ଭାରତୀୟ ବ୍ୟାଙ୍କଙ୍କୁ ସଙ୍କଟ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ କହିଲେ ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୩ : ବିଶ୍ୱସ୍ତରରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ବିଭିନ୍ନ ଆର୍ଥିକ ପାରାମିଟରଗୁଡିକର ମୂଲ୍ୟାଙ୍କନ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ବ୍ୟାଙ୍କଙ୍କୁ ସଙ୍କଟ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ କହିଛନ୍ତି।

ଶନିବାର ନୂଆଦିଲ୍ଲୀରେ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକର ମୁଖ୍ୟଙ୍କ ସହ ଅର୍ଥମନ୍ତ୍ରୀ ଏକ ବୈଠକ ଏହା କହିଛନ୍ତି ବୈଠକ ପରେ ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଋଣଦାତାମାନଙ୍କୁ ବିପଦ ସମ୍ବନ୍ଧରେ ବିଭିନ୍ନ ପଏଣ୍ଟ ଚିହ୍ନଟ କରିବାକୁ କୁହାଯାଇଛି।

ବୈଠକ ପୂର୍ବରୁ ସରକାର ବ୍ୟାଙ୍କଗୁଡିକର ବଣ୍ଡ ପୋର୍ଟଫୋଲିଓର ସବିଶେଷ ତଥ୍ୟ ମାଗିଥିଲେ।

ଅର୍ଥମନ୍ତ୍ରୀ ବ୍ୟାଙ୍କରମାନଙ୍କୁ କହିଛନ୍ତି ଯେ ବ୍ୟାଙ୍କଗୁଡିକ ଯେ କୌଣସି ଆର୍ଥିକ କ୍ଷତିରୁ ନିଜକୁ ରକ୍ଷା କରିବା ଉଚିତ।

ବିବୃତ୍ତିରେ କୁହାଯାଇଛି ଯେ ସମସ୍ତ ପ୍ରମୁଖ ଆର୍ଥିକ ପାରାମିଟର ଏକ ସ୍ଥିର ଏବଂ ସ୍ଥାୟୀ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ସୂଚିତ କରିଥାଏ।

ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ଚଳିତ ସପ୍ତାହରେ କହିଛି ଯେ ଆମେରିକାର ବ୍ୟାଙ୍କିଙ୍ଗ ସଙ୍କଟରୁ ଉତ୍ପନ୍ନ ଯେକୌଣସି ସମ୍ଭାବ୍ୟ ପ୍ରଭାବର ମୁକାବିଲା କରିବାକୁ ଭାରତୀୟ ଋଣଦାତାମାନେ ଭଲ ସ୍ଥିତିରେ ଅଛନ୍ତି।

ରେଟିଂ ଏଜେନ୍ସି କହିଛି ଯେ ଶକ୍ତିଶାଳୀ ପାଣ୍ଠି ପ୍ରୋଫାଇଲ, ଉଚ୍ଚ ସଞ୍ଚୟ ହାର ଏବଂ ସରକାରୀ ସହାୟତା ହେଉଛି ଆର୍ଥିକ ପ୍ରତିଷ୍ଠାନଗୁଡିକର ମୂଳଦୁଆ।

Share