୩ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଆଜି ମାଗୁରବେଡା ଘାଟରୁ ମିଳିଲା…

ବଲାଙ୍ଗୀର, ୪/୧୧- (ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ସୁକ୍‌ତେଲ ଡ୍ୟାମରେ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା l ନିଖୋଜ ଥିବା ଯୁବକ ଜଣକ ଏକ ଫାଇନାନ୍ସ କମ୍ପାନୀ ସେଲ୍ସ ଏକ୍‌ଜିକ୍ୟୁଟିଭ ଭାବରେ କାମ କରନ୍ତି l ତାଙ୍କ ନାମ ପ୍ରୀୟାନ୍ସ ମଲ୍ଲିକ (୨୯) l ଯୁବକ ଗାଧୋଉଥିବା ବେଳେ ନିଖୋଜ ଥିବା ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ହୋଇଥିଲା

ପ୍ରିୟାନ୍ସ ରବିବାର ଫାଇନାନ୍ସ କର୍ମଚାରୀମାନଙ୍କ ସହିତ ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ଭୋଜି କରିବାକୁ ଆସିଥିଲେ l ସୁକ୍‌ତେଲ ଡ୍ୟାମର ତଳ ପୋଲ ନିକଟରେ କିଛି ଯୁବକ ଗାଧୋଉଥିଲେ l ସେଠାରେ ପ୍ରୀୟାଂଶ ଗାଧୋଇବା ସମୟରେ ନଦୀ ସୁଅରେ ଭାସି ଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବିଭାଗର ଏକ ଟିମ ମାଗୁରବେଡା ସୁକ୍‌ତେଲ ଡ୍ୟାମ ନିକଟରେ ପହଞ୍ଚି ରାତିରେ ଖୋଜାଖୋଜି କରିଥିଲେ। ଅଗ୍ନିଶମ ବିଭାଗ ଦୁଇ ଦିନ ଧରି ଖୋଜାଖୋଜି କଲାପରେ ନିଖୋଜ ଯୁବକଙ୍କୁ ଠାବ କରାଯାଇପାରି ନ ଥିଲା l ଆଜି ମଙ୍ଗଳବାର ସକାଳୁ ଲୋୟର ସୁକତେଲରେ ନଦୀ ମାଗୁର ବେଡ଼ା ଘାଟ ଠାରେ ମୃତ ଦେହ ଭାସୁ ଥିବା ଘୁଙ୍ଗି ଗାଁ ଲୋକେ ଦେଖିବାକୁ ପାଇଥିଲେ। ଗାଁ ଲୋକେ ପୋଲିସକୁ ସୂଚନା ଦେବା ପରେ ସଦର ପୋଲିସ ପହଞ୍ଚିଥିଲା। ଅନ୍ୟପଟେ ନିଖୋଜ ଯୁବକଙ୍କ ପରିବାର ଲୋକେ ପହଞ୍ଚିଛନ୍ତି l ସେମାନେ ଚିହ୍ନଟ କଲା ପରେ ପୋଷ୍ଟମର୍ଟମ ପାଇଁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ପଠାଯିବ ବୋଲି ସଦର ଥାନା ଆଇଆଇସି ରାଜ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି। ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri