେ ଅଧିକ ଇଏମ୍‌ଆଇ ବା ମାସିକ କିସ୍ତି ଦେବାକୁ ବାଧ୍ୟ ହେଉଛନ୍ତି। ଏଥିଲାଗି ସ୍ବଳ୍ପ ଆୟକାରୀ ରାଷ୍ଟ୍ରଗୁଡ଼ିକ ଅଧିକ ପ୍ରଭାବିତ ହେଉଥିବାବେଳେ ବିକାଶଶୀଳ ଦେଶଗୁଡ଼ିକର ଜନମଙ୍ଗଳକାରୀ ଯୋଜନା ବାବଦ ଖର୍ଚ୍ଚ ସଙ୍କୁଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri