କୋଭିଡ୍‌ କଟକଣା ଉଲ୍ଲଂଘନ: ରାୟଗଡ଼ାରେ ଫିଲ୍ମ ହଲ ସିଲ୍‌

ରାୟଗଡା ଅଫିସ, ୯।୪: ରାୟଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାରୁ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାର ମଧ୍ୟରେ ଜିଲାର ଏକ ଫିଲ୍ମ ହଲକୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରାଯାଇଛି। କୋଭିଡ୍‌ କଟକଣା ନ ମାନି ହଲ୍‌ରେ ପ୍ରାୟ ୫୦୦ ଲୋକଙ୍କ ସମାଗମ ହୋଇଥିଲା। ଖବର ପାଇ ଜିଲାପାଳ ସରୋଜ କୁମାର ମିଶ୍ର ଏବଂ ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉ ନ ଥିବା ଦେଖିବାକୁ ମିଳିଥିଲା। ତେଣୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।