ତ୍ରୁଟି ସୁଧାରି ଜବାବ ଦାଖଲ କର: ହାଇକୋର୍ଟ

କଟକ,୯ା୪ (କାର୍ତ୍ତିକ ସାହୁ): ଘରୋଇ ବିଦ୍ୟାଳୟର ୨୫% ସଂରକ୍ଷଣ ସିଟ୍ରେ ନାମ ଲେଖା ନିମନ୍ତେ ରୁଜୁ ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ହାଇକୋର୍ଟରେ ମଙ୍ଗଳବାର ହାଜର ହୋଇ ଜବାବ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଆବେଦନ ନିମନ୍ତେ ହୋଇଥିବା ପ୍ରାର୍ଥନା ଉପରେ ପ୍ରାଥମିକ ଶିକ୍ଷା ମିଶ୍ର ନିର୍ଦ୍ଦେଶକ ସମ୍ମତି ଜଣାଇଛନ୍ତି। ଏଥିସହ ନାମଲେଖା ପ୍ରକ୍ରିୟାରେ କେତେକ ତ୍ରୁଟି ବାବଦରେ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସଂରକ୍ଷିତ ସିଟ୍ରେ ନାମଲେଖା ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ ତ୍ରୁଟି ସୁଧାରି ପରବର୍ତ୍ତି ଶୁଣାଣିରେ ଜବାବ ଦାଖଲ ପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ଆଡ୍ମିସନ ପ୍ରକ୍ରିୟା ଜୁନ ପର୍ଯ୍ୟନ୍ତ ଚାଲିବ ତେଣୁ ମାମଲା ଚାଲୁ ରହିବ। ଯୋଜନାର ଶତ ପ୍ରତିଶତ ରୂପାୟନ ସହ ଆର୍ଥିକ ଅନଗ୍ରସର ପିଲାମାନେ ଯେପରି ଘରୋଇ ବିଦ୍ୟାଳୟର ୨୫% ସିଟ୍ରେ ପାଠ ପଢ଼ିବାରେ ସମ୍ପୂର୍ଣ୍ଣ ସୁବିଧା ପାଇବେ ତାହା ଯୋଗାଇ ନିଆଯାଇଥିବା ପଦକ୍ଷେପ ଉପରେ ପରବର୍ତ୍ତୀ ଶୁଣାଣିରେ ନିର୍ଦ୍ଦେଶକଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ପରବର୍ତ୍ତି ଶୁଣାଣି ନିମନ୍ତେ ମେ ମାସ ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ପ୍ରକାଶ ଯେ, ହାଇକୋର୍ଟ ସୋମବାର ମାମଲାର ଶୁଣାଣି ବେଳେ ଏହା ପିଲାମାନଙ୍କ ପାଠପଢ଼ା ଭଳି ଜରୁରୀ ଓ ଅତ୍ୟାବଶ୍ୟକ ସମସ୍ୟା ହୋଇଥିବାରୁ ତ୍ୱରିତ ଶୁଣାଣି ପାଇଁ ମଙ୍ଗଳବାର ଗଣଶିକ୍ଷା ବିଭାଗର ମୁଖ୍ୟ ହାଜର ହୋଇ ଜବାବ ରଖିବାକୁ କହିଥିଲେ। ସୋମବାର ଶୁଣାଣି ବେଳେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ତଥା ରାଇଟ ଟୁ ଏଜୁକେଶନ (ଆରଟିଇ)ର ନୋଡାଲ ଅଫିସର ଜ୍ୟୋତି ରଞ୍ଜନ ମିଶ୍ର ହାଜର ହୋଇ ଜବାବ ରଖିଥିଲେ। ଶୁଣାଣି ବେଳେ ସେ ଦେଇଥିବା ତଥ୍ୟ ଅନୁସାରେ, ଗତବର୍ଷ ୪,୪୪୨ ବେସରକାରୀ ସ୍କୁଲ ପୋର୍ଟାଲରେ ପଞ୍ଜିକରଣ କରିଥିଲେ। ଏଗୁଡ଼ିକର ସିଟ ସଂଖ୍ୟା ୬୦,୦୦୦ରୁ ଊର୍ଦ୍ଧ୍ୱ ଥିଲା। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ବେଳେ ୨,୪୦୯ ସ୍କୁଲ ପୋର୍ଟାଲରେ ଦୃଶ୍ୟମାନ ଥିବା ବେଳେ ପ୍ରତିଦିନ ସ୍କୁଲ ସଂଖ୍ୟା ବଢ଼ି ଶେଷ ତାରିଖ ପର୍ଯ୍ୟନ୍ତ ୩,୩୩୧ ସ୍କୁଲ ପଞ୍ଜିକରଣ କରିଥିଲେ। ଏସବୁ ସ୍କୁଲ ମୋଟ ସିଟ ସଂଖ୍ୟା ମାତ୍ର ୩୩,୦୦୦ ହୋଇଥିଲା। ଅର୍ଥାତ୍ ପୂର୍ବ ବର୍ଷ ଅପେକ୍ଷା ୨୭,୦୦୦ ସିଟ କମ ହୋଇଗଲା। ଗତବର୍ଷ ପ୍ରି ପ୍ରାଇମେରୀ ବା ନର୍ସରୀ ଶ୍ରେଣୀରେ ମଧ୍ୟ ଆଡ୍ମିସନ ପାଇଁ ସୁବିଧା ଥିବା ବେଳେ ଏବର୍ଷ ବହୁ ସ୍କୁଲରେ ସେ ସୁବିଧା ନଥିବା ଏବଂ ସମାନ ସ୍କୁଲରେ ଗତବର୍ଷ ଯେତିକି ସିଟ ଥିଲା ଏବର୍ଷ ସିଟ ସଂଖ୍ୟା ପୋର୍ଟାଲରେ କମ ଦେଖାଉ ଥିଲା। ତେଣୁ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରିବାକୁ ସେ କହିଥିଲେ। ଏହି ଯୋଜନାରେ ତିନୋଟି ପର୍ଯ୍ୟାୟରେ ଆବେଦନ ଗ୍ରହଣ ସହ ଆଡ୍ମିସନ ସୁବିଧା ଥିବାରୁ ଏବର୍ଷ ତୃତୀୟ ପର୍ଯ୍ୟାୟ ଆଡ୍ମିସନ କରିବା ପାଇଁ ହାଇକୋର୍ଟଙ୍କୁ ଆବେଦନ କରାଯାଇଥିଲା। ଶୁଣାଣି ସମୟରେ ନିର୍ଦ୍ଦେଶକ ମିଶ୍ର ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ସମ୍ମତି ଦେଇଥିଲେ। ସ୍କୁଲରେ ଗତବର୍ଷ ଅପେକ୍ଷା ସିଟ ସଂଖ୍ୟା କମିଯିବାକୁ ସ୍କୁଲ ଅନୁଯାଇ ତର୍ଜମା କରି ପଦକ୍ଷେପ ନେବେ। ଯେଉଁ ସ୍କୁଲରେ ପ୍ରିପ୍ରାଇମେରୀରେ ଗତବର୍ଷ ସିଟ ଥିଲା ଏବର୍ଷ ଆଡ୍ମିସନ ଅସୁବିଧା ହୋଇଛି ତା’ ପାଇଁ ପଦକ୍ଷେପ ନେବେ। ଶୁଣାଣି ସମୟରେ ସ୍ବୀକୃତିପ୍ରାପ୍ତ ସ୍କୁଲ ସଂଖ୍ୟା ଓ ପୋର୍ଟାଲରେ ରେଜିଷ୍ଟ୍ରିଭୁକ୍ତ ସ୍କୁଲ ସଂଖ୍ୟାକୁ ନେଇ ଆସୁଥିବା ଦ୍ୱନ୍ଦ୍ୱ ଦୂର ପାଇଁ ବିଭାଗରେ ଏକ ସ୍ବତନ୍ତ୍ର ପଲିସୀ ବା ଫର୍ମାଟ ଆଣି ସମସ୍ୟା ଦୂର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ପକ୍ଷରୁ ରୁଜୁ ମାମଲାକୁ ଆଡଭୋକେଟ ଆଦିଶା ମହାନ୍ତି ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri