ଶେଷରେ ଶେଷ ଅସ୍ତ୍ର

ଅନୁଗୋଳ ଅଫିସ, ୩ା୫:  କରୋନା ସଂକ୍ରମଣ ରୋକିବାକୁ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ମାସ୍କ, ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି। ଆବଶ୍ୟକସ୍ଥଳେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଉଛି। ବ୍ୟବସାୟୀମାନେ ଏହାର ଉଲ୍ଲଂଘନ କଲେ ଦୋକାନ ସିଲ୍‌ ହେଉଛି। ମାସ ମାସ ଧରି ପୋଲିସ, ପ୍ରଶାସନିକ ଅଧିକାରୀ ଯାଞ୍ଚ, ଚଢ଼ାଉ କରୁଥିଲେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣରେ ରହୁନାହିଁ। ଏପରି କି ସୀମା ସିଲ୍‌, ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ସହ ସପ୍ତାହାନ୍ତ ଶଟ୍‌ଡାଉନ୍‌ କାମ ଦେଉନାହିଁ। ଏବେ ସଂକ୍ରମଣ ଗ୍ରାଫ୍‌ ଏତେ ଉପରମୁହଁା ଯେ ଶେଷରେ ସରକାରଙ୍କୁ ଶେଷ ଅସ୍ତ୍ର ଭାବେ ଲକ୍‌ଡାଉନ୍‌ ଲଗାଇବାକୁ ପଡ଼ିଛି। ଆସନ୍ତା ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଯାଏ ସାରା ରାଜ୍ୟ ଲକ୍‌ଡାଉନ୍‌ ରହିବ ବୋଲି ରବିବାର ସରକାର ଘୋଷଣା କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନୁଗୋଳବାସୀ ସ୍ବାଗତ କରିଛନ୍ତି। ସରକାରଙ୍କ ଏହି କଠୋର କଟକଣାକୁ ସମସ୍ତେ ଠିକ୍‌ ଭାବେ ପାଳନ କରିବାର ସମୟ ଆସିଯାଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଗତ ଏକମାସ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଅତି ଦ୍ରୁତଗତିରେ ବଢ଼ିଛି। ଏପ୍ରିଲ ୧ ତାରିଖରେ ଦୈନିକ ପଜିଟିଭ୍‌ ସଂଖ୍ୟା ୪ ଶହ ତଳେ ଥିବାବେଳେ ମେ’ ୧ ତାରିଖରେ ଏହା ୧୦ ହଜାର ଟପିଯାଇଛି। ଅନୁଗୋଳରେ ମଧ୍ୟ ସଂକ୍ରମିତ ସଂଖ୍ୟା ସାଧାରଣରେ ଭୟ ସୃଷ୍ଟି କରିବା ଭଳି ଦେଖାଯାଇଛି। ଗତ ଫେବୃୟାରୀ ଓ ମାର୍ଚ୍ଚ ୨ ମାସରେ ଜିଲାରେ ମାତ୍ର ୨୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ କେବଳ ଏପ୍ରିଲ ମାସରେ ୩୧୯୦ ଜଣ ପଜିଟିଭ୍‌ ବାହାରିବା ଅନୁଗୋଳବାସୀଙ୍କୁ ଚିନ୍ତାରେ ପକାଇଛି। କିଛିଦିନ ଧରି ଜିଲାରେ ଦୈନିକ ସଂକ୍ରମଣ ୩ଶହ ଟପିଯାଇଥିବାବେଳେ ଗତ ୧ ତାରିଖରେ ୬୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ତାରିଖ ରବିବାର ଆଉ ୩୨୦ ଜଣଙ୍କ ସ୍ବାବ୍‌ ପଜିଟିଭ୍‌ ଥିବା ସୂଚନା ମିଳିଛି। ରାଜ୍ୟରେ ସଂକ୍ରମଣ ସ୍ଥିତି ଧୀରେ ଧୀରେ ସଙ୍ଗିନ ହେଉଥିବାରୁ ରାଜ୍ୟ ସରକାର ଜୀବିକା ପରିବର୍ତ୍ତେ ଜୀବନ ରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଜାଣି ମଧ୍ୟ ସରକାର ଏପରି ଶେଷ ଅସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ସରକାରଙ୍କ ଯେତିକି ଦାୟିତ୍ୱ, ଠିକ୍‌ ଭାବେ ପାଳନ କରିବା ସମସ୍ତ ଜନତାଙ୍କ ସେତିକି କର୍ତ୍ତବ୍ୟ। ଏହା ନ ହେଲେ ସଂକ୍ରମଣର ଦ୍ରୁତଗତିକୁ ରୋକିବା ସମ୍ଭବ ହେବ ନାହିଁ। ପୂର୍ବରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ମଧ୍ୟ ସେଠାରେ ଦୈନିକ ପଜିଟିଭ୍‌ ସଂଖ୍ୟାରେ ସେତେଟା ହ୍ରାସ ଦେଖିବାକୁ ମିଳିନାହିଁ। ତେଣୁ ସେଥିରୁ ଶିକ୍ଷାଗ୍ରହଣ କରି ଅନୁଗୋଳ ଜିଲାବାସୀ ଲକ୍‌ଡାଉନ୍‌କୁ କଠୋର ଭାବେ ପାଳନ କରିବାର ଆବଶ୍ୟକତା ଢେର ବଢ଼ିଯାଇଛି ବୋଲି ବୁଦ୍ଧୀଜୀବିମାନେ କହିଛନ୍ତି।

 

ଆଇନ ପ୍ରତି ଭୟ ନାହିଁ
କୋଭିଡ୍‌ କଟକଣାକୁ ଅମାନିଆମାନେ ଖାତିର କରୁନାହାନ୍ତି। ଏଥିରୁ ଆଇନ ପ୍ରତି ସେମାନଙ୍କ ମନରେ ଭୟ ନ ଥିବା ଜଣାପଡ଼ୁଛି। ଏପରି ଲୋକମାନେ ସଂକ୍ରମଣ ବଢ଼ାଉଛନ୍ତି। ବାଧ୍ୟହୋଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବାରୁ ଏବେ ନିୟମକୁ କଡ଼ାକଡ଼ି ପାଳନ କରିବା ଦିଗରେ ସମସ୍ତେ ସଚେତନ ହେବାର ସମୟ ଆସିଛି।
-ପ୍ରଫେସର ଶାନ୍ତନୁ କୁମାର ସର, ଅନୁଗୋଳ

ସଚେତନ ହେବା ଆବଶ୍ୟକ
ରାଜ୍ୟ ସରକାର ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ନେଇଛନ୍ତି। ଏହାକୁ ସ୍ବାଗତ କରାଯିବା ଆବଶ୍ୟକ। ବଢ଼ୁଥିବା କରୋନା ଗ୍ରାଫ୍‌କୁ ଅନୁଧ୍ୟାନ କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ରହୁଛି, ସେଠାରେ ଚେନ୍‌କୁ ବ୍ରେକ୍‌ ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଲୋକମାନେ ଏହାକୁ ମାନିନେବା ଉଚିତ ହେବ।
-ହେମନ୍ତ ଦାସ, ପୂର୍ବତନ ପ୍ରଶାସକ, ଅନୁଗୋଳ

ଚେନ୍‌ ଭାଙ୍ଗିବା ଲକ୍ଷ୍ୟ
ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ଚେନ୍‌ରେ ରୋକ୍‌ ଲଗାଇବା ପାଇଁ ଲକ୍‌ଡାଉନ୍‌ କରାଯିବା ସମୟ ଆସିଯାଇଥିବା ସରକାର ହୃଦ୍‌ବୋଧ କରିବା ପରେ ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ବିଳମ୍ବ ହୋଇନାହିଁ, ବରଂ ସବୁ ଦିଗରୁ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ଯେତେ କଡ଼ାକଡ଼ି ପାଳନ କରାଯିବ, ସେତେ ଭଲ।
-ଧରଣୀଧର ନାଥ, ପୂର୍ବତନ ପ୍ରଶାସକ, ଅନୁଗୋଳ

ଅବହେଳାରୁ ବଢ଼ିଛି ସଂକ୍ରମଣ
କୋଭିଡ୍‌ ସଂକ୍ରମଣ ପୂର୍ବରୁ ଧୀରେ ଧୀରେ ବଢ଼ୁଥିବା ବେଳେ ତାହାକୁ ସରକାର ଗୁରୁତ୍ୱର ସହ ନେଲେନାହିଁ। ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ କରିଚାଲିଲେ। ଉପନିର୍ବାଚନ ପାଇଁ ମାଳ ମାଳ ଶୋଭାଯାତ୍ରା କରାଗଲା। ମାର୍କେଟ୍‌, ମଲ୍‌, ସିନେମା ହଲ୍‌ ଆଦିରେ ଭିଡ଼ ବଢ଼ିଲା। ସରକାରଙ୍କ ଅବହେଳା ଯୋଗୁ ଏବେ ସ୍ଥିତି ଅଣାୟତ୍ତ ହୋଇଯାଇଛି।

-ସ୍ବରୂପ କୁମାର ପାଢ଼ୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri