୨ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ବଲାଙ୍ଗୀର, ୪।୯(ସୁନିଲ କୁମାର ମହାନ୍ତି): ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ ଗୋଏଲଭାଡ଼ି ଗ୍ରାମ ନିକଟସ୍ଥ ବର୍ଣ୍ଣି ସଂରକ୍ଷିତ ଜଙ୍ଗଲରୁ ଜଣେ ଫାଇନାନ୍ସ କମର୍ର୍ଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି । ସଇଁତଲା ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ଟିଟିଲାଗଡ଼ସ୍ଥିତ ସର୍ଗିଗୁଡ଼ା ଗ୍ରାମର ଉତ୍ତମ ନାଗ ନାମକ ଜଣେ ବ୍ୟକ୍ତି ଗତ ୨ ତାରିଖରୁ ନିଖୋଜ ଥିବା ନେଇ ଟିଟିଲାଗଡ଼ ଥାନାରେ ତାଙ୍କ ପରିବାର ଲିଖିତ ଅଭିଯୋଗ କରିଥିଲେ ।

ବୁଧବାର ସକାଳ ସମୟରେ ଗୋଏଲଭାଡ଼ିି ଗ୍ରାମର କେତେଜଣ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ସମୟରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ବଡ଼ମାଳ ଫାଣ୍ଡିକୁ ଖବର ଦେଇଥିଲେ । ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ସଇଁତଲା ଥାନା ଅଧିକାରୀ ଶୁଶାନ୍ତ ବଢ଼େଇ ଏବଂ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲେ ।

ତଦନ୍ତ ପରେ ପୋଲିସ ମୃତକ ଟିଟିଲାଗଡ଼ସ୍ଥିତ ସର୍ଗିଗୁଡ଼ାର ଉତ୍ତମ ନାଗ ବୋଲି ଜାଣିବାକୁ ପାଇଥିଲେ ା ସେ ଗତ ୩ ବର୍ଷ ହେବ ଟିଟିଲାଗଡ଼ର ଏକ ଫାଇନାନ୍ସରେ କାମ କରୁଥିଲେ ବୋଲି ଜାଣିବାକୁ ପାଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ଘଟଣାସ୍ଥଳରୁ ପୋଲିସ ଏକ ମୋଟରସାଇକେଲ (ନଂ. ଓଡ଼ି -୦୮-ଏଚ-୮୮୬୮) ଓ ଗୋଟିଏ ବାଲଟି ଜବତ କରିଛି ା ବଲାଙ୍ଗୀର ଫରେନସିକ ଟିମ୍‌ ପହଞ୍ଚତ୍ ଅଧିକ ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ଯେଉଁଠି, ତ୍ରିଷା ସେଇଠି: ହାଇପ୍ରୋଫାଇଲ ବିବାହ ରିସେପ୍ସନରେ ଚର୍ଚ୍ଚାରେ ଷ୍ଟାର ଯୋଡ଼ି

ଚେନ୍ନାଇ,୬।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ ହାଇପ୍ରୋଫାଇଲ ବିବାହ…

ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ…

IPLରେ ୪୦ କୋଟିର ବ୍ଲାକ୍‌ମେଲ୍‌! ମାଲିକଙ୍କ ହୋଶ୍‌ ଉଡ଼ାଇଲେ ଷ୍ଟାର ଖେଳାଳି, ଦେଉଛନି ଧମକ

ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍‌ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ…

ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି…

ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର: କ୍ରିକେଟ୍‌ ଜଗତ ଲଜ୍ଜିତ, ଇସିବି କଲା ବାସନ୍ଦ

ସିଡନୀ,୬।୧୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର କ୍ରିସ ଲିନ ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କ ଶରୀରରେ କୋକେନ ସେବନର ପ୍ରମାଣ ମିଳିବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ…

ନିର୍ବାଚନୀ ପ୍ରଭାବ, ମସ୍କଙ୍କ କମ୍ପାନୀର ବଜାର ମୂଲ୍ୟରେ ୧୩୦ ବିଲିୟନ ଡଲାର ହ୍ରାସ

ୱାଶିଂଟନ,୬।୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଫଳାଫଳ ବୈଶ୍ୱିକ ପୁଞ୍ଜି ବଜାର ଉପରେ ତ୍ୱରିତ ପରିବର୍ତ୍ତନ ଆଣିଛି। କେବଳ ବାହାର ଦେଶ ନୁହେଁ, ଆମେରିକା ଶେୟାର ଓ ପୁଞ୍ଜି…

ଇତିହାସ ରଚିଲେ ମିଜୋରାମ ବ୍ୟାଟର ଚିନ୍ମୟ ସୁତାର: ଭାଙ୍ଗିଲେ ୧୦୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଘରୋଇ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ମିଜୋରାମର ବ୍ୟାଟର ଚିନ୍ମୟ ସୁତାର। ରଣଜୀ ଟ୍ରଫି ୨୦୨୬-୨୭ର ପ୍ଲେଟ ଗ୍ରୁପ୍‌ରେ ଖେଳୁଥିବା ଚିନ୍ମୟ ୧୦୩ ବର୍ଷର…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ହାସଲ କଲା ଧମାକାଦାର ବିଜୟ

ନୂଆଦିଲ୍ଲୀ,୬।୧୧: SAFF ଚାମ୍ପିୟନଶିପ ୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ ଟିମ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?