Posted inଜାତୀୟ

ଆଇସକ୍ରିମ୍‌ରୁ ବାହାରିଥିବା କଟା ଆଙ୍ଗୁଠି କାହାର ଥିଲା? ମୁମ୍ବାଇ ପୋଲିସ କଲା ଖୁଲାସା

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଜୁନ ୧୩ରେ ଆଇସ୍‌କ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣା ସାମ୍ନାକୁ ଆସିଥିଲା। ଏହା ଅନେକଙ୍କୁ ଚକିତ କରିଥିବା ବେଳେ ପୋଲିସ ଛାନଭିନ କରିଥିଲା। ଶେଷରେ ଏଭଳି ଦାୟିତ୍ୱହୀନତା କାହାର ତାହା ଜଣାପଡ଼ିଛି। ବାଲ୍‌କୋ କମ୍ପାନୀର ବ୍ରାଣ୍ଡ ୟମ୍ମୋ ଆଇସକ୍ରିମରେ କଟା ଆଙ୍ଗୁଠି ମିଳିଥିଲା। ଗାଜିଆବାଦ ଏବଂ ପୁଣେରେ କମ୍ପାନୀର ପ୍ଲାଣ୍ଟ ରହିଛି। ତେବେ ମେ’ ୧୧ରେ ପୁଣେ ପ୍ଲାଣ୍ଟରେ ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୨୪ ବର୍ଷୀୟ ଆସିଷ୍ଟାଣ୍ଟ ଅପରେଟରଙ୍କ ଡାହାଣ ହାତର ମଝି ଆଙ୍ଗୁଠିର କିଛି ଅଂଶ କଟି ଯାଇଥିଲା। ଏଣୁ କଟା ଆଙ୍ଗୁଠି ଏହି କର୍ମଚାରୀଙ୍କର ବୋଲି ପୋଲିସ ଅନୁମାନ କରିଛି। ବ୍ୟକ୍ତିଙ୍କର ଡିଏନ୍‌ଏ ନମୂନା ଯାଞ୍ଚ ପାଇଁ ଏଫ୍‌ଏସ୍‌ଏଲ୍‌ ନିକଟକୁ ପଠାଯାଉଛି।
ତେବେ ମଲାଡରେ ରହୁଥିବା ମହିଳା ଯେଉଁ ଆଇସକ୍ରିମ ଖାଇଥିଲେ ତାର ମାନୁଫାକ୍ଚରିଂ ତାରିଖ ମେ’ ୧୧ ଥିଲା। ତେବେ ଅପରେଟରଜଣଙ୍କ କହିଛନ୍ତି ଯେ ପ୍ୟାକେଜିଂ କରିବା ପୂର୍ବରୁ ଫ୍ରୁଟ ଫିଡର ମେଶିନ ଅପରେଟ କରୁଥିଲେ ସେ। ସେତେବେଳେ ଫିଡ୍‌ରରେ ଡ୍ରାଇ ଫ୍ରୁଟସ୍‌ ସହ କୋନ ଆଇସକ୍ରିମ ଉପରେ ଲାଗିଥିବା କାଗଜ ପଡ଼ିଯାଇଥିଲା। ତାକୁ ବାହାର କରୁଥିବା ବେଳେ ତାଙ୍କ ଆଙ୍ଗୁଠି କଟିଯାଇ ଡ୍ରାଏଫ୍ରୁଟ୍‌ ସହ ମିଶି ଯାଇଥିଲା। ଏହା ଆଇସକ୍ରିମ ସହ ମିଶି ଅଟୋମେଟିକ୍‌ ପ୍ୟାକ୍‌ ହୋଇଯାଇଥିଲା।
ଏନେଇ ଅପରେଟରଜଣଙ୍କ ସୁପରଭାଇଜର, ମ୍ୟାନେଜର ଏବଂ କମ୍ପାନୀ ପ୍ରତିନିଧିଙ୍କୁ ଦେଇଥିଲେ। ପରେ କିଛି ଆଇସକ୍ରିମରୁ କଟା ଆଙ୍ଗୁଠି ଖୋଜିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏକ ମିନିଟରେ ୧୦୦ରୁ ଅଧିକ  ଆଇସକ୍ରିମ ପ୍ୟାକ୍‌ ହେଉଥିବା ଯୋଗୁ, ତାହା ମିଳି ନ ଥିଲା। ଏସବୁ ମଧ୍ୟରେ ଦାୟିତ୍ୱହୀନତା ସ୍ପଷ୍ଟ ବାରି ହେଉଥିବା ଯୋଗୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri