ଫିକି ଫ୍ଲୋ ଭୁବନେଶ୍ବରର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୨୫।୫: ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମହିଳା ଶାଖା ସହ ଅନୁବନ୍ଧିତ ପ୍ରତିଷ୍ଠାନ ଫିକି ଫ୍ଲୋ ଭୁବନେଶ୍ୱର ପକ୍ଷରୁ ନିକଟରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଫିକି ଫ୍ଲୋ ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି ଦିନିକିଆ ସ୍ବତନ୍ତ୍ର କର୍ମଶାଳାରେ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ବ୍ରିଟିଶ ହାଇ କମିଶନରଙ୍କ ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ରିଟେନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ସୁଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି ଦିନିକିଆ ବୈଠକରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ତଥା ବ୍ୟବସାୟରେ ମହିଳାଙ୍କୁ ସଶକ୍ତ ପାଇଁ ପାରସ୍ପରିକ ପ୍ରତିବଦ୍ଧତାକୁ ବିସ୍ତୃତ ଭାବେ ଦର୍ଶାଯାଇଛି। ଡେପୁଟି ହାଇ କମିଶନର ଡ. ଆଣ୍ଡ୍ର୍ୟୁ ଫ୍ଲେମିଙ୍ଗ୍‌ଙ୍କ ନେତ୍ୱତୃରେ ବ୍ରିଟିଶ ପ୍ରତିନିଧିମାନେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ରିଟେନର ଦୃଢ଼ ସମର୍ଥନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଫିକି ଫ୍ଲୋ-ଭୁବନେଶ୍ୱରର ଅଧ୍ୟକ୍ଷା ରଶ୍ମି ସାହୁ ସମ୍ଭାବ୍ୟ ସହଯୋଗକୁ ନେଇ ଆଶାବାଦୀ ଥିଲେ। ଏ ନେଇ ଫିକି ଫ୍ଲୋ-ଭୁବନେଶ୍ବରର ପ୍ରତିଷ୍ଠାତା ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ କହିଥିଲେ, ଆମର ସହଭାଗୀ ମହିଳା ଉଦ୍ୟୋଗୀମାନଙ୍କୁ ବିଶ୍ୱ ବଜାରରେ ଏକୀଭୂତ କରିବା ପାଇଁ ଏହି ସହଭାଗିତା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ବ୍ରିଟେନର ଚମତ୍କାର ଅର୍ଥବ୍ୟବସ୍ଥା ନବୀକରଣ ତଥା ଅଭିବୃଦ୍ଧି ପାଇଁ ଅନେକ ସୁଯୋଗ ଦେଇଥାଏ ବୋଲି ଆମେ ଏହି ଯାତ୍ରା ଆରମ୍ଭ କରିବାକୁ ସେ ଉତ୍ସାହିତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri