ଫାଇଲେରିଆ: କିଛି କଥା

ଫାଇଲେରିଆ ସବୁ ରୋଗ ତୁଳନାରେ ଯନ୍ତ୍ରଣାଦାୟକ, ବିକୃତ ଓ ଦୁର୍ବଳ କରୁଥିବା ରୋଗ। ଏହା ବିଶ୍ୱର ଦ୍ୱିତୀୟ ରୋଗ, ଯାହା ରୋଗୀକୁ ଅସାମର୍ଥ୍ୟ କରିଦିଏ। ପୃଥିବୀର ୮୩ଟି ଦେଶରେ ୧୨୦ ନିୟୁତ ଫାଇଲେରିଆ ରୋଗୀ ଅଛନ୍ତି। ଦକ୍ଷିଣ ପୂର୍ବ ଏସିଆର ଏହା ଗୋଟିଏ ଜନସ୍ବାସ୍ଥ୍ୟ ସମସ୍ୟା। ୧୧ଟି ଦେଶ ମଧ୍ୟରୁ ୯ଟି ଦେଶର ଲୋକମାନଙ୍କ ମଧ୍ୟରେ ପରିଦୃଷ୍ଟ। ଏହା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମତ।
ଭାରତରେ ଦେଖାଯାଉଥିବା ଫାଇଲେରିଆ ରୋଗର ପରଜୀବୀ ନାମ ‘ଭଚେରିଆ ବ୍ୟଙ୍କ୍ରପ୍ଟି’। ବୟସ୍କ ପରଜୀବୀ ୫-୭ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ ରହେ। ଏହା ନିୟୁତ ସଂଖ୍ୟାରେ ଶିଶୁ ପରଜୀବୀକୁ ଜନ୍ମଦିଏ। ଏହି ରୋଗ ଶିଶୁ ବୟସରେ ଆରମ୍ଭ ହୁଏ। ଫାଇଲେରିଆ ରୋଗ ଗୋଟିଏ ସାମାଜିକ କଳଙ୍କ। କ୍ୟୁଲେକ୍ସ ମଶା ଦ୍ୱାରା ଏହି ସଂକ୍ରମଣ ହୋଇଥାଏ। ରୋଗର ନିଦାନଗୁଡିକ ହେଉଛି-ହାତଗୋଡ ଓ ଅଣ୍ଡକୋଷ ଫୁଲିବା, ମହିଳାମାନଙ୍କର ସ୍ତନ ବୃଦ୍ଧି, ଦୁଗ୍ଧ ପରି ଧଳା ପରିସ୍ରା କିମ୍ବା ରକ୍ତ ପରିସ୍ରା, ଶୁଖିଲା କାଶ ଲାଗି ରହିବା (ପରଜୀବୀ ଫୁସଫୁସରେ ଅବସ୍ଥାନ କଲେ), ଲିଙ୍ଗର ଆକାର ବୃଦ୍ଧି, ପାଦ ଓ ଆଙ୍ଗୁଠି ଫୁଲି ସନ୍ଧିରେ ଜୀବାଣୁ ଓ ଫଙ୍ଗସ ସଂକ୍ରମଣ ଲାଗି ରହିବା ଇତ୍ୟାଦି। ଅବିବାହିତ ଝିଅର ଗୋଦର ଗୋଡ ସମାଜରେ ଅପବାଦ।
ଭାରତକୁ ଫାଇଲେରିଆ ନିରାକରଣ ୨୦୨୦ ବର୍ଷ ସୁଦ୍ଧା କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସମୟ ଧାର୍ଯ୍ୟ କରିଥିଲେ। କିନ୍ତୁ ଏହା ସମ୍ଭବ ହେଲା ନାହିଁ। ବର୍ତ୍ତମାନ ସାର୍ବଜନୀନ ଫାଇଲେରିଆ ଔଷଧ ସେବନ ପ୍ରକ୍ରିୟା ଜାରି ରହିଛି। ଫଳରେ ରୋଗର ପ୍ରସାର କମି ଗଲାଣି। କିନ୍ତୁ ରୋଗୀ ଆରୋଗ୍ୟ ହେଉନାହିଁ। ଆମ ଦେଶରେ ଆଜି ସୁଦ୍ଧା ୧୫ ନିୟୁତ ମୁମୂର୍ଷୁ ଗୋଦର ଫାଇଲେରିଆ ରୋଗୀ ଚିକିତ୍ସା ଅଭାବରୁ ଅବହେଳିତ ଓ ସେମାନେ କଷ୍ଟକର ଜୀବନଯାପନ କରୁଛନ୍ତି। ଆର୍ଥତ୍କ, ପାରିବାରିକ, ସାମାଜିକ ଓ ମାନସିକ ଦୁର୍ଦ୍ଦଶା ଭୋଗ କରୁଛନ୍ତି। କେତେକେ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଛନ୍ତି।
ଫାଇଲେରିଆ ରୋଗରେ ମୃତ୍ୟୁହାର ନଗଣ୍ୟ। ରୋଗୀ ସାରା ଜୀବନ ଯନ୍ତ୍ରଣା ଭୋଗ କରେ। ଗୋଦର ଗୋଡ ଓ ହାତ ନିକର୍ମା କରିଦିଏ। ମୃତ୍ୟୁ ପର୍ଯ୍ୟନ୍ତ ପରଜୀବୀ ଜୀବନ ବିତାଇବାକୁ ପଡେ। ଏହି ପରିସ୍ଥିତିକୁ ବିଚାର କରି ପ୍ରଶାସନ ଫାଇଲେରିଆ ରୋଗୀମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା କରନ୍ତୁ। ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେମାନଙ୍କର ଚିକିତ୍ସା ହେଉ। ଫାଇଲେରିଆ ରୋଗ ନିରାକରଣ ସହିତ ଅସୁସ୍ଥ ରୋଗୀର ସୁଚିକିତ୍ସା ବାଞ୍ଛନୀୟ। ନଚେତ୍‌ ‘ନିରାଶ୍ରୟ ମାଂ ଜଗଦୀଶ ରକ୍ଷ’।

ଡା. ଦ୍ୱିଜେଶ କୁମାର ପଣ୍ଡା
-ବରିଷ୍ଠ ଫାଇଲେରିଆ ବିଶେଷଜ୍ଞ,
ଭୁବନେଶ୍ୱର, ମୋ: ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri