ସ୍ଥିତି ହରାଇଛି ଚଳଚ୍ଚିତ୍ର ପତ୍ରିକା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ) ଶର୍ମିଷ୍ଠା ପାଣିଗ୍ରାହୀ: ସମୟ ଥିଲା ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ପଢ଼ିବାକୁ ସହରଠୁ ଗାଁ  କାହିଁକେତେ ଉତ୍କଣ୍ଠା ପ୍ରକାଶ ପାଉଥିଲା। କେଉଁ ଗାଁକୁ ଜଣେ ଅଧେ ପାଖକୁ ଡାକରେ ପତ୍ରିକାଟିଏ ପହଞ୍ଚତ୍ବା ପରେ ଏଘରୁ ସେ ଘର, ଏଗାଁରୁ ସେ ଗାଁକୁ ମାସ ମାସ ଧରି ବୁଲୁଥିଲା। ଏହା ହିଁ ଥିଲା ସେତେବେଳର ଚଳଚ୍ଚିତ୍ର ପତ୍ରିକାର ପାଠକାଦୃତି। ଯେଉଁଥିପାଇଁ ଓଡ଼ିଶାରେ ଏହି ପତ୍ରିକା ସଂଖ୍ୟା ୮୦ରୁ ଅଧିକ ରହିଥିଲା। ମାତ୍ର ଏବେ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ସ୍ଥିତି ଅତି ଦୟନୀୟ ଅବସ୍ଥାକୁ ଚାଲି ଆସିଛି। ନା ପାଠକ ଖୋଜୁଛନ୍ତି, ନା ଭଲ ଚଳଚ୍ଚିତ୍ର ପତ୍ରିକା ପ୍ରକାଶ କରିବାକୁ ପ୍ରକାଶକଙ୍କ ମନ ବଳୁଛି। ପାଠକ କମୁଛନ୍ତି, ବିଷୟବସ୍ତୁ ନାହିଁ, ବିଜ୍ଞାପନ ନାହିଁ, ଲେଖା ନାହିଁ ଏଭଳି ନାହିଁ ନାହିଁ ଭିତରେ ପତ୍ରିକାଗୁଡ଼ିକ ନିଶ୍ଚିନ୍ନ ହେବାରେ ଲାଗିଛି। ଏହି ପତ୍ରିକା ସଂଖ୍ୟା ୮୦ରୁ ଏବେ ୨ରେ ପହଞ୍ଚତ୍ଛି। ‘ଚଳଚ୍ଚିତ୍ର ଜଗତ’ ଓ ‘ବାଣୀଚିତ୍ର’ ଶେଷ ସନ୍ତକ ହୋଇ ରହିଛି।
ଚଳଚ୍ଚିତ୍ର ପାଇଁ ପତ୍ରିକାର ଆବଶ୍ୟକତା ସବୁ ସମୟରେ ରହିଛି। ଏକ ଭଲ ସିନେମା ପତ୍ରିକା ସର୍ବଦା ଚଳଚ୍ଚିତ୍ର ଓ ଦର୍ଶକଙ୍କ ମଧ୍ୟରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥାଏ। ଏହି ପତ୍ରିକାଗୁଡ଼ିକରେ ଚଳଚ୍ଚିତ୍ର ନିର୍ମାତା ତଥା ଟେକ୍ନିସିଆନ୍‌, ଫିଲ୍ମ ଏକାଡେମିକ୍‌, ଗବେଷକ ଏବଂ ସାଧାରଣ ଦର୍ଶକ – ସେମାନଙ୍କର ସାମୂହିକ ଅଭିଜ୍ଞତା ଏବଂ ଚିନ୍ତାଧାରାକୁ ସାମ୍ନାକୁ ଆଣିଥା’ନ୍ତି। ଚଳଚ୍ଚିତ୍ର ପତ୍ରିକାଟିଏ ସିନେମା ବିଷୟରେ ଜନତାଙ୍କ ସାଧାରଣ ଧାରଣାକୁ ବିସ୍ତାର କରି ଏକ ନୂତନ ଦିଗରେ ଚିନ୍ତା କରିବାରେ ସହାୟକ କରେ। ଚଳଚ୍ଚିତ୍ରକୁ ନେଇ ବିଭିନ୍ନ ମତ, ଆଲୋଚନା, ସମାଲୋଚନା, କଳାକାରଙ୍କ ସୂଚନା ସବୁ କିଛି ପତ୍ରିକା ହିଁ ଯୋଗାଇଥାଏ, ଯାହା ପରବର୍ତ୍ତୀ ସମୟରେ ଭଲ ଚଳଚ୍ଚିତ୍ରଟିଏ ନିର୍ମାଣ ପାଇଁ ପ୍ରେରଣା ଯୋଗାଇଥାଏ। ବିଶେଷକରି ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ପତ୍ରିକାର ଯେ କେତେ ଆବଶ୍ୟକତା ରହିଛି ତାହା ଅଙ୍ଗେ ଲିଭାଉଥିବା ଓ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନେ ହିଁ ଜାଣନ୍ତି। ହେଲେ ପତ୍ରିକା କାହିଁକି ଚାଲୁନି ଓ ଏହା ଚାଲିବାର ଆବଶ୍ୟକତା କ’ଣ ରହିଛି? ଏନେଇ ‘ଚଳଚ୍ଚିତ୍ର ଜଗତ’ ପତ୍ରିକାର ସମ୍ପାଦକ ଆଦିକନ୍ତ ରାଉତ କୁହନ୍ତି, ପତ୍ରିକାଟିଏ ଚାଲିବା ଲାଗି ପ୍ରଥମ ଆବଶ୍ୟକତା ବିଷୟବସ୍ତୁ। ଯାହାର ଅଭାବ ଆଜିର ସମୟରେ ବହୁତ। ଲେଖାଟିଏ ପାଇଁ ସମସ୍ତଙ୍କୁ ଅନୁରୋଧ କରିବାକୁ ପଡ଼ୁଛି। ବିଜ୍ଞାପନ ମଧ୍ୟ ମିଳୁନି। ଲୋକସମ୍ପର୍କ ଥିବାରୁ ମୁଁ ପତ୍ରିକାଟିକୁ ଆଜି ଦିନରେ ଚଲେଇପାରୁଛି। ହେଲେ ପାଠକଙ୍କ ସଂଖ୍ୟା ମଧ୍ୟ କମୁଛି। ପତ୍ରିକା କି ପୁସ୍ତକ ଧରି ପଢ଼ିବା ଆଜି କା ଦିନରେ କମି ଆସିଲାଣି। ଚଳଚ୍ଚିତ୍ର ପତ୍ରିକାକୁ ଡିଜିଟାଲ ରୂପରେ ପାଠକଙ୍କ ପାଖରେ ପହଞ୍ଚତ୍ବାରେ ସମସ୍ୟା କେଉଁଠି ବୋଲି ପଚାରିବାରୁ ସେ କୁହନ୍ତି, ଅନ୍‌ଲାଇନ୍‌ ସହ ମୁଁ ଜଡ଼ିତ ନୁହେଁ। ସେହିପରି ‘ବାଣୀଚିତ୍ର’ର ସମ୍ପାଦକ ଭାସ୍କର ଜେନା କୁହନ୍ତି, ଭୁବନେଶ୍ୱରରେ ଚଳଚ୍ଚିତ୍ର ଧର୍ମୀ ପ୍ରଥମ ପତ୍ରିକା ଭାବେ ବାଣୀଚିତ୍ର ପ୍ରକାଶିତ ହୋଇଥିଲା। ଚଳଚ୍ଚିତ୍ର ପାଇଁ ପତ୍ରିକାର ଗୁରୁତ୍ୱକୁ ବୁଝି ଏହା ଆରମ୍ଭ ହୋଇଥିଲା। ସେହି ସମାନ ଗୁରୁତ୍ୱ ଆଜି ବି ରହିଛି। କିନ୍ତୁ ପତ୍ରିକା ପରିମାଣ କମିଯାଇଛି। ଆର୍ଥିକ ଅଭାବ ସହ ପତ୍ରିକାଟିଏ ଚଲାଇବା ପାଇଁ ବିଷୟବସ୍ତୁ, ବିଜ୍ଞାପନର ଆବଶ୍ୟକତା ରହିଛି, ଯାହା ମିଳୁପାରୁନି।

ଡିଜିଟାଲ୍‌ ପ୍ରକାଶନ ହେଲେ ପାଠକ ପଢ଼ନ୍ତେ
ଯୁବ ଚଳଚ୍ଚିତ୍ର ଗବେଷକ ସଞ୍ଜୟ କୁମାର ବିଷୋୟୀ କୁହନ୍ତି, ଆଜି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନଃରୁତ୍ଥାନ ସମୟରେ ଆମ ରାଜ୍ୟ କିଛି ନିରପେକ୍ଷ ତଥା ନିର୍ଭୀକ ସିନେମା ପତ୍ରିକାର ଆବଶ୍ୟକତା କରୁଛି। ସାମ୍ପ୍ରତିକ ଇଣ୍ଟରନେଟ ଯୁଗରେ ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କିତ ପତ୍ରିକା ଗୋଟିଏ ହେଲେ ବି ନାହିଁ। ଅନ୍‌ଲାଇନ ମାଧ୍ୟମରେ ପତ୍ରିକା ମିଳିପାରିଲେ ପାଠକ ବି ପଢ଼ନ୍ତେ ଆଉ ସୂଚନା ନଷ୍ଟ ହେବାର ଆଶଙ୍କା ମଧ୍ୟ ରୁହନ୍ତାନି। ଆମ ରାଜ୍ୟରେ ପ୍ରତିବର୍ଷ ପୂଜା ସମୟରେ କିଛି ଭଲ ସାହିତ୍ୟ ପତ୍ରିକା ଆସୁଛି। ସେ ସମୟରେ ପାଠକ ପତ୍ରିକା କ୍ରୟ କରିବାରେ ଇଚ୍ଛୁକ ଥାନ୍ତି। ଯଦି ସେ ସମୟରେ ସିନେମା ଉପରେ କିଛି ଉଚ୍ଚକୋଟୀର ପୂଜା ସଂଖ୍ୟା ଆସନ୍ତା ତା’ହେଲେ ସେସବୁ ଜନାଦୃତ ହୋଇ ପାରନ୍ତା। ଓଡ଼ିଶାର ଖବର କାଗଜରେ କେବଳ ବିଜ୍ଞାପନ ସଦୃଶ ସିନେମାର ବିଷୟବସ୍ତୁକୁ ଉପସ୍ଥାପନା କରାଯାଉଛି। ତେଣୁ ଦର୍ଶକ ଭଲ ଓଡ଼ିଆ ସିନେମା ବିଷୟରେ ପ୍ରାୟ ଅଜ୍ଞ ରହୁଛନ୍ତି। ସେମାନେ ବାଧ୍ୟ ହୋଇ ହିନ୍ଦୀ ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ମୁହାଁ ହେଉଛନ୍ତି। କିନ୍ତୁ ଭଲ ସିନେ ପତ୍ରିକା ଟିଏ ଏହି ଖାଲି ସ୍ଥାନର ପୂରଣ କରିପାରନ୍ତା।

୧୯୫୧ରୁ ଆରମ୍ଭ ହୋଇଥିଲା ଯାତ୍ରା

୧୯୫୧ରେ ବ୍ରହ୍ମପୁରରୁ ସିନେ ଓଡ଼ିଶା, କଳାଶ୍ରୀ, କଟକରୁ ଚିତ୍ରଲେଖା, ୧୯୫୫ରେ କଲିକତାରୁ ସିନେମା, ୧୯୫୬ରେ ବ୍ରହ୍ମପୁରରୁ ରୂପକଥା, କଟକରୁ ଚଳଚ୍ଚିତ୍ର, ୧୯୫୭ରେ କଟକରୁ ସିନେମା ରାଇଜ, ୧୯୫୮ରେ କଟକରୁ ଚିତ୍ର ଜଗତ, ୧୯୫୯ରେ ପ୍ରଥମେ ବମ୍ବେ ଓ ପରେ କଟକରୁ ଚିତ୍ରପୁରୀ, ୧୯୬୪ କଟକରୁ ଚନ୍ଦ୍ରିକା, ୧୯୬୯ରେ କଟକରୁ ସିନେ ଗାଇଡ୍‌, ୧୯୭୦ରେ ଭୁବନେଶ୍ୱରରୁ ବାଣୀଚିତ୍ର, କଟକରୁ ଚିତ୍ର ସାରଥି, ୧୯୭୧ରେ କଟକରୁ ଚିତ୍ରକଥା, ୧୯୭୬ରେ କଟକରୁ ଚଳଚ୍ଚିତ୍ର ଜଗତ, ୧୯୭୭ରେ କଟକରୁ ଜୀବନ ରଙ୍ଗ, ଭଦ୍ରକରୁ ଚିତ୍ରଧାରା, କଟକରୁ ଚିତ୍ରପରୀ, ୧୯୭୮ରେ କଟକରୁ ଛାୟାଛବି, ଜୟ, ଚିତ୍ର ସଂସାର, ଚିତ୍ରା, ଚିତ୍ର ତରଙ୍ଗ, ନାୟିକା, ମନ ଫସଲ, ୧୯୭୯ରେ କଟକରୁ ଆଲୋକଚିତ୍ର, ତୋଫାନ, ସିନେ ରାଉଣ୍ଡ, ଫିଲ୍ମବାଲା, ଫିଲ୍ମ ଦୁନିଆ, ପୁରୀରୁ ମନୋରଞ୍ଜନ, ବ୍ରହ୍ମପୁରରୁ ଝରକା, ବରଗଡ଼ରୁ ଚଳଚ୍ଚିତ୍ର, ୧୯୮୦ରେ କଟକରୁ ଛାୟାଚିତ୍ର, ଚିତ୍ର ଲହରି, ଚିତ୍ର ସମ୍ବାଦ, ୧୯୮୧ରେ କଟକରୁ ସିନେମା ଓ ସାହିତ୍ୟ, ଭୁବନେଶ୍ୱରରୁ ଘୁଙ୍ଗୁର, ୧୯୮୨ରେ ବାଲେଶ୍ୱରରୁ ଚିତ୍ର ଦର୍ପଣ, କଟକରୁ ଚିତ୍ର ସମୀକ୍ଷା, ୧୯୮୩ରେ ବ୍ରହ୍ମପୁରରୁ ବିଚିତ୍ର ସଂସାର, ୧୯୮୪ରେ କଟକରୁ କଳା ଓ କଳାକାର, ଓଡ଼ିଆ ଚଳଚ୍ଚିତ୍ର, ଓଡ଼ିଆ ସିନେମା, ଛାୟା ଓ ଛନ୍ଦ, ୧୯୮୫ରେ ଭୁବନେଶ୍ୱରରୁ ସିନେ ସମ୍ବାଦ, ପାରାଦୀପରୁ ସିନେମା ଓ ସିନେମା, କଟକରୁ ରଙ୍ଗିନ ଚିତ୍ର ଜୀବନ, ୧୯୮୬ରେ କଟକରୁ ଚିତ୍ରଲେଖା, ୧୯୮୭ରେ କଟକରୁ ଚିତ୍ରହାର, ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱରରୁ ଚିତ୍ରବାର୍ତ୍ତା, ବ୍ରହ୍ମପୁରରୁ ସିନେ ସମାଚାର, ୧୯୮୯ରେ କଟକରୁ ଚିତ୍ର ନଗରୀ, ବାଲେଶ୍ୱରରୁ ସିନେ ଦର୍ଶନ, ୧୯୯୦ରେ କଟକରୁ ଚିତ୍ର ସମ୍ବାଦ, ୧୯୯୧ରେ କଟକରୁ ଫିଲ୍ମ ସାଗର, ଶ୍ରୀରଞ୍ଜିନୀ, ୧୯୯୨ରେ ସମ୍ବଲପୁରରୁ ଚଳଚ୍ଚିତ୍ର ସମ୍ବାଦ, ୧୯୯୩ରେ ବାଲେଶ୍ୱରରୁ କଳାକାରର ଜୀବନ, ରୂପରଙ୍ଗ, ୧୯୯୪ରେ କଟକରୁ ସିନେ ସମ୍ରାଟ, ୧୯୯୪ରେ ଭୁବନେଶ୍ୱରରୁ ସିନେମା ଗୁଜବ, ୧୯୯୬ରେ ଭୁବନେଶ୍ୱରରୁ ସିନ୍‌ତାରା, ୧୯୯୭ରେ ଭୁବନେଶ୍ୱରରୁ ଫିଲ୍ମ ଦର୍ଶନ, ୧୯୯୮ରେ ଯାଜପୁର ରୋଡ୍‌ରୁ ରଙ୍ଗିନ ଦୁନିଆ, କଟକରୁ ଚିତ୍ରକୀର୍ତ୍ତି, ୧୯୯୯ରେ ବ୍ରହ୍ମପୁରରୁ ଫିଲ୍ମ ଇମେଜ୍‌, କଟକରୁ ସିନେମା ସଂସାର, ୨୦୦୦ରେ ଯାଜପୁର ରୋଡ୍‌ରୁ ଆମ ଯାତ୍ରା ଆମ ସିନେମା, ୨୦୦୧ରେ ଭୁବନେଶ୍ୱରରୁ ସିନେ ସମୟ, ୨୦୦୨ରେ କଟକରୁ ସିନେମା ଦୁନିଆ, ବାଲେଶ୍ୱରରୁ ଆମ ସିନେମାର ଚିତ୍ରଲିପି, ୨୦୦୭ରେ ଭୁବନେଶ୍ୱରରୁ ସିନେମା ଦୁନିଆର ଜୋଶ୍‌, ୨୦୦୮ରେ ଭୁବନେଶ୍ୱରରୁ ରୂପେଲି ପରଦା, ଗ୍ଲାମର ଦୁନିଆ, ୨୦୦୯ରେ କଟକରୁ ରୂପନଗରୀ ମାୟା ନଗରୀ, ୨୦୧୭ରେ କଟକରୁ ଓଲିଉଡ ମିରର୍‌ ଆଦି ଚଳଚ୍ଚିତ୍ର ପତ୍ରିକା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri